www.samajalive.in
Wednesday, December 10, 2025
26.1 C
Bhubaneswar

ଆଦିବାସୀ ଏକତା ପରିଷଦର ଗଣଧାରଣା

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ରେ ଆଜି ରାଷ୍ଟ୍ରୀୟ ଏକତା ପରିଷଦ ଫିରିଙ୍ଗିଆ ବ୍ଲକ ତରଫରୁ ବିଭିନ୍ନ ଦାବି ନେଇ ଫିରିଙ୍ଗିଆ ତହସିଲଦାର କାର୍ୟ୍ୟାଳୟରେ ତହସିଲଦାରଙ୍କୁ ଭେଟି କୋଡିଏ ଦଫା ଦାବି ସମ୍ବଳିତ ଏକ ଲିଖିତ ପତ୍ର ପ୍ରଦାନ କରାଯାଇଛି। ସୂଚନା ଅନୁସାରେ ଆଜି ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ଫିରିଙ୍ଗିଆ ବ୍ଲକ ତରଫରୁ ମିଳିତ ଭାବରେ ଶତାଧିକ ଲୋକ ସ୍ଥାନୀୟ ବ୍ଲକ ଛକରୁ ବାହାରି ହାତରେ ପ୍ଲାକାର୍ଡ ଧରି ବିଭିନ୍ନ ନାରା ଦେଇ ଫିରିଙ୍ଗିଆ ବଜାର ଓ ସ୍ଥାନୀୟ ତହସିଲ କାର୍ୟ୍ୟାଳୟ ସମୁଖରେ ଗଣ ଧାରଣା ଓ ବିକ୍ଷୋଭ କରିବା ସହ ତହସିଲଦାରଙ୍କୁ ଏକ ୨୦ ଦଫା ସମ୍ବଳିତ ଦାବି ପତ୍ର ପ୍ରଦାନ କରାଯାଇଛି। ଦାବି ମଧ୍ୟରେ ଆଦିବାସୀ ମାନଙ୍କ ଉପରେ ହେଉଥିବା ଅନ୍ୟାୟ ଅତ୍ୟାଚାର ଏବଂ ସେମାନଙ୍କ ବିରୋଧରେ ସଂସଦ ରେ ପ୍ରଣୟନ କରାଯାଉଥିବା ଆଇନ ପ୍ରତିବାଦରେ, ୟୁନିଫର୍ମ ସିଭିଲ କୋର୍ଡ ସମାନ ନାଗରିକ ସଂହିତା, ବିକାଶ ନାମରେ ପରିବେଶ ସୁରକ୍ଷା ନାମରେ ଏବଂ ବନ୍ୟ ଜନ୍ତୁ ସୁରକ୍ଷା ନାମରେ ଜଳ ଜଙ୍ଗଲ ଏବଂ ଜମିରୁ ବିସ୍ଥାପନ କରି ସେମାନଙ୍କ ଜୀବିକା ଛଡାଇ ନେବାର ଷଡଯନ୍ତ୍ର କରାଯାଉଥିବା ଭଳି ବିଭିନ୍ନ ଦାବି ରହିଛି ଓ ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦର କନ୍ଧମାଳ ଜିଲ୍ଲା ସଭାପତି ଭୋଦେବ କହଁରଙ୍କ ନେତୃତ୍ୱ ରେ ଅନୁଷ୍ଠିତ ହୋଇଥିବା ଏହି କାର୍ୟ୍ୟକ୍ରମରେ ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦର ଦୟାନିଧି ମଳିକଙ୍କ ସହ କୁଇ ସମାଜ ସଭାପତି ମୁକୁନ୍ଦ କହଁର, ଫିରିଙ୍ଗିଆ ବ୍ଳକ ଅନୁସୂଚିତ ଜାତି ସଭାପତି ଚନ୍ଦ୍ରମୋହନ ନାଏକ, ଫିରିଙ୍ଗିଆ ପଞ୍ଚାୟତ ସମିତି ସଭ୍ୟା ମୌସୁମୀ ପ୍ରଧାନ, କୁଇ ସମାଜ ସମ୍ପାଦକ ପ୍ରମୋଦ କହଁର, ଉପସଭାପତି ପୁରନ୍ଦର କହଁର, ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦର କନ୍ଧମାଳ ଜିଲ୍ଲା ପ୍ରଭାରୀ ତିଳେଶ୍ୱର କହଁର, କଷିନୀପଦର କୁଇ ସମାଜର ଶାଖା ସଭାପତି ଲଣ୍ଡା କହଁର ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

Related Articles

Popular Categories