www.samajalive.in
Saturday, December 13, 2025
26.1 C
Bhubaneswar

ହରଭଙ୍ଗା-ଧଳପୁର ଜଗନ୍ନାଥ ସଡକ ଅବସ୍ଥା ଶୋଚନୀୟ

ହରଭଙ୍ଗା : ହରଭଙ୍ଗା-ଧଳପୁର ଐତିହାସିକ ଜଗନ୍ନାଥ ସଡକ ରାସ୍ତା ଅବସ୍ଥା ବର୍ତ୍ତମାନ ଶୋଚନୀୟ ହୋଇପଡିଛି। ଯାହା ଫଳରେ ଏହି ରାସ୍ତା ଉପରେ ନିର୍ଭର କରୁଥିବା ହଜାର ହଜାର ଜନସାଧରଣଙ୍କ ପାଇଁ ରାସ୍ତା ଏବେ ମରଣଯନ୍ତା ପାଲଟିଛି । ପ୍ରକାଶ ଯେ ଗତ ଦୁଇ-ତିନି ବର୍ଷ ତଳେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ହରଭଙ୍ଗା ଠାରୁ ଧଳପୁର ପର୍ଯ୍ୟନ୍ତ ଦୀର୍ଘ ୧୯ କିଲୋମିଟର ରାସ୍ତା କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିଲା । ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହୋଇଥିବାରୁ ରାସ୍ତା ନିର୍ମାଣର ଛଅ ମାସ ମଧ୍ୟରେ ବିଭିନ୍ନ ସ୍ଥାନରୁ ପିଚୁ ଉଠି ଯାଉଥିଲା । ସ୍ଥାନୀୟ ଲୋକଙ୍କ ବାରମ୍ବାର ଅଭିଯୋଗ ସତ୍ୱେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିଦାବିଷ୍ଣୁ ଆଚରଣ ଯୋଗୁଁ ରାସ୍ତାଟି ବର୍ଷ କେଇଟା ନପୂରୁଣୁ ଖାଲଖମାରେ ପରିଣତ ହୋଇପଡିଛି । ବିଶେଷ କରି ଖରଶଙ୍କୁଲେଇଠାରେ ମହାନଦୀ ଉପରେ ନିର୍ମାଣ ହୋଇଥିବା ଧଳପୁର-ଆଠମଲ୍ଲିକ ସେତୁ ନିର୍ମାଣ କାର୍ଯ୍ୟ ଶେଷ ପରେ ହରଭଙ୍ଗା-ଧଳପୁର ଜଗନ୍ନାଥ ସଡକର ଗୁରୁତ୍ୱ ବୃଦ୍ଧି ପାଇଛି । ଅନୁଗୁଳୁ ଜିଲ୍ଲା ସହିତ ବୌଦ୍ଧ ଜିଲ୍ଲାକୁ ଗମନାଗମନ ପାଇଁ ବାଟ ଫିଟିଛି ।

ସର୍ମ୍ପକର ସେତୁ ନିର୍ମାଣ ପରେ ଉଭୟ ପଟୁ ବସ୍ ଚଳାଚଳ ବୃଦ୍ଧି ପାଇବାରେ ଲାଗିଛି । ଏହା ସହିତ ବେପାର, ବଣିଜ୍ୟ ସାଙ୍ଗକୁ ମେଡିକାଲ କାର୍ଯ୍ୟରେ ମହାନଦୀ କୂଳିଆ ଗ୍ରାମବାସୀଙ୍କ ପାଇଁ ଆଠମଲ୍ଲିକ ମେଡିକାଲ ଚିକିତ୍ସା ପାଇଁ ବେଶ ସହାୟକ ହୋଇ ପାରିଛି । ମାତ୍ର ସେତୁକୁ ସଂଯୋଗ କରୁଥିବା ହରଭଙ୍ଗା ଠାରୁ ଧଳପୁର ପର୍ଯ୍ୟନ୍ତ ଦୀର୍ଘ ୧୯ କିଲୋମିଟର ରାସ୍ତାରେ ଅଧିକ ସଂଖ୍ୟାରେ ଗାଡି ଚଳାଚଳ ଯୋଗୁଁ ଦିନକୁ ଦିନ ୧୨ଫୁଟିଆ ଅଣଓସାରିଆ ରାସ୍ତା ଅବସ୍ଥା ଶୋଚନୀୟ ହେବା ସହିତ ଖାଲଖମାରେ ପରିଣତ ହୋଇଛି । ବିଶେଷ କରି ମହାନଦୀ ବନ୍ୟାରେ ଏହି ରାସ୍ତାରେ ବନ୍ୟାପାଣି ଯୋଗୁଁ ଯୋଯୋଗ ବିଛିନ୍ନ ହୋଇ ପଡିଥାଏ। ଏହାକୁ ଦୃଷ୍ଟିରେ ରଖି ହରଭଙ୍ଗା ଠାରୁ ଧଳପୁର ପର୍ଯ୍ୟନ୍ତ ହାଏଲେବଲ ବା ଉଚ୍ଚମାନର ସ୍ଥାୟୀ ରାସ୍ତା ନିର୍ମାଣ ପାଇଁ ସାଧାରଣରେ ଦାବୀ ଉଠୁଛି । ଏହା ସହିତ ମହାନଦୀ ତଟସୁରକ୍ଷା ପାଇଁ ହରଭଙ୍ଗା ଠାରୁ ଧଳପୁର ପର୍ଯ୍ୟନ୍ତ ଆଡିବନ୍ଧ ନିର୍ମାଣ କରାଯିବାକୁ ସାଧାରଣରେ ଦାବି ହେଉଛି । ଏ ଦିଗରେ ପୂର୍ତ୍ତବିଭାଗ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories