www.samajalive.in
Saturday, December 13, 2025
26.1 C
Bhubaneswar

ବର୍ଷା ବିତ୍ପାତ ; ଭୂସ୍ଖଳନ,ବଜ୍ରପାତରେ ୩୪ ମୃତ

ନୂଆଦିଲ୍ଲୀ : ୨୪ ଘଣ୍ଟାରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ଭୂସ୍ଖଳନ, ବଜ୍ରପାତରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି ପାଇଛି। ସବୁଠାରୁ ଅଧିକ ୧୧ ଜଣଙ୍କ ମୃତ୍ୟୁ ହିମାଚଳ ପ୍ରଦେଶରେ ହୋଇଛି।
ପ୍ରବଳ ବର୍ଷାରେ ଉତ୍ତର ଏବଂ ପଶ୍ଚିମ ଭାରତରେ ପରିସ୍ଥିତି ଜଟିଳ ହୋଇ ପଡିଛି। ହିମାଚଳ ପ୍ରଦେଶ ସମେତ ପାହାଡ ରାଜ୍ୟଗୁଡିକ ସର୍ବାଧିକ କ୍ଷତି ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ, ବଜ୍ରପାତ, ଘର ଭୁଶୁଡ଼ିବା, ଗଛ ପଡିବା ଯୋଗୁଁ ୩୪ ଜଣଙ୍କର ମୃତ୍ୟୁ ହୋଇଛି। ହିମାଚଳରେ ସର୍ବାଧିକ ୧୧ ମୃତ୍ୟୁ ଘଟିଛି। ଏହା ବ୍ୟତୀତ ୟୁପିରେ ୮ ଜଣ, ଉତ୍ତରପ୍ରଦେଶରେ ୬ ଜଣ, ଦିଲ୍ଲୀରେ ୩ ଜଣ, ଜାମ୍ମୁ କାଶ୍ମୀର, ହରିୟାଣା ଏବଂ ପଞ୍ଜାବରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି। ହିମାଚଳର ମଣ୍ଡିରେ ବିସ୍ ନଦୀ କୂଳରେ ଏକ ୪୦ ବର୍ଷ ପୁରୁଣା ବ୍ରିଜ୍ ଧୋଇ ହୋଇଯାଇଛି। ୪୧ ବର୍ଷ ପରେ ଜୁଲାଇରେ ଦିଲ୍ଲୀରେ ଗୋଟିଏ ଦିନରେ ୧୫୩ ମିଲିମିଟର ବର୍ଷା ହୋଇଛି। ବର୍ଷା ଯୋଗୁଁ ଉତ୍ତର ରେଳ ୧୭ ଟି ଟ୍ରେନକୁ ବାତିଲ କରିଦେଇଛି। ୧୨ ଟି ଟ୍ରେନର ମାର୍ଗ ପରିବର୍ତ୍ତନ କରାଯାଇଛି।
ରାଜଧାନୀ ଦିଲ୍ଲୀ ସମେତ ଅନ୍ୟ ରାଜ୍ୟଗୁଡିକର ରାସ୍ତା ପାଣିରେ ବୁଡ଼ି ଯାଇଥିବା ବେଳେ ଭୂସ୍ଖଳନ କାରଣରୁ ରାସ୍ତାରେ ଯାତାୟତ ପ୍ରଭାବିତ ହୋଇଛି। ଦିଲ୍ଲୀର ଯମୁନା ନଦୀର ଜଳ ସ୍ତର ବିପଦ ସଙ୍କେତ ନିକଟରେ ପହଞ୍ଚିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories