www.samajalive.in
Wednesday, December 10, 2025
14.1 C
Bhubaneswar

କ୍ରମାଗତ ୯ମ ବିଜୟ ଲକ୍ଷ୍ୟରେ ଭାରତ

ନୂଆଦିଲ୍ଲୀ : ଆସନ୍ତା ୧୨ରୁ ଘରୋଇ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ୨ ମ୍ୟାଚ୍‌ର ​ଟେଷ୍ଟ ଶୃଙ୍ଖଳା ଖେଳିବାକୁ ଯାଉଛି ଭାରତୀୟ ଦଳ। ଦୁର୍ବଳ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଏହି ଶୃଙ୍ଖଳା ଜିତିବାକୁ ରୋହିତ ଶର୍ମା ନେତୃତ୍ବାଧୀନ ଭାରତ ଦୃଢ଼ ଦାବିଦାର। ଏପରି କରିପାରିଲେ ଇଣ୍ଡିଜ୍‌ ବିପକ୍ଷରେ ଭାରତ କ୍ରମାଗତ ୯ମ ଟେଷ୍ଟ ଶୃଙ୍ଖଳା ଜିତିପାରିବ। ୨୦୦୨ରୁ ୨୦୧୯ ମଧ୍ୟରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଭାରତ ୮ଟି ଟେଷ୍ଟ ଶୃଙ୍ଖଳା ଖେଳି ସବୁତକ ଜିତିପାରିଛି।
୧୯୪୮ରୁ ୱେଷ୍ଟଇଣ୍ଡିଜ୍‌-ଭାରତ ଟେଷ୍ଟ ଶୃଙ୍ଖଳା ଆରମ୍ଭ ହୋଇଥିବା ବେଳେ ପ୍ରଥମ ୫ଟି ଶୃଙ୍ଖଳା ଇଣ୍ଡିଜ୍‌ ଜିତିଥିଲା। ୧୯୭୧ରେ ଅଜିତ ୱାଦେକରଙ୍କ ନେତୃତ୍ବାଧୀନ ଭାରତ ପ୍ରଥମଥର ୱେଷ୍ଟଇଣ୍ଡିଜ୍‌ ମାଟିରେ ଘରୋଇ ଦଳକୁ ଟେଷ୍ଟ ଶୃଙ୍ଖଳାରେ ପରାସ୍ତ କରିଥିଲା। ୧୯୪୮ରୁ ୨୦୦୨ ମଧ୍ୟରେ ଉଭୟ ଦଳଙ୍କ ମଧ୍ୟରେ ମୋଟ ୧୬ଟି ଟେଷ୍ଟ ଶୃଙ୍ଖଳା ଖେଳା ଯାଇଥିବା ବେଳେ ଏଥିରୁ ଇଣ୍ଡିଜ୍‌ ୧୨ଟି ଏବଂ ଭାରତ ମାତ୍ର ୨ଟି ଜିତିଥିଲା। ଏହାପରେ ଭାରତ କ୍ରମାଗତ ୮ଟି ଟେଷ୍ଟ ଶୃଙ୍ଖଳା ଜିତିପାରିଛି। ଅଦ୍ୟାବଧି ଉଭୟ ଦଳଙ୍କ ମଧ୍ୟରେ ମୋଟ ୨୪ଟି ​ଟେଷ୍ଟ ଶୃଙ୍ଖଳା ଖେଳାଯାଇଛି। ଏଥିରୁ ୱେଷ୍ଟଇଣ୍ଡିଜ୍‌ ୧୨ଟି ଓ ଭାରତ ୧୦ଟି ଜିତିଥିବା ବେଳେ ୨ଟି ଶୃଙ୍ଖଳା ଅମୀମାଂସିତ ରହିଛି। ୱେଷ୍ଟଇଣ୍ଡିଜ୍ ମାଟିରେ ଉଭୟ ଦଳ ୧୨ଟି ଟେଷ୍ଟ ଶୃଙ୍ଖଳା ଖେଳିଛନ୍ତି। ଏଥିରୁ ୱେଷ୍ଟଇଣ୍ଡିଜ୍‌ ୭ଟି ଓ ଭାରତ ୫ଟି ଜିତିଛନ୍ତି। ୨୦୦୨ରେ ଶେଷଥର ୱେଷ୍ଟଇଣ୍ଡିଜ୍‌ ମାଟିରେ ଭାରତ ଟେଷ୍ଟ ଶୃଙ୍ଖଳା ହାରିଥିଲା। ଭାରତମାଟିରେ ଉଭୟ ଦଳ ୧୨ଟି ଟେଷ୍ଟ ଶୃଙ୍ଖଳା ଖେଳିଛନ୍ତି। ଏଥିରୁ ୱେଷ୍ଟଇଣ୍ଡିଜ୍‌ ଓ ଭାରତ ୫ଟି ଲେଖାଏଁ ଜିତିଥିବା ବେଳେ ୨ଟି ଟେଷ୍ଟ ଶୃଙ୍ଖଳା ଡ୍ର ରହିଛି। ୧୯୮୩ ପରଠାରୁ ଭାରତମାଟିରେ ୱେଷ୍ଟଇଣ୍ଡିଜ୍‌ଠାରୁ ଟିମ୍ ଇଣ୍ଡିଆ ଟେଷ୍ଟ ଶୃଙ୍ଖଳା ହାରିନାହିଁ। ୧୯୪୮ରୁ ୨୦୧୯ ମଧ୍ୟରେ ୱେଷ୍ଟଇଣ୍ଡିଜ୍‌-ଭାରତ ମୋଟ ୯୮ଟି ଟେଷ୍ଟମ୍ୟାଚ୍‌ ଖେଳାଯାଇଛି। ଏଥିରୁ ୱେଷ୍ଟଇଣ୍ଡିଜ୍‌ ୩୦ଟି ଜିତିଥିବା ବେଳେ ଭାରତ ୨୨ଟି ଜିତିଛି। ୪୬ଟି ଟେଷ୍ଟମ୍ୟାଚ୍‌ ଡ୍ର ରହିଛି। ୱେଷ୍ଟଇଣ୍ଡିଜ୍ ମାଟିରେ ଉଭୟ ମୋଟ ୫୧ଟି ଟେଷ୍ଟମ୍ୟାଚ୍‌ ଖେଳିଛନ୍ତି। ଏଥିରୁ ୱେଷ୍ଟଇଣ୍ଡିଜ୍‌ ୧୬ଟି ଓ ଭାରତ ୯ଟି ଜିତିଛନ୍ତି। ୨୬ଟି ଟେଷ୍ଟମ୍ୟାଚ୍‌ ଡ୍ର ରହିଛି। ଭାରତମାଟିରେ ଉଭୟ ଦଳ ୪୭ଟି ଟେଷ୍ଟମ୍ୟାଚ୍‌ ଖେଳିଛନ୍ତି। ଏଥିରୁ ୱେଷ୍ଟଇଣ୍ଡିଜ୍‌ ୧୪ଟି ଓ ଭାରତ ୧୩ଟି ଟେଷ୍ଟ ଜିତିଛନ୍ତି। ୨୦ଟି ଟେଷ୍ଟମ୍ୟାଚ୍‌ ଡ୍ର ରହିଛି। ତେବେ ୭୦ ଓ ୮୦ ଦଶକ ଭଳି ଶକ୍ତିଶାଳୀ ଦଳ ଆଉ ୱେଷ୍ଟଇଣ୍ଡିଜ୍‌ ନାହିଁ। ଏହା ପ୍ରଥମଥର ଦିନିକିଆ ବିଶ୍ବକପ୍‌ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରି ପାରିନାହିଁ। ତେଣୁ ଭାରତ ଏହି ଟେଷ୍ଟ ଶୃଙ୍ଖଳା ଜିତିବ ବୋଲି ଆକଳନ କରାଯାଉଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories