www.samajalive.in
Friday, December 12, 2025
19.1 C
Bhubaneswar

ସ୍ୱାଧୀନତାର ୭୬ ବର୍ଷ ପରେ ଲୋକେ ଦେଖିବେ ପୋଲ

ଫୁଲବାଣୀ: ସ୍ୱାଧୀନତାର ୭୬ ବର୍ଷ ପରେ ଲୋକେ ଦେଖିବେ ପୋଲ। କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଳକର ଅନେକ ଗ୍ରାମକୁ ଆଜି ପର୍ଯ୍ୟନ୍ତ ସବୁ ଦିନିଆ ରାସ୍ତା ନଥିବା ବେଳେ ଅନେକ ଗ୍ରାମକୁ ନଦୀ , ନାଳ ଯୋଗୁଁ ଯିବା ଆସିବାରେ ନାହିଁ ନଥିବାରେ ଅସୁବିଧା ଉପୁଜୁଛି। ବର୍ଷ ବର୍ଷ ଧରି ଏହି ସମସ୍ୟା ଲାଗିରହିଥିବା ବେଳେ ପୂର୍ବ ବିଧାୟକମାନଙ୍କ ପରି ବର୍ତ୍ତମାନର ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଏନେଇ ସରକାରଙ୍କ ଠାରେ ବାରମ୍ବାର ଦାବି ଉପସ୍ଥାପନ କରିଥିଲେ। ଫଳରେ ଗ୍ରାମାଞ୍ଚଳରେ ବିଜୁ ସେତୁ ଯୋଜନାରେ ପୋଲ ନିର୍ମାଣ ପାଇଁ ସରକାର ଅନୁଦାନ ପ୍ରଦାନ କରିଛନ୍ତି।

ସେହି କ୍ରମରେ ଆଜି ତିଲୋରି ପଂଚାୟତ ଗଇସବାନ୍ଦା ଠାରୁ ଜାଗାଡ଼ି ଦେଇ ସୁଜାମାଜୁକୁ ସଂଯୋଗ ପାଇଁ ଦୁଇଟି ପୋଲ ନିର୍ମାଣ ପାଇଁ ଅନୁଦାନ ରହିଛି। ପୁୂର୍ବରୁ ବାଲିଗୁଡ଼ା ଆଇଟିଡ଼ିଏ ପକ୍ଷରୁ ପୋଲ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଶୁକ୍ରବାର ପୁଣି ଆଉଏକ ପୋଲ ସିକରମାହା ନାଳ ଉପରେ ନିର୍ମାଣ ପାଇଁ ଭିତିପ୍ରସ୍ତର କରାଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ବିଧାୟକ ଯୋଗଦେଇ ଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଦାରିଙ୍ଗବାଡ଼ି ବ୍ଳକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ବ୍ଳକ ସଭାପତି ଜ୍ୟୋତି ରାଜ ପ୍ରଧାନ, ଜିଲା ପରିଷଦ ସଭ୍ୟ ରଂଜନ ପ୍ରଧାନ ,ଟିଡ଼ିସିସିଓଏଲ୍ର ରାଜ୍ୟ ଉପାଧ୍ୟକ୍ଷ ଦିଲିପ ପ୍ରଧାନ, ସଦସ୍ୟ ରଂଜନ ପ୍ରଧାନ, ତିଲୋରି ସରପଂଚ ଶ୍ରଦ୍ଧାଞ୍ଜଳୀ ପ୍ରଧାନ, ଜିଲା ସଂପାଦକ ଦୀପକ କୁମାର ସାହୁ , ଛାତ୍ର ସଭାପତି ରୁପକ କୁମାର ସାହୁ, କିରିକୁଟି ସରପଂଚ ଅଶୋକ ପ୍ରଧାନ ଓ ଅନ୍ୟମାନେ ପ୍ରମୁଖ ଉପସ୍ଥିତ ଥିଲେ।

- Advertisement -

ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ରମାକାନ୍ତ ପଟ୍ଟନାୟକ , କନିଷ୍ଠଯନ୍ତ୍ରୀ ସଂଜୟ କୁମାର ବେହେରା ଓ ଅନ୍ୟ ବିଭାଗୀୟ କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସ୍ୱାଧୀନତାର ୭୬ ବର୍ଷ ପରେ ଦୁର୍ଗମ ଗ୍ରାମ ଜାଗାଡ଼ିକୁ ସରକାରଙ୍କ ପକ୍ଷରୁ ୪ କୋଟି ୪୨ ଲକ୍ଷ ଟଙ୍କା ଅନୁଦାନରେ ବିଜୁସେତୁ ନିର୍ମାଣ କରାଯିବ। ଏହି ପୋଲ ନିର୍ମାଣ ହେଲେ ପ୍ରାୟ ୧୦ଟି ଗ୍ରାମର ହଜାର ହଜାର ଅଧିବାସୀ ମାନେ ଏହାର ପାଇଦା ନେବେ। ପୂର୍ବରୁ ପୋଲ ନଥିବା ବେଳ ସବୁଦିନିଆ ରାସ୍ତାଟିଏ ମଧ୍ୟ ନଥିବାରୁ ରୋଗୀଙ୍କୁ ଦୋଳା ସାହାର୍ଯ୍ୟରେ ବହେି ନଦୀ ପାର କରାଯାଉଥିଲା। ତେବେ ରାସ୍ତା ସଂପ୍ରସାରଣ ପାଇଁ ସର୍ଭେ କରାଯାଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ବିଜୁ ସେତୁ ଯୋଜନାରେପୋଲ ନିର୍ମାଣ ପାଇଁ ଅନୁଦାନ ଆସୁଥିବା ବିଭାଗ ପକ୍ଷରୁ କୁହାଯାଇଛି।

Hot this week

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

Related Articles

Popular Categories