ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଆସନ୍ତାକାଲି ବିରୋଧୀଙ୍କ ବୈଠକରେ ଯୋଗଦେବ ‘ଆପ୍’.. ବେଙ୍ଗାଲୁରୁରେ ହେବାକୁ ଥିବା ବୈଠକରେ ଯୋଗଦେବ..

ବୌଦ୍ଧ: ୪୩ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ ୩ କର୍ମଚାରୀ ଗିରଫ.. ଗିରଫ କର୍ମଚାରୀମାନେ ଏକ ଅନଲାଇନ ସଂସ୍ଥା ପାଇଁ କାମ କରୁଥିଲେ..

ଷ୍ଟାଫ୍‌ ସିଲେକ୍ସନ କମିଶନର ସିଜିଏଲ୍‌ ପ୍ରଶ୍ନପତ୍ର ଡିଲ୍‌ ଅଭିଯୋଗ.. ବାଲେଶ୍ବର ଜଳେଶ୍ବରର ଏକ ହୋଟେଲରେ ଚଢାଉ.. ଜଣେ ମହିଳାଙ୍କ ସହ ୯ ଜଣ ଅଟକ, ୬ କାର୍‌ ଜବତ.. କିଙ୍ଗ୍‌ପିନ୍‌ ଭୁବନେଶ୍ବରର ହୋଇଥିବା ସୂଚନା..

କୌଣସି ପ୍ରଶ୍ନପତ୍ର ଲିକ୍‌ ହୋଇନାହିଁ- ବାଲେଶ୍ବର ଏସ୍‌ପି ସାଗରିକା ନାଥ..

ଲଘୁଚାପ ପ୍ରଭାବରେ ଆସନ୍ତା ୫ ଦିନ ସାରା ରାଜ୍ୟରେ ପ୍ରବଳ ବର୍ଷିବ.. ୨୦ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ସତର୍କ କରାଇଲା ପାଣିପାଗ ବିଭାଗ..

କଳାହାଣ୍ଡି ବିଶ୍ଵବିଦ୍ୟାଳୟର ପିଜି ପରୀକ୍ଷା ଫଳ ପ୍ରକାଶିତ.. ପାସ୍ ହାର ୮୫.୧୯ ପ୍ରତିଶତ..

ଏନ୍‌ଡିଏକୁ ଫେରିଲା ଓମ୍‌ ପ୍ରକାଶ ରାଜଭରଙ୍କ ଏସବିଏସପି.. ରାଜଭର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବା ପରେ ମେଣ୍ଟ ଚୂଡ଼ାନ୍ତ..

ଗତକାଲିର ଘୁର୍ଣ୍ଣିବଳୟ ପ୍ରଭାବରେ ଆଜି ଉତ୍ତର ଓଡିଶା-ପାର୍ଶ୍ଵବର୍ତ୍ତୀ ଗାଙ୍ଗୀୟ ପଶ୍ଚିମ ବଙ୍ଗ ଉପତ୍ୟାକା ଏବଂ ଝାଡ଼ଖଣ୍ଡ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି..

ଘୂର୍ଣ୍ଣିବଳୟ ପ୍ରଭାବରେ ଝାରସୁଗୁଡ଼ା କିରମରାରେ ସର୍ବାଧିକ ୨୧୫ ମିମି ବର୍ଷା ରେକର୍ଡ..

ଲଇକେରାରେ ୧୮୪.୮, ଭଦ୍ରକରେ ୧୬୬, କୁଚିଣ୍ଡାରେ ୧୬୦ ମିମି ବର୍ଷା, ଧାମନଗରରେ ୧୫୦, କୋଲାବିରାରେ ୧୩୯ ଓ ଭଣ୍ଡାରିପୋଖରୀ ୧୩୮ରେ ମିମି ବର୍ଷା ରେକର୍ଡ..

କଟକ ଝୋଲା ସାହି ଅଞ୍ଚଳରେ ମୁକୁଳା ଡ୍ରେନରେ ପଡି ଜଣେ ଯୁବକଙ୍କ ମୃତ୍ୟୁ..

Comments are closed.