www.samajalive.in
Sunday, December 14, 2025
14.1 C
Bhubaneswar

ଭାଙ୍ଗିନି ଜ୍ୟୋତି ବସୁଙ୍କ ରେକର୍ଡ

ସମ୍ବଲପୁର : ୨୦୦୦ ମସିହା ମାର୍ଚ୍ଚ ୫ ତାରିଖରେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ନବୀନ ଇତି ମଧ୍ୟରେ ଶାସନର ୧୮ ବର୍ଷ ୨୪ ଦିନ (୬୫୯୮ ଦିନ)ପୂର୍ଣ୍ଣ କରି ସାରିଛନ୍ତି । ୧୮ ବର୍ଷରୁ ଊଦ୍ଧ୍ୱର୍କାଳ ମୁଖ୍ୟମନ୍ତ୍ରୀ ରୂପେ କାର୍ଯ୍ୟ କରିବାରେ ଦେଶର ମୁଖ୍ୟମନ୍ତ୍ରୀଙ୍କ ତାଲିକାରେ ସାମିଲ ହୋଇଛନ୍ତି ନବୀନ।

- Advertisement -

ଏହି ତାଲିକାରେ ଜ୍ୟୋତି ବସୁ ଶୀର୍ଷରେ ଥିବାବେଳେ ନବୀନଙ୍କ ନାମ ଶ୍ରେଷ୍ଠ ୧୦ ତାଲିକାରେ ସାମିଲ ହୋଇଛି। ଦେଶରେ ସର୍ବାଧିକ କାଳ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିବା ତାଲିକା ଶୀର୍ଷରେ ଅଛନ୍ତି ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁ । ସେ ୨୩ବର୍ଷ ୪ ମାସ ୧୭ ଦିନ ମୁଖ୍ୟମନ୍ତ୍ରୀ ରହିଥିଲେ। ତେବେ ଏହି ରେକର୍ଡ଼କୁ ଭାଙ୍ଗିବାକୁ ଯାଉଛନ୍ତି ସିକିମ୍‍ ମୁଖ୍ୟମନ୍ତ୍ରୀ ପୱନ କୁମାର ଚାମ୍‍ଲିଂ। ସେହିପରି କ୍ରମାନ୍ୱୟରେ ଅରୁଣାଚଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିଓଙ୍ଗ ଅପାଙ୍ଗ, ମିଜୋରାମର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲ ଥାହ୍ନାୱାଲା, ହିମାଚଳର ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହ, ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ମାନିକ୍‍ ସର୍‍କାର, ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ, ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ କରୁଣାନିଧି, ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଯଶୱନ୍ତ ସିଂହ ପରମାରଙ୍କ ପରେ ୧୦ମ ସ୍ଥାନରେ ରହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଏମାନେ ସମସ୍ତେ ୧୮ ବର୍ଷ ବା ଏହାଠାରୁ ଅଧିକ ସମୟ ମୁଖ୍ୟମନ୍ତ୍ରୀ ରହିଛନ୍ତି।  ତେବେ ସାମ୍ପ୍ରତିକ ସମୟରେ କ୍ରମାଗତ ଭାବରେ ଦୀର୍ଘ ଅବଧି କାର୍ଯ୍ୟକରିବାରେ କ୍ଷମତାରେ ଥିବା ମୁଖ୍ୟମନ୍ତ୍ରୀଙ୍କ ତାଲିକାରେ ନବୀନ ରହିଛନ୍ତି ତୃତୀୟ ସ୍ଥାନରେ । ସିକିମ୍‍ର ପୱନ କୁମାର ଚାମ୍‍ଲିଂ (୨୩ ବର୍ଷରୁ ଅଧିକ), ମିଜୋରାମର ଲାଲ ଥାହ୍ନାୱାଲ (୨୧ ବର୍ଷରୁ ଅଧିକ)ଙ୍କ ପରେ ନବୀନ ପଟ୍ଟନାୟକ (୧୮ ବର୍ଷରୁ ଅଧିକ) ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟରତ ଅଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କ୍ରମାଗତ ଭାବରେ ଜ୍ୟୋତିବସୁ ଓ ପୱନ କୁମାର ଚାମ୍‍ଲିଂ ୫ମଥର ପାଇଁ ମୁଖ୍ୟମନ୍ତ୍ରୀ ପଦରେ ଅଭିଷିକ୍ତ ହୋଇଥିବାବେଳେ ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ମାନିକ୍‍ ସରକାର ଓ ନବୀନ କ୍ରମାଗତ ୪ର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ରୂପେ ନିର୍ବାଚିତ ହୋଇଛନ୍ତି ।

Hot this week

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

Related Articles

Popular Categories