www.samajalive.in
Sunday, December 14, 2025
26.1 C
Bhubaneswar

ଭାରତୀୟ ପ୍ରାଣୀ ସର୍ଭେକ୍ଷଣ କେନ୍ଦ୍ର ଦ୍ୱାରା ନୂତନ ପ୍ରଜାତିର କୋଚିଆ ମାଛ ‘ସିରିମୁରେନା ଓଡିଶାଏନସିସ’ ଚିହ୍ନଟ

ଗୋପାଳପୁର: ଗୋପାଳପୁର ସ୍ଥିତ ପ୍ରାଣୀ ସର୍ଭେକ୍ଷଣ କେନ୍ଦ୍ର ପକ୍ଷରୁ ଏକ ନୂତନ ପ୍ରଜାତିର କୋଚିଆ ମାଛ ଚିହ୍ନଟ କରାଯାଇଛି। କେନ୍ଦ୍ରର ବୈଜ୍ଞାନିକ ଅନିଲ ମହାପାତ୍ରଙ୍କ ମତରେ ଏହା ନୂତନ ପ୍ରଜାତି ମାଛ ଯାହାକି ପ୍ରଥମ ଥର ପାଇଁ ଓଡିଶା ଉପକୂଳ ଗଞ୍ଜାମ ଜିଲାର ପାଲୁର ନାଳ (ସାହେବ କେନାଲ) ଏବଂ ବାଲେଶ୍ବର ଜିଲାର ବିଚିତ୍ରପୁର ମତ୍ସ୍ୟ ଅବତରଣ କେନ୍ଦ୍ରରୁ ସଂଗ୍ରହ କରାଯାଇଥିଲା। ଏହି ମାଛ ଓଡିଶା ଉପକୂଳରୁ ସଂଗ୍ରହ କରାଯାଇଥିବାରୁ ଏହି ମାଛର ନାମ ସିରିମୁରେନା ଓଡିଶାଏନସିସ ରଖାଯାଇଛି। ଏହି ମାଛଟିକୁ ପ୍ରଥମେ ରାଜେଶ କୁମାର ବେହେରା ପାଲୁର କେନାଲରୁ ୨୦୨୧ ରେ ସଂଗ୍ରହ କରିଥିଲେ। ପୁଣି ୨୦୨୨ ରେ ଏହି ମାଛକୁ ଡ଼ଃ.ଅନିଲ ମହାପାତ୍ରଙ୍କୁ ବିଚିତ୍ରପୁର ମତ୍ସ୍ୟ ଅବତରଣ କେନ୍ଦ୍ରରୁ ପାଇଥିଲେ।

ଏହି ମାଛ ଉପରେ ବୈଜ୍ଞାନିକ ଅନିଲ ମହାପାତ୍ର, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର.ଶେଷଦେବ ପାତ୍ର, ଗବେଷକ ସ୍ୱରୂପ ରଞ୍ଜନ ମହାନ୍ତି, ଏବଂ ରାଜେଶ କୁମାର ବେହେରା ମିଳିତ ଭାବେ ଗବେଷଣା କରିଥିଲେ। ଏହି ମାଛ ର ରଙ୍ଗ ଧୂସର ବାଦାମୀ ଅଟେ। ଏହି ମାଛଟି ସାଧାରଣତଃ ମୁହାଣ ନିକଟବର୍ତ୍ତୀ ଅଞ୍ଚଳରେ ଦେଖିବାକୁ ମିଳିଥାନ୍ତି। ଏହି ମାଛ ବିଷୟରେ ଅଧିକ ତଥ୍ୟ ଜାଣିବା ପାଇଁ ଏହାର ଗବେଷଣା କରା ଯାଇଥିଲା। ପରବର୍ତ୍ତୀ ସମୟରେ ଏହା ଏକ ଭିନ୍ନ ମାଛ ବୋଲି ଜଣା ପଡିଥିଲା। ୧୬୦ ରୁ ୧୬୨ ସଂଖ୍ୟକ ହାଡ ବିଶିଷ୍ଟ ମେରୁଦଣ୍ଡ ରହିଥିବା ଏହି ମାଛ ର ଦାନ୍ତ ଅନ୍ୟ ସମ ପ୍ରଜାତିମାନଙ୍କଠୁ ସମ୍ପୂର୍ଣ ଭିନ୍ନ ଏହି ମାଛ ବିଷାକ୍ତ ନୁହେ। ଏହି ମାଛର ସବିଶେଷ ବିବରଣୀ ଅନ୍ତର୍ଜାତୀକ ଖ୍ୟାତି ସମ୍ପନ୍ନ ପତ୍ରିକା ଜୁଟାକ୍ସାରେ ପ୍ରକାଶ ପାଇଥିବା କେନ୍ଦ୍ରର ବୈଜ୍ଞାନିକ ଅନିଲ ମହାପାତ୍ର କହିଛନ୍ତି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories