www.samajalive.in
Saturday, December 13, 2025
26.1 C
Bhubaneswar

ମରାମତି ହେଉନି ଝୁମ୍ପୁରା ବଜାର ରାସ୍ତା, ଅସରାଏ ବର୍ଷା ହେଲେ ପଥଚାରୀ ହିନସ୍ତା

ଝୁମ୍ପୁରା : ଝୁମ୍ପୁରା ଦେଇ ଯାଇଥିବା ୨୦ ନମ୍ବର ଜାତୀୟ ରାଜପଥର ଥାନା ନିକଟସ୍ଥ ବାଇପାସ ଠାରୁ ଝୁମ୍ପୁରା ବଜାର ଦେଇ ଟାଙ୍ଗରାଣୀ ପର୍ଯ୍ୟନ୍ତ ଯାଇଥିବା ରାସ୍ତାଟି ମରାମତି ଅଭାବରୁ ଦିନକୁ ଦିନ ଶୋଚନୀୟ ହୋଇ ପଡୁଥିବାରୁ ଜନସାଧାରଣ ଏହି ରାସ୍ତା ଦେଇ ଯାତାୟତ କରିବାରେ ଘୋର ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳୁଛି । ଏହି ରାସ୍ତାଟି ଝୁମ୍ପୁରା ବଜାରର ମୁଖ୍ୟ ରାସ୍ତା ହୋଇଥିବାରୁ ପ୍ରତିଦିନ ଏହି ରାସ୍ତାରେ ଶହ ଶହ ସଂଖାରେ ଛୋଟ ମୋଟ ଗାଡି ଗୁଡିକ ବଜାରକୁ ପ୍ରବେଶ କରୁଛି ତା ସହିତ ଯାତ୍ରୀବାହୀ ବସ ଗୁଡିକ ମଧ୍ୟ ଏହି ରାସ୍ତା ଦେଇ ବଜାରକୁ ପ୍ରବେଶ କରୁଛି। ବିଶେଷ କରି ଏହି ରାସ୍ତା ଦେଇ ଝୁମ୍ପୁରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆମ୍ବଲାନ୍ସ ଗୁଡିକ ରୋଗୀ ମାନଙ୍କୁ ନେଇ ଯାଇଥାନ୍ତି । ରାସ୍ତାକୁ ଠିକଣା ସମୟରେ ରକ୍ଷଣା ବେକ୍ଷଣ କରାଯାଉ ନ ଥିବାରୁ ରାସ୍ତାରୁ ପିଚୁ ଉଠିବା ସହିତ ରାସ୍ତାରେ ପଡିଥିବା ମେଟାଲ ଗୁଡିକ ମଧ୍ୟ ଉଠି ଯାଇ ରାସ୍ତା ସାରା ଖାଲ ଖମାରେ ପରିଣତ ହୋଇଯାଇଛି । ସାମନ୍ୟ ବର୍ଷା ହେଲେ ରାସ୍ତା ଉପରେ ହୋଇଥିବା ଖାଲ ଗୁଡିକରେ ପାଣି ଜମି ରହୁଥିବାରୁ ବିଶେଷ କରି ସ୍କୁଲ ପିଲା ଯାତାୟତ କରୁଥିବା ସମୟରେ ଖାଲରେ ପଡି ଖଣ୍ଡିଆ ଖାବରା ହେବାର ନଜିର ରହିଛି । ଏହି ରାସ୍ତାଟି ବର୍ତ୍ତମାନ କେଉଁ ବିଭାଗ ଅଧିନରେ ରହିଛି ତାହାର ସଠିକ ତଥ୍ୟ ମିଳିପାରୁ ନାହିଁ । ଜାତୀୟ ରାଜପଥ ବିଭାଗ କହୁଛି ପିଡବ୍ଳ୍ୟୁଡି ବିଭାଗକୁ ହସ୍ତାନ୍ତର କରାଯାଇଛି କିନ୍ତୁ ପିଡବ୍ଲ୍ୟୁଡି ବିଭାଗ କହୁଛି ଏନଏଚ କର୍ତ୍ତୃପକ୍ଷ ହସ୍ତାନ୍ତର କରି ନାହିଁ । ଦୁଇ ବିଭାଗ ମଧ୍ୟରେ ସମ୍ବନୟ ରହୁନଥିବାରୁ ଏହି ରାସ୍ତା ଦିନକୁ ଦିନ ଅଧିକ ଶୋଚନୀୟ ହୋଇପଡୁଛି ଯାହା ଫଳରେ ପଥଚାରୀ ମାନେ ଯାତାୟତ କରିବାରେ ଘୋର ଅସୁବିଧାର ସମ୍ମୁଖିନ ହେଉଛନ୍ତି ଝୁମ୍ପୁରା ବଡବନ୍ଧ ଠାରୁ ଆରମ୍ଭ କରି ଷ୍ଟେଟ ବ୍ୟାଙ୍କ ପର୍ଯ୍ୟନ୍ତ ରାସ୍ତାର ବିଭିନ୍ନ ସ୍ଥାନରେ ଅଧିକ ଖାଲ ହୋଇଥିବାରୁ ଯାତାୟତ କରିବାରେ ଅସୁବିଧା ସୃଷ୍ଟି ହେଉଛି । ରାସ୍ତାର ଅଧିକ ଖାଲ ହୋଇଥିବା ସ୍ଥାନକୁ ସମତୁଲ କରି ଯାତାୟତର ସୁବିଧା କରିବା ଦିଗରେ ଜିଲାପ୍ରଶାସନ ସ୍ୱତନ୍ତ ଭାବରେ ଦୃଷ୍ଟି ଦେବାକୁ ଜନସାଧାରଣରେ ଦାବି ହେଉଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories