www.samajalive.in
Saturday, December 13, 2025
26.1 C
Bhubaneswar

ବ୍ରହ୍ମପୁର ବିଶ୍ବବିଦ୍ୟାଳୟ: ଖାଲିପଡ଼ିଛି ୮୮ ଶିକ୍ଷକ ଓ ୨୮୮ ଅଣଶିକ୍ଷକ ପଦ

ଗୋପାଳପୁର: ଦକ୍ଷିଣ ଓଡ଼ିଶାର ଗର୍ବ ଓ ଗୌରବ ଭାବେ ପରିଚିତ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଆଜି ନିଜର ଗାରିମା ବଜାୟ ରଖିବା ପାଇଁ ସଂଘର୍ଷ କରୁଥିବା ଦେଖିବାକୁ ମିଳିଛି। ଏଠାରେ ଏବେ ଶିକ୍ଷକ ସମେତ ଅଣଶିକ୍ଷକଙ୍କ ମରୁଡି ଦେଖା ଦେଇଛି। ଅନ୍ୟ ପଟେ ଆଇନଗତ ସମସ୍ୟା ଯୋଗୁଁ ପଦବୀ ପୂରଣରେ ଅହେତୁକ ବିଳମ୍ବ ହେଉଥିଲେ ମଧ୍ୟ ପାଠ ପଢିବାକୁ ଆସୁଥିବା ବିଦ୍ୟାର୍ଥୀ ମାନଙ୍କୁ ଉପଯୁକ୍ତ ଶିକ୍ଷାଦାନ ପ୍ରଦାନରେ ବିଶ୍ବବିଦ୍ୟାଳୟ ପଛରେ ପଡ଼ିଯାଇଥିବା ଆଲୋଚନା ଜୋର ଧରିଛି। ଏହା ସହ ରେକର୍ଡ ସଂଖ୍ୟକ ଅଣଶିକ୍ଷକ ପଦବୀ ଖାଲି ପଡ଼ିଥିବାରୁ ଅନେକେ ସମୟରେ ବିଶ୍ବବିଦ୍ୟାଳୟର ଅଫିସ କାର୍ଯ୍ୟରେ ଅହେତୁକ ବିଳମ୍ବ ଘଟୁଥିବାରୁ ବିଦ୍ୟାର୍ଥୀ ସମେତ ବିଶ୍ବବିଦ୍ୟାଳୟ କର୍ମଚାରୀମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି।

ଗତ ୧୪ ତାରିଖରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କୁଳସଚିବଙ୍କ ପକ୍ଷରୁ ଚିଠି ନଂ ୭୩୧୨ ପ୍ରକାରେ ଉଚ୍ଚ ଶିକ୍ଷା ବିଭାଗ ସ୍ବତନ୍ତ୍ର ସଚିବ ବୀରେନ୍ଦ୍ର କରକେରେଙ୍କୁ ପ୍ରଦାନ କରାଯାଇଥିବା ଚିଠାରୁ ଜଣାପଡିଛି ଯେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ୫୨୭ ଅନୁମୋଦିତ ଅଣଶିକ୍ଷକ ପଦବୀ ମଧ୍ୟରୁ କେବଳ ୨୩୯ ପଦ ପୂରଣ ହୋଇଥିବା ବେଳେ ୨୮୮ ପଦବୀ ଖାଲି ପଡ଼ିଛି। ସେହି ପରି ୧୮୨ ଶିକ୍ଷକ ପଦବୀ ମଧ୍ୟରୁ ୯୪ ପଦ ପୂରଣ ହୋଇଥିବାବେଳେ ୮୮ ଟି ଖାଲି ପଡ଼ିଛି।

- Advertisement -

ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ରହିଥିବା ୨୫ଟି ବିଭାଗରେ ସ ୨୨ ଟି ପ୍ରଫେସର, ୫୨ଟି ସହଯୋଗୀ ପ୍ରଫେସର ଓ ୧୦୮ ସହକାରୀ ପ୍ରଫେସର ପଦବୀ ଅନୁମୋଦିତ ରହିଥିବା ବେଳେ ଜୁଲାଇ ୧ ତାରିଖ ରେ ୧୬ ପ୍ରଫେସର, ୩୮ ସହଯୋଗୀ ପ୍ରଫେସର ଓ ୩୪ ସହକାରୀ ପ୍ରଫେସର ପଦବୀ ଖାଲି ପଡ଼ିଛି। ଆସନ୍ତା ଡ଼ିସେମ୍ବର ୩୧ ତାରିଖ ସୁଦ୍ଧା ଏହି ସଂଖ୍ୟା ବଢ଼ି ୧୭ ପ୍ରଫେସର ପହଞ୍ଚିବ ବୋଲି ଚିଠିରେ ଉଲ୍ଲେଖ ରହିଛି। ତୁରନ୍ତ ବିଶ୍ବବିଦ୍ୟାଳୟ ପରି ଉଚ୍ଚ ଶିକ୍ଷାନୁଷ୍ଠାନରେ ଶିକ୍ଷକ ସମେତ ଅଣଶିକ୍ଷକ ପଦ ପୂରଣ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଧ୍ୟାନ ଦିଆଯାଇ ପଦବୀ ପୂରଣ କରାଯିବାକୁ ସାଧାରଣରେ ଦାବି ହେଉଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories