ପାଟନା : ବିଜେପି ନେତୃତ୍ବ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ)କୁ ଫେରିବା ଯୋଜନା କରିଛନ୍ତି ଚିରାଗ ପାଶ୍ବାନ। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଚିରାଗଙ୍କ ନେତୃତ୍ବ ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ) ଏନଡିଏ ମେଣ୍ଟରେ ସାମିଲ ହେବ। ଏ ସମ୍ପର୍କରେ ଆଗାମୀ ଦିନରେ ବିଧିବଦ୍ଧ ଭାବେ ଘୋଷଣା କରାଯିବ ବୋଲି ଚିରାଗ କହିଛନ୍ତି। ରବିବାର ଚିରାଗଙ୍କ ବାସଭବନରେ ଦଳୀୟ କର୍ମକର୍ତ୍ତାଙ୍କ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଦଳ ଏନଡିଏକୁ ଫେରିବା ନେଇ ଆଲୋଚନା ହୋଇଛି। ବୈଠକ ପୂର୍ବରୁ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ ସହିତ ପାଶ୍ବାନଙ୍କର ସାକ୍ଷାତ ଆଲୋଚନା ହୋଇଥିଲା। ନିତ୍ୟାନନ୍ଦଙ୍କ ସାକ୍ଷାତ ପରେ ଚିରାଗ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ ହେବାର ଚର୍ଚ୍ଚା ହୋଇଛି। ଜୁଲାଇ ୧୨ରେ କେନ୍ଦ୍ର ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହେବାକୁ ଯାଉଥିବାବେଳେ ଚିରାଗ ଏଥିରେ ସ୍ଥାନ ପାଇବାର ସମ୍ଭାବନା ରହିଛି। ଅନ୍ୟପଟେ ବିଦ୍ରୋହୀ ଏଲଜେପିର ନେତୃତ୍ବ ନେଉଥିବା ପଶୁପତି କୁମାର ପାରସ ମନ୍ତ୍ରିମଣ୍ଡଳରୁ ବାଦ୍ ପଡିବାର ସମ୍ଭାବନା ରହିଛି। ସେହିପରି ଆରକେ ସିଂହ ଓ ଅଶ୍ବିନ କୁମାର ଚୌବେ ମଧ୍ୟ ମନ୍ତ୍ରିମଣ୍ଡଳରୁ ବାଦ୍ ପଡିବାର ଆଶଙ୍କା ରହିଛି। ଜୁଲାଇ ୯ ତାରିଖରେ ଚିରାଗ କହିଥିଲେ ଯେ ତାଙ୍କ ଦଳ ସର୍ବଦା ବିଜେପିକୁ ସମର୍ଥନ କରିଆସିଛି ଓ ଆଗାମୀ ଦିନରେ ଏହା ଜାରି ରଖିବ। ୨୦୨୦ରେ ଏନଡିଏ ମେଣ୍ଟରୁ ଚିରାଗ ଓହରି ଯାଇଥିଲେ।
୧୨ରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ, ଏନଡିଏକୁ ଫେରିବେ ଚିରାଗ ପାଶ୍ବାନ
Popular Categories



