www.samajalive.in
Saturday, December 13, 2025
21.1 C
Bhubaneswar

୪୬ବର୍ଷ ଧରି ଅଟକିଛି ସୁବର୍ଣ୍ଣ ଲକ୍ଷ୍ମୀମୂର୍ତ୍ତି ପ୍ରତିଷ୍ଠା ; ମନ୍ଦିର ପ୍ରଶାସନକୁ ରିପୋର୍ଟ ମାଗିଲେ କୋର୍ଟମିତ୍ର

ପୁରୀ : ୧୯୭୨ରୁ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ନିର୍ମିତ ସୁବର୍ଣ୍ଣ ଲକ୍ଷ୍ମୀମୂର୍ତ୍ତି ପ୍ରତିଷ୍ଠା ହୋଇପାରୁ ନାହିଁ। ପ୍ରାୟ ୫ଦଶନ୍ଧି ଧରି ନୂତନ ପ୍ରତିମାଙ୍କୁ ବିନାପୂଜାରେ ଭଣ୍ଡାରଘରେ ରଖାଯାଇଛି। କିଏ ନୂତନ ମୂର୍ତ୍ତି ପ୍ରତିଷ୍ଠା କରିବ ସେଥିନେଇ ଦେଉଳ ପୁରୋହିତ ଏବଂ ପୂଜାପଣ୍ଡା ସେବକଙ୍କ ମଧ୍ୟରେ ବିବାଦ ଦେଖାଦେଇଛି। ତାହାର ଆପୋସ ସମାଧାନ କରି ମୂର୍ତ୍ତି ପ୍ରତିଷ୍ଠା କରିବାରେ ମନ୍ଦିର ପ୍ରଶାସନ ବିଫଳ ହୋଇଛି। ଏ ସମ୍ପର୍କରେ ପ୍ରଶାସନଠାରୁ ରିପୋର୍ଟ ମାଗିଛନ୍ତି କୋର୍ଟମିତ୍ର ଗୋପାଳ ସୁବ୍ରମଣ୍ୟମ୍‍। ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶକ୍ରମେ ପୁରୀ ଗସ୍ତରେ ଆସିଥିବା ବେଳେ କେତେକ ସେବକ ଏଥିନେଇ ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିବାଦର ସମାଧାନ ପାଇଁ ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଏକ ବୈଠକ ଅନୁଷ୍ଠିତ ହୋଇଥିଲେ ମଧ୍ୟ ସମାଧାନର ସୂତ୍ର ବାହାରି ପାରିନାହିଁ।
ଆଗାମୀ ୨୦ ତାରିଖରେ ପୁଣିଥରେ ବୈଠକ ଡକାଯାଇ ଅନ୍ୟ କେତେକ ସେବକ ନିଯୋଗ ସହ ଆଲୋଚନା କରାଯିବ ବୋଲି ମୁଖ୍ୟ ପ୍ରଶାସକ ଶ୍ରୀ ମହାପାତ୍ର କହିଛନ୍ତି। ପ୍ରଶାସନର ଅବହେଳା ଯୋଗୁଁ ରତ୍ନସିଂହାସନରେ ଦୀର୍ଘଦିନ ଧରି ଭଗ୍ନ ଲକ୍ଷ୍ମୀପ୍ରତିମା ପୂଜା ପାଉଛନ୍ତି। ପ୍ରାୟ ୨କି.ଗ୍ରା ସୁନାରେ ନିର୍ମିତ ନୂତନ ବିଗ୍ରହଙ୍କୁ ସେଠାରେ ପ୍ରତିଷ୍ଠା ପାଇଁ ମହାଜନ ନିଯୋଗ ପକ୍ଷରୁ ଦାବି ହୋଇଆସୁଛି। ମଙ୍ଗଳବାର ବୈଠକରେ ଜିଲାପାଳ ଏବଂ ଏସ୍‍ପିଙ୍କ ସମେତ ଦୁଇଟି ନିଯୋଗର କର୍ମକର୍ତ୍ତା ଉପସ୍ଥିତ ଥିଲେ। ଶ୍ରୀମନ୍ଦିରରେ ନୂତନ ବିଗ୍ରହ ପ୍ରତିଷ୍ଠା ପାଇଁ କିଏ ଅଧିକୃତ ସେଥିନେଇ ପୁରୁଣା ରେକର୍ଡ ଯାଞ୍ଚ କରାଯାଉଛି। କୋର୍ଟମିତ୍ରଙ୍କ ଚିଠି ପରେ ଶ୍ରୀମନ୍ଦିର ପ୍ରଶାସନ ହଠାତ ତତ୍ପର ହୋଇଉଠିଛି। ଲକ୍ଷ୍ମୀମୂର୍ତ୍ତିଙ୍କ ସମେତ ନୂତନ ନାରାୟଣ, ବାମନ ଏବଂ ମଦନମୋହନଙ୍କୁ ଏକ ସମୟରେ ପ୍ରତିଷ୍ଠା କରାଯିବ ବୋଲି ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି। ଦେଉଳ ପୁରୋହିତ, ପୂଜାପଣ୍ଡା, ତଳୁଚ୍ଛ, ଭିତରଛ ଏବଂ ପାଟ୍ଟଯୋଶୀ ସେବକଙ୍କ ସହ ଏ ସମ୍ପର୍କରେ ପୁଣିଥରେ ଆଲୋଚନା କରାଯିବ।
ମୁଖ୍ୟ ପ୍ରଶାସକଙ୍କ ସୂଚନା ଅନୁଯାୟୀ ବିବାଦର ସମାଧାନ ପାଇଁ ୨୦୧୫ରେ ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। କୋର୍ଟମିତ୍ରଙ୍କ ହସ୍ତକ୍ଷେପ ପରେ ବିବାଦର ସମାଧାନ ପାଇଁ ପୁଣିଥରେ ଉଦ୍ୟମ ଆରମ୍ଭ ହୋଇଛି। ଖୁବ୍‍ଶୀଘ୍ର ସମାଧାନର ବାଟ ବାହାର କରାଯାଇ ନୂତନ ବିଗ୍ରହଙ୍କୁ ପ୍ରତିଷ୍ଠା କରାଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories