www.samajalive.in
Friday, December 12, 2025
17.1 C
Bhubaneswar

ଡବ୍ଲ୍ୟୁଏଫ୍‌ଆଇ ନିର୍ବାଚନ ତାରିଖ ଘୁଞ୍ଚିବ

ନୂଆଦିଲ୍ଲୀ : ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ)ର ନିର୍ବାଚନରେ ପୁଣି ବିଳମ୍ବ ହେବା ନିଶ୍ଚିତ ହୋଇଯାଇଛି। କାରଣ ଏହି ନିର୍ବାଚନରେ ପ୍ରତିନିଧିତ୍ବ ନେଇ ଆସାମ କୁସ୍ତି ସଂଘ ପକ୍ଷରୁ ଗୁଆହାଟୀ ଉଚ୍ଚ ନ୍ୟାୟାଳୟରେ ଏକ ମାମଲା ଦାଏର କରା ଯାଇଥିଲା। ନ୍ୟାୟାଳୟ ଏହାର ଶୁଣାଣି ଜୁଲାଇ ୨୮କୁ ଧାର୍ଯ୍ୟ କରିଛନ୍ତି। ପୂର୍ବରୁ ଘୋଷଣା କରା ଯାଇଥଲା ଯେ ଜୁଲାଇ ୧୧ରେ ଡବ୍ଲ୍ୟୁଏଫ୍‌ଆଇର ନିର୍ବାଚନ ହେବ। ହେଲେ ଆସାମ କୁସ୍ତି ସଂଘ ମାମଲା ଦାଏର କରିବା ପରେ ଏହା ଉପ​‌େ​‌ର ଗୁଆହାଟୀ ଉଚ୍ଚ ନ୍ୟାୟାଳୟ ରହିତାଦେଶ ଜାରି କରିଥିଲେ। ଆସାମ କୁସ୍ତି ସଂଘ ଦର୍ଶାଇଥିଲା ଯେ ୨୦୧୫ ନଭେମ୍ବର ୧୫ରେ ଡବ୍ଲ୍ୟୁଏଫ୍‌ଆଇର ସାଧାରଣ ପରିଷଦ ବୈଠକରେ ଡବ୍ଲ୍ୟୁଏଫ୍‌ଆଇର କାର୍ଯ୍ୟକାରୀ କମିଟି ଆସାମ କୁସ୍ତି ସଂଘକୁ ତା’ର ସ୍ବୀକୃତିପ୍ରାପ୍ତ ସଂଘ ଭାବେ ଘୋଷଣା କରିଥିଲା। ତେଣୁ ଡବ୍ଲ୍ୟୁଏଫ୍‌ଆଇ ନିର୍ବାଚନରେ ଆସାମର ୨ଟି ଭୋଟ୍‌ ରହିବା କଥା। ହେଲେ ଆସନ୍ତା ନିର୍ବାଚନରେ ଆସାମର ଗୋଟିଏ ଭୋଟ୍‌ ରହିଛି ବୋଲି ଭାରତୀୟ ଅଲିମ୍ପିକ୍‌ ଆସୋସିଏସନ୍‌ (ଆଇଓଏ) ଦ୍ବାରା ଗଠିତ ଆଡ୍‌ ହକ୍ କମିଟି ଦର୍ଶାଇଥିଲା। ଏହାକୁ ବିରୋଧ କରି ଆସାମ କୁସ୍ତି ସଂଘ ଗୁଆହାଟୀ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିଲା। ଏହାକୁ ବୈଧ ସ୍ବୀକୃତିପ୍ରାପ୍ତ ସଂଘ ଭାବେ ମାନ୍ୟତା ଦେବା ଏବଂ ୨ଟି ଭୋଟ୍‌ର ଅଧିକାର ଦେବା ନ ପର୍ଯ୍ୟନ୍ତ ନିର୍ବାଚନ ପ୍ରକ୍ରିୟା ସ୍ଥଗିତ ରଖିବା ପାଇଁ ଆବେଦନକାରୀ ଅପିଲ କରିଥିଲେ। ଏହାର ଶୁଣାଣିକରି ଡବ୍ଲ୍ୟୁଏଫ୍‌ଆଇ, ଆଇଓଏର ଆଡ୍‌ ହକ୍‌ କମିଟି ଓ କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟକୁ ଗୁଆହାଟୀ ଉଚ୍ଚ ନ୍ୟାୟାଳୟ ନୋଟିସ୍ ଜାରି କରିଥିଲେ। ସୋମବାର ମାମଲାର ଶୁଣାଣି ହୋଇଥିଲା। ଏଥିରେ ଡବ୍ଲ୍ୟୁଏଫ୍‌ଆଇ ଓକିଲ ହାଜର ହୋଇନଥିଲେ। ପୁଣି କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟର ପ୍ରତିନିଧି ସତ୍ୟପାଠ ଦାଖଲ ପାଇଁ ୧ ସପ୍ତାହର ସମୟ ମାଗିଥିଲେ। ତେଣୁ ଜୁଲାଇ ୨୬ ସୁଦ୍ଧା ସତ୍ୟପାଠ ଦାଖଲ କରିବାର ନିର୍ଦେଶ ଦେଇ ଉଚ୍ଚ ନ୍ୟାୟାଳୟ ଜୁଲାଇ ୨୮ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି। ପୂର୍ବରୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଘୋଷଣା କରିଥିଲେ ଯେ ଡବ୍ଲ୍ୟୁଏଫ୍‌ଆଇ ନିର୍ବାଚନ ଜୁନ୍‌ ୩୦ରେ ହେବ। ପରେ ଜୁଲାଇ ୪ରେ ନିର୍ବାଚନ ହେବ ବୋଲି ଆଇଓଏ ଘୋଷଣା କରିଥିଲା। ହେଲେ ନିର୍ବାଚନ ଅଧିକାରୀ ଜୁଲାଇ ୬କୁ ନିର୍ବାଚନ ତାରିଖ ଧାର୍ଯ୍ୟ କରିଥିଲେ। ସ୍ବୀକୃତି ହରାଇଥିବା ୫ଟି ରାଜ୍ୟ ସଂଘ ଭୋଟ୍‌ଦାନ ଅଧିକାର ଦାବି କରିବାରୁ ନିର୍ବାଚନ ଅଧିକାରୀ ଜୁଲାଇ ୧୧​‌େ​‌ର ନିର୍ବାଚନ ହେବ ବୋଲି ଘୋଷଣା କରିଥିଲେ।

Hot this week

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

Related Articles

Popular Categories