www.samajalive.in
Sunday, December 14, 2025
26.1 C
Bhubaneswar

ନିରନ୍ତର କୃଷି କାର୍ଯ୍ୟକ୍ରମ ଉପରେ କର୍ମଶାଳା

ପାଟଣା : ପାଟଣା ସଭାଗୃହରେ ଫାଉଣ୍ଡେସନ ଅଫ ଇକୋଲୋଜିକାଲ ସିକ୍ୟୁରିଟି ତରଫରୁ ନିରନ୍ତର କୃଷି କାର୍ଯ୍ୟକ୍ରମର ଅନୁଭୂତି ସଂକଳନ ଉପରେ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । କର୍ମଶାଳାକୁ ପାଟଣା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବ ସୁନ୍ଦର ମୁର୍ମୁ ଉଦଘାଟନ କରି ପ୍ରାରମ୍ଭିକ ଭାଷଣ ଦେଇଥିଲେ । ଓଡିଶା ଜୀବିକା ମିଶନର ବିପିଏମ ମନୋରଞ୍ଜନ ମହାପାତ୍ର, କୃଷି ଅଧିକାରୀ ବର୍ଷା ବୈଶାଳୀ, ଉଦ୍ୟାନ ବିଭାଗ ସହକାରୀ ଅଧିକାରୀ,ଏପିଓ ଦୀପକ ବେହେରା, ଏଓ ପ୍ରମୁଖ ଉପସ୍ଥିତ ଥିଲେ। ପାଟଣା ବ୍ଲକରେ ୨୦୨୦ ଏପ୍ରିଲ ଠାରୁ ଏଫଇଏସ୍ ସଂସ୍ଥା ଓଡିଶା ଜୀବିକା ମିଶନ ଓ  ପଞ୍ଚାୟତି ରାଜ ବିଭାଗ ପ୍ରଶିକ୍ଷଣ ଦେଇ ୧୨୪ଟି ଗ୍ରାମରେ ନିରନ୍ତର କୃଷି କାର୍ଯ୍ୟକ୍ରମ ସହିତ ଜଳ ପରିଚାଳନା ଉପରେ ଗୁରୁତ୍ୱ ଦେଇଛି। ଜୈବିକ ପଦ୍ଧତିରେ କୃଷି ଓ କୃଷକର ଉନ୍ନତି ନିମନ୍ତେ ଏବଂ ୫ ଗୋଟି ‘ଜ’ ର ସରଂକ୍ଷଣ ନିମନ୍ତେ କୃଷିମିତ୍ର, କୃଷକସାଥୀ, ଗ୍ରାମରୋଜଗାର ସେବକ ମାନଙ୍କର ଦକ୍ଷତା ବିକାଶ ସହିତ ଚାଷ କ୍ଷେତ୍ରରେ ମହିଳା ମାନଙ୍କ ଅଧିକ ଅଂଶ ଗ୍ରହଣ, ମହିଳା ଆଞ୍ଚଳିକ ମଞ୍ଚକୁ ସାମିଲ କରାଯାଇଛି। କର୍ମଶାଳାରେ ୧୦ ଜଣ କୃଷି ମିତ୍ର ,୧୦ ଜଣ କୃଷକ ସାଥି ,୫ ଜଣ ଗ୍ରାମ ରୋଜଗାର ସେବକ,୫ ଜଣ ଅଗ୍ରଣୀ ଚାଷୀ,୫ ଜଣ ଆଞ୍ଚଳିକ ମଞ୍ଚର ମହିଳା ଯୋଗ ଦେଇଥିଲେ । ୩ ବର୍ଷର କାର୍ଯ୍ୟକ୍ରମର ଉନ୍ନତି ଉପରେ ଦଳଗତ ଆଲୋଚନା କରାଯାଇଥିଲା। ଏହି କର୍ମଶାଳାରେ କେନ୍ଦୁଝର ଏଫଇଏସ୍ ଦଳର ମୁଖ୍ୟ କାର୍ତ୍ତିକ ପୃଷ୍ଟି, ଜିଲ୍ଲା ସଂଯୋଜକ ଏସ ଏସ ସୋରେନ, ଦୁଇଟି ବ୍ଲକର ମାଷ୍ଟର ଟ୍ରେନର ଯୋଗ ଦେଇଥିଲେ। ପାଟଣା ବ୍ଲକର ବ୍ଲକ ସଂଯୋଜକ ତଥା ମୁଖ୍ୟ ପ୍ରଶିକ୍ଷକ ନିରୂପମା ମହାନ୍ତ କର୍ମଶାଳା ଆୟୋଜନ ଏବଂ ପରିଚାଳନା କରିଥିଲେ ।

Hot this week

ନୀତିନ ନବୀନ ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି  ଭାବରେ ନୀତିନ ନବୀନ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

Related Articles

Popular Categories