www.samajalive.in
Saturday, December 6, 2025
26.1 C
Bhubaneswar

ଭିଜିଲାନ୍ସ ଜାଲରେ ଭବାନୀପାଟଣା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ସହାୟକ

ଭବାନୀପାଟଣା: ଭିଜିଲାନ୍ସ ଜାଲରେ ଫସିଛନ୍ତି ଭବାନୀପାଟଣା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ କୋମନା ଶାଖାର ବ୍ୟାଙ୍କ ସହାୟକ ପ୍ରଦୀପ ଚନ୍ଦ୍ରକାର। ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ରବିବାର ପ୍ରଦୀପଙ୍କ ବେଲ୍‌ଟୁକୁରି ସ୍ଥିତ ତିନିଟି ଘର ଉପରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍‌। ଭବାନୀପାଟଣା ସ୍ଵତନ୍ତ୍ର ଭିଜିଲାନ୍ସ ଜଜ୍‌ଙ୍କ ଆଦେଶ ମୁତାବକ, ୩ଜଣ ଡିଏସପି, ୪ଜଣ ଇନ୍ସପେକ୍ଟର ମିଳିତ ଭାବରେ ଏକକାଳୀନ ପ୍ରଦୀପଙ୍କ ବେଲ୍‌ଟୁକୁରି ସ୍ଥିତ ତିନିଟି ଘର ଉପରେ ଚଢ଼ାଉ କରିଛନ୍ତି। ବେଲ୍‌ଟୁକୁରି ସ୍ଥିତ ଦୁଇ ମହଲା ଘର, ୩୦୦୦ବର୍ଗଫୁଟର ଅନ୍ୟ ଏକ ଦୁଇମହଲା ଘର ଓ ୩୦୦୦ ବର୍ଗ ଫୁଟର ଏକ ନିର୍ମାଣାଧୀନ ଘର ଉପରେ ଚଢ଼ାଉ ହୋଇଥିବା ଜଣାପଡ଼ିଛି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories