www.samajalive.in
Friday, December 12, 2025
19.1 C
Bhubaneswar

ପଦ୍ମପୁର ଆଞ୍ଚଳିକ ମହାବିଦ୍ୟାଳୟରେ ଅଜାଦୀ କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ

କେନ୍ଦୁଝରଗଡ଼: ପଦ୍ମପୁରସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟରେ ନେହେରୁ ଯୁବ କେନ୍ଦ୍ର କେନ୍ଦୁଝର ଓ ବନାେଯୋଡିସ୍ଥିତ ସ୍ୱେଛାସେବୀ ସଙ୍ଗଠନ ଆଇଡିଆଲ ଡେଭଲପମେଣ୍ଟ ଏଜେନ୍ସି ମିଳିତ ସହାୟତାରେ ଆଜାଦୀକା ଅମୃତ ମହୋତ୍ସବ (ଯୁବ ସମ୍ବନ୍ଧ-ଭାରତ ୨୦୪୭) କାର୍ଯ୍ୟକ୍ରମ ଶୁକ୍ରବାର ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଗତିକୃଷ୍ଣ ବାରିକଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଇଡିଏ ସଭାପତି କିଶୋର ଚନ୍ଦ୍ର ସାହୁ, ଆଇଡିଏ ପ୍ରତିଷ୍ଠାତା ସେବତୀ ସିଂହ, ଅଧ୍ୟାପକ ହୃଷିକେଶ ସାହୁ, ରାମଶଙ୍କର ସାହୁ, ସୁରେଶ ଚନ୍ଦ୍ର ଆଚାର୍ଯ୍ୟ ଓ ଅଧ୍ୟାପିକା ସୌଦାମିନୀ ରାଉତ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଦେଶ ସ୍ୱାଧିନ ପାଇଁ ଗାନ୍ଧୀଜୀଙ୍କ ତ୍ୟାଗ ଓ ସଙ୍କଳ୍ପର ଲଢ଼େଇ, ପଞ୍ଚପ୍ରାଣ, ନୂଆ ଭାରତ ଗଢ଼ିବାରେ ଯୁବସମାଜର ଭୂମିକା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ବିସ୍ତୃତ ଭାବେ ଆଲୋକପାତ କରିଥିଲେ।

କାର୍ଯ୍ୟକ୍ରମ ମଧ୍ୟଭାଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣ ଆଜାଦୀ କା ଅମୃତ, ସ୍ୱାଧିନ ଭାରତ, ନୂଆ ବିଚାର-ନୂଆ ସଙ୍କଳ୍ପ, ଆତ୍ମନିର୍ଭରତା ସହ ରାଷ୍ଟ୍ରର ସ୍ୱପ୍ନ, ଶାନ୍ତିର ପ୍ରତୀକ ତଥା ଐତିହାସିକ ଘଟଣାବଳୀ ଯାତ୍ରାର ବିଶେଷ ସଚେତନତାକୁ ଜନମାନସରେ ଯୋଡିବାର ପ୍ରୟାସକୁ ଏଲସିଡି ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା। ଏହି ଅବସରରେ କାର୍ଯ୍ୟକ୍ରମରେ ସାମିଲ ଛାତ୍ରଛାତ୍ରୀ ପଞ୍ଚପ୍ରାଣ ସମ୍ପର୍କିିତ ଶପଥ ପାଠ କରିବା ସହିତ ଜନନୀ ଜନ୍ମ ଭୂମିଶ୍ଚ ସ୍ୱର୍ଗାଦପୀ ଗରିୟସୀ ପାଠ କରି ଆିଡିଏ ସମ୍ପାଦକ ଚନ୍ଦ୍ରକାନ୍ତ ବରାଳ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

Related Articles

Popular Categories