www.samajalive.in
Saturday, December 13, 2025
26.1 C
Bhubaneswar

ପାଣିରେ ଏହି ୨ଟି ଜିନିଷ ମିଶାଇ ପିଇଲେ, ମିଳେ ଚମତ୍କାରୀ ଲାଭ

ସ୍ୱାସ୍ଥ୍ୟ ପାଇଁ କେତେକ ସରଳ ଉପାୟ ରହିଛି। କିଛି ରୋଗରୁ ମୁକ୍ତି ପାଇବା ପାଇଁ କିଛି ସରଳ ଉପାୟ ରହିଛି। ସେଭଳି ଏକ ସହଜ ଉପାୟ ହେଉଛି ଲୁଣ, ଚିନି ଓ ପାଣି। ପାଣିରେ ଲୁଣ,ଚିନି ମିଶାଇ ପିଇବା ଦ୍ୱାରା ସ୍ୱାସ୍ଥ୍ୟ ଜନିତ ଅନେକ ଲାଭ ମିଳିଥାଏ। ଏହା ଶରୀରକୁ ତୁରନ୍ତ ଶକ୍ତି ପ୍ରଦାନ କରିଥାଏ। ଏହା ଶରୀରରେ ଜଳୀୟଅଂଶର ଅଭାବ ଦୂର କରିଥାଏ। ଜାଣନ୍ତୁ ଏହାର ସ୍ୱାସ୍ଥ୍ୟ ଉପକାରୀ ଗୁଣ ବିଷୟରେ..
ପାଣିରେ ଲୁଣ ଓ ଚିନି ମିଶାଇ ପିଇବା ଦ୍ୱାରା ଶରୀରରେ ଜଳୀୟଅଂଶର ଅଭାବ ଦୂର ହୋଇଥାଏ।
ପାଣିରେ ଲୁଣ ଓ ଚିନି ମିଶାଇ ପିଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ। ଏହା ପେଟ ଫୁଲିବା ଓ ବଦହଜମି ଭଳି ସମସ୍ୟା ମଧ୍ୟ ଦୂର କରିଥାଏ।
ପାଣିରେ ଲୁଣ ଓ ଚିନି ମିଶାଇ ପିଇବା ଦ୍ୱାରା ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଏହାଦ୍ୱାରା ବିଭିନ୍ନ ରୋଗ ସହ ଲଢେଇ କରିବାରେ ସହାୟକ ହୋଇଥାଏ। ସହଜରେ ରୋଗଗ୍ରସ୍ତ ହୋଇନଥାଆନ୍ତି।
ଏହାକୁ ପିଇବା ଦ୍ୱାରା ଶରୀରକୁ ତୁରନ୍ତ ଶକ୍ତି ମିଳିଥାଏ। କାର୍ଯ୍ୟ କଲେ ମଧ୍ୟ ଥକ୍କାପଣ ଅନୁଭବ ହୋଇନଥାଏ। ଏହାର ନିୟମିତ ସେବନ କରିବା ଦ୍ୱାରା ଉତ୍ତମ ନିଦ ହୋଇଥାଏ।
ପାଣିରେ ଲୁଣ ଓ ଚିନି ମିଶାଇ ପିଇବା ଦ୍ୱାରା ନିମ୍ନ ରକ୍ତଚାପ ଜନିତ ସମସ୍ୟା ଦୂର ହୋଇଥାଏ। ସାମାନ୍ୟ ମୁଣ୍ଡ ବୁଲାଇବା ଭଳି ଅନୁଭବ ହେଉଥିଲେ, ଏହି ପାଣି ପିଇଲେ ମୁଣ୍ଡ ବୁଲାଇବା ସମସ୍ୟା ଦୂର ହୋଇଥାଏ। ଏଥିପାଇଁ ଏକ ଗ୍ଲାସ ପାଣିରେ ଏକ ଚାମଚ ଚିନି ଓ ଅଧ ଚାମଚ ଲୁଣ ମିଶାଇ ପିଅନ୍ତୁ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories