www.samajalive.in
Wednesday, December 10, 2025
26.1 C
Bhubaneswar

ବିଜେଡ଼ି କର୍ମୀ ସମ୍ମିଳନୀରେ ଗାଁ ବିକାଶ ନେଇ ଆଲୋଚନା

ଫୁଲବାଣୀ: କନ୍ଧମାଳ ଜିଲା ଚକାପାଦ ବ୍ଳକରେ ବିଜେଡ଼ିର କର୍ମୀ ସମ୍ମିଳନୀ ସହିତ ଅଞ୍ଚଳର ବିକାଶ ଉପରେ ଏକ କାର୍ଯ୍ରକ୍ରମ ବ୍ଳକ ସଭାପତି ରାଜେଶ କୁମାର ଦିଗାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲା ପର୍ଯ୍ୟବେକ୍ଷକ ବିଜୟ ନାୟକ , ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ବ୍ଳକ ଅଧ୍ୟକ୍ଷା ବୈନେତ୍ରୀ କହଁର, ଉପାଧ୍ୟକ୍ଷ ସୋମନାଥ ବେହେରା, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ରୋଦନ ମଲିକ, ଉପାଧ୍ୟକ୍ଷ ନଳୀନି କହଁର, ବିଧାୟକ ପ୍ରତିନିଧି ମନୋଜ ପ୍ରଧାନ, ବିମଳ ନାୟକ ଏବଂ ବରିଷ୍ଠ କର୍ମୀମାନେ ଉପସ୍ଥିତ ଥିଲେ। ରାଜ୍ୟ ସରକାରଙ୍କ ନୂତନ ଯୋଜନା ପ୍ରକାରେ ପ୍ରତି ପଞ୍ଚାୟତର ବିକାଶ ପାଇଁ ୫୦ ଲକ୍ଷ ଟଙ୍କାର ଅନୁଦାନ ଉପରେ ପର୍ଯ୍ୟବେକ୍ଷକ ନେତା ଓ କର୍ମୀ ମାନଙ୍କୁ ବୁଝାଇଥିଲେ। ଗ୍ରାମ ପଂଚାୟତ ସ୍ତରରେ ବିଭିନ୍ନ ମନ୍ଦିର, ଗୀର୍ଜାଘର , ମସଜିଦ୍‌‌ ସହିତ କୋଠଘର, ଖେଳ ପଡ଼ିଆ ମିଶନଶକ୍ତି, ବିଦ୍ୟାଳୟ ଗୁଡ଼ିକର ଉନ୍ନତି କରଣ ଉପରେ ସମ୍ମିଳନୀରେ ଆଲୋଚନା କରାଯାଇଥିଲା। ଗ୍ରାମ ପଂଚାୟତ ସ୍ତରରେ କାର୍ଯ୍ୟଖସିଡ଼ା ପ୍ରସ୍ତୁତ କରି ପ୍ରକଳ୍ପ ଚୟନ କରିବା ପାଇଁ ପ୍ରତ୍ୟେକ ପଂଚାୟତ ସ୍ତରରେ ୩ ଜଣିଆ କମିଟି ଗଠନ କରାଯାଇଛି। ତୁରନ୍ତ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରି ରାଜ୍ୟ ସରାକରଙ୍କ ଅନୁମୋଦନ ପାଇଁ ପଠାଇବାକୁ ମଧ୍ୟ କୁହାଯାଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମରେ ୧୨ଟି ପଂଚାୟତର ସରପଂଚ, ସମିତିସଭ୍ୟ, ବରିଷ୍ଠ ନେତୃବର୍ଗ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିବା ବେଳେ ପସରା ଗ୍ରାମ ପଂଚାୟତର ଅବସର ପ୍ରାପ୍ତ ଶିକ୍ଷକ ବିରେନ୍ଦ୍ର ନାୟକ ଏହି ଅବସରରେ ଦଳରେ ସାମିଲ୍‌‌ ହୋଇଥିବା ବେଳେ ତାଙ୍କୁ ଦଳୀୟ ନେତାମାନେ ସ୍ୱାଗତ କରିଥିଲେ।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories