ଜିଲା ସଭାପତିଙ୍କ ଉପସ୍ଥିତିରେ କଲମପୁରରେ ବିଜେଡିର ସାଂଗଠନିକ ବୈଠକ

କଲମପୁର : ଜିଲା ବିିଜେଡି ସଭାପତି ତଥା ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓଙ୍କ ଉପସ୍ଥିତିରେ କଲମପୁର ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ସ୍ଥାନୀୟ କଲ୍ୟାଣ ମଣ୍ଡପଠାରେ ରବିବାର ଅପରାହ୍ନରେ ଏକ ସାଂଗଠାନିକ ବୈଠକ ଅନୁଷ୍ଠିତ ହେଇଯାଇଛି। ଏଥିରେ ବୁଥସ୍ତରରେ ଦଳ କିଭଳି ମଜଭୁତ ରହିବ ସେନେଇ କର୍ମୀଙ୍କ ସହ ଆଲୋଚନା କରାଯାଇଛି। ବୈଠକରେ ଜିଲାପରିଷଦ ସଭ୍ୟା ଦୁହିତା ମାଝୀ, ନିବେଦିତା ହଂସ, ବ୍ଲକ ମହିଳା ସେଲ ସଭାନେତ୍ରୀ ମଧୁଛନ୍ଦା ଭଞ୍ଜ, ବ୍ଲକ ଯୁବ ସଭାପତି ତଥା ରାଜ୍ୟ ସଭା ସାଂସଦଙ୍କ ପ୍ରତିନିଧି ମନୋଜ କୁମାର ନାଏକ, ଛାତ୍ର ବିଜୁ ଜନାତାର ସଭାପତି ମିଲିନ ପାତ୍ର, ଜିଲା ସଂପାଦକ ନବୀନ କୁମାର ପଣ୍ଡା, ଏସ.ସି ସେଲ ସଭାପତି ଚେରୁ ନାଏକ, ବରିଷ୍ଠ ନେତା ଚନ୍ଦ୍ରମଣି ନିଆଲ, ସନାତନ ପାଣ୍ଡେ, ବ୍ରଜମୋହନ ଠାକୁର, ଅଭିନ୍ନ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ସଂଗଠନର ଦୃଢତା ନେଇ ଆଲୋଚନା କରିଥିଲେ। ପ୍ରତ୍ୟେକ ୱାର୍ଡ କମିଟି କିଭଳି ସୁଦୃଢ ହେବ ସେନେଇ ମତାମତ ଦେଇଥିଲେ। ବ୍ଲକର ବନ୍ଧକନା, ହାରାମାଲ, ପଣ୍ଡିଗାଁ ଏବଂ କଲମପୁର ପଂଚାୟତର ବୁଥ୍ ସଂଗଠନ ନେଇ ଆଲୋଚନା କରିବା ସହ ନିକଟରେ ମୁଖମନ୍ତ୍ରୀ ଘୋଷଣା କରିଥିବା ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ସମ୍ବନ୍ଧରେ ଆଲୋଚନା କରିଥିଲେ। ଏହି ଅବସରରେ ବ୍ଲକ ବିଜୁ ଜନତା ଦଳ ତରଫରୁ ପୁନଃଗଠିତ ଜିଲା କମିଟିର ସଭାପତି ଭାବେ ପୁନଃ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ପୁଷ୍ପେନ୍ଦ୍ର ସିଂହଦେଓଙ୍କ ପ୍ରତି ଆସ୍ଥାପ୍ରକଟ କରି ଜିଲା ସଭାପତି ଦାୟିତ୍ୱ ଦେଇଥିବାରୁ ବ୍ଲକ କମିଟି ତରଫରୁ ସୁପ୍ରିମୋ ନବିନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଥିଲେ। ଏହାସହ ଜିଲା ସଭାପତି ଶ୍ରୀ ସିଂହଦେଓଙ୍କ ସମେତ ଜିଲା କମିଟିରେ ସଂପାଦକ ଭାବେ ସ୍ଥାନ ପାଇଥିବା ନବୀନ କୁମାର ପଣ୍ଡା ଏବଂ ରାଜ୍ୟ ସଭା ସାଂସଦଙ୍କ ବ୍ଲକ ପ୍ରତିନିଧି ଭାବେ ମନୋନୀତ ଯୁବ ନେତା ମନୋଜ କୁମାର ନାଏକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ମଣ୍ଡଳ, ମୀନଗୁର, କୋଟଗାଁ ଏବଂ ନୁଆଗାଁ ପଂଚାୟତର ବିଜେଡି କର୍ମୀଙ୍କ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ଅଂଚଳର ଶିକ୍ଷାବିତ୍ ହରିଶଙ୍କର ବାଗଙ୍କ ସମେତ ଶଙ୍କର ପ୍ରସାଦ ରଣା, ଅର୍ଜୁନ ରଣା, ଲଙ୍କେଶ୍ୱର ବାଗ, ଉଦିତ ରଣା, ଘାସିରାମ ମାଝୀ ପ୍ରମୁଖ କୋଟାଗାଁ ଏବଂ ମଣ୍ଡଳ ଅଞ୍ଚଳର ବିଜେପି ଏବଂ କଂଗ୍ରେସ କର୍ମୀମାନେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ସମସ୍ତଙ୍କୁ ପୂଷ୍ପଗୁଚ୍ଛ ଏବଂ ଦଳର ଉତ୍ତରୀୟ ଦେଇ ସ୍ୱାଗତ କରାଯାଇଛି। ଭଗବାନ ବିହାରୀ, କୃତାର୍ଥ ବେହେରା, କୋଟାଗାଁ ସରପଞ୍ଚ ଚନ୍ଦନ ପଣ୍ଡା ପ୍ରମୁଖ କର୍ମୀ ଏହି କାର୍ଯ୍ୟକ୍ରମ ଆୟୋଜନରେ ସକ୍ରିୟ ସହଯୋଗ କରିଥିଲେ।

Comments are closed.