ଚୌଦ୍ୱାର : ଚୌଦ୍ୱାର ପୌରପାଳିକା ୧୭ ନମ୍ବର ୱାର୍ଡ଼ରେ ନବ ନିର୍ମିତ ଜଳ ଯୋଗାଣ ପ୍ରକଳ୍ପ ଲୋକାର୍ପିତ ହୋଇ ଯାଇଛି । ନୂଆସାହି ମଙ୍ଗଳା ମନ୍ଦିର ନିକଟରେ ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ସୌଭିକ୍ ବିଶ୍ୱାଳ ଅତିଥି ଭାବେ ଯୋଗଦେଇ ୬୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ୫ଲକ୍ଷ ଲିଟର କ୍ଷମତା ସମ୍ପନ୍ନ ଭୂତଳ ଜଳ ଭଣ୍ଡାରକୁ ଲୋକାର୍ପଣ କରିଥିଲେ । ଏଥି ସହିିତ ନବ ନିର୍ମିତ ପମ୍ପଘର, ବୈଦ୍ୟୁତ ଯୋଗାଣ କେନ୍ଦ୍ର, ଜଳ ଯୋଗାଣ ମୁଖ୍ୟ ପାଇପ୍ ଆଦି ଉଦଘାଟନ କରି ଏହି ପ୍ରକଳ୍ପ ୱାର୍ଡ଼ର ୧୦୦୦ରୁ ଅଧିକ ପରିବାରର ପାନୀୟ ଜଳ ସମସ୍ୟା ଦୂର କରି ପାରିବ ବୋଲି ଶ୍ରୀ ବିଶ୍ୱାଳ ସୂଚନା ଦେଇଥିଲେ । ୱାର୍ଡ଼ କାଉନସିଲର ଆଶୁତୋଷ ଦାସଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜନସ୍ୱାସ୍ଥ୍ୟ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଶମ୍ଭୁନାଥ ସେଠୀ, ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, ସାଂସଦ ପ୍ରତିନିଧି ପ୍ରେମଚାନ୍ଦ ନାୟକ, ବିଧାୟକ ପ୍ରତିନିଧି ବିଷ୍ଣୁ ଚରଣ ପରିଡ଼ା, କାଉନସିଲର ବିଜୟ କୁମାର ମଲ୍ଲିକଙ୍କ ସମେତ ସ୍ଥାନୀୟ ବହୁ ମହିଳା ଗୋଷ୍ଠୀ ସଦସ୍ୟା ଓ ନାଗରିକ ବୃନ୍ଦ ଯୋଗ ଦେଇଥିଲେ । ଏହି ଅବସରରେ ନୂଆସାହି ବରିଷ୍ଠ ନାଗରିକ ସଂଘ ତରଫରୁ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
Popular Categories



