ନୂଆଦିଲ୍ଲୀ: ଦେଶର ଅଗ୍ରଣୀ ଏଡ୍ଟେକ୍ କମ୍ପାନୀ ବାଇଜୁସ୍ର ଆୟ ବ୍ୟୟ ଖାତାର ଯାଞ୍ଚ କରାଯିବ। ଏଥିପାଇଁ କେନ୍ଦ୍ର ସରକାର ନିର୍ଦେଶ ଦେଇଛନ୍ତି। ଏହି ସଂସ୍ଥା ପକ୍ଷରୁ ଆର୍ଥିକ ବିବରଣୀ ଦାଖଲରେ ବିଳମ୍ବ କରାଯାଉଥିବା କାରଣ ଦର୍ଶାଇ ଗତ ଜୁନ୍ ମାସରେ ଡିଲଏଟ୍ ହାସ୍କିନ୍ସ ଆଣ୍ଡ ସେଲ୍ସ୍ ବାଇଜୁସ୍ର ଅଡିଟର ପଦରୁ ଇସ୍ତଫା ଦେଇଥିଲା। ଏଥିସହିତ ପିକ୍ ଏକ୍ସଭି ପାର୍ଟନର୍ସ (ସିକ୍ୱୋଇଆ କ୍ୟାପିଟାଲ ଇଣ୍ଡିଆ)ର ଜି ଭି ରବିଶଙ୍କର, ପ୍ରୋସସ୍ର ରସେଲ୍ ଡ୍ରେନେସଷ୍ଟକ୍ ଏବଂ ଚାନ୍ ଜୁକରବର୍ଗର ଭିଭିଆସ୍ ୱୁ ମଧ୍ୟ ବାଇଜୁସ୍ ବୋର୍ଡରୁ ଇସ୍ତଫା ଦେଇଥିଲେ। ଏ ସମ୍ପର୍କରେ ଦେଶର କମ୍ପାନୀ ବ୍ୟାପାର ମନ୍ତ୍ରଣାଳୟ ଛଅ ସପ୍ତାହ ମଧ୍ୟରେ ରିପୋର୍ଟ ତଲବ କରିଥିବା ଏକ ସୂତ୍ରରୁ କୁହାଯାଇଛି। କମ୍ପାନୀର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବାକୁ ବାଇଜୁର ପ୍ରତିଷ୍ଠାତା ବାଇଜୁ ରବୀନ୍ଦ୍ରନ୍ ଗତ ସପ୍ତାହରେ ଏକ ସ୍ୱତନ୍ତ୍ର ସାଧାରଣ ପରିଷଦ ବୈଠକ ଡାକିଥିଲେ।
Popular Categories



