www.samajalive.in
Sunday, December 14, 2025
26.1 C
Bhubaneswar

ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ବ୍ୟାପକ ଅଞ୍ଚଳ ଜଳମଗ୍ନ

ଭବାନିପାଟଣା: ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲର ଆର୍ଡି ୪୭ ନିକଟରେ ମୁଖ୍ୟ କେନାଲର ଗୁର୍ଜିଗୁଡ଼ା ଗାଁ ନିକଟ ସାଇଫନର ମଝି ଅଂଶ ଭାଙ୍ଗି ଯାଇଛି । ସେହି ନିକଟ ସବ ମାଇନର କେନାଲ ରେ ମଧ୍ୟ ଘାଇ ସୃଷ୍ଟି ହୋଇଛି। ଫଳରେ ଉଭୟ କେନାଲରୁ ପାଣି ନିଷ୍କାସନ ହୋଇ ବ୍ୟାପକ ଅଞ୍ଚଳ ଜଳମଗ୍ନ ହେଇଛି। ଉଲ୍ଲେଖଯୋଗ୍ୟ ଯେ ଗତ ୭ ତାରିଖ ଦିନ ଖରିଫ୍ ଚାଷ ପାଇଁ ଇନ୍ଦ୍ରାବତୀ ପ୍ରକଳ୍ପର ବାମ ଏବଂ ଦକ୍ଷିଣ ମୁଖ୍ୟ କେନାଲରେ ପାଣି ଛଡା ଯାଇଥିଲା। ତାହାର ୪୮ ଘଣ୍ଟା ନ ପୁରୁଣୁ ଦକ୍ଷିଣ ମୁଖ୍ୟ କେନାଲରେ ସାଇଫନ ଭାଙ୍ଗିଛି ଏବଂ ଘାଇ ସୃଷ୍ଟି ହୋଇଛି। ଏହା ସହିତ ମୁଖ୍ୟ କେନାଲରୁ ଗୁର୍ଜିଗୁଡ଼ା ଗାଁ ଆଡ଼କୁ ଯାଇଥିବା ସବ ମାଇନର କେନାଲରେ ମଧ୍ୟ ଘାଇ ସୃଷ୍ଟି ହେଇଛି। ଫଳରେ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି। ଆଜି ଭୋରରୁ ଦିନ ଗୋଟାଏ ଯାଏଁ ପାଣି ଚାଲିଛି। ଫଳରେ ମଙ୍ଗଳପୁର ବ୍ୟରେଜରେ ଫାଟକ ବନ୍ଦ କରାଯାଇଥିବା ବିଭାଗୀୟ କନିଷ୍ଠ ଯନ୍ତ୍ରୀ ପ୍ରକାଶ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ରକ୍ଷଣାବେକ୍ଷଣ ଅଭାବରୁ କେନାଲ ବାରମ୍ବାର ଭାଙ୍ଗୁଥିବାରୁ ଦକ୍ଷିଣ ମୁଖ୍ୟ କେନାଲର ଆରଡି ୦୦ କିମି ଠାରୁ ଆର ଡି ୪୧ କିମି ପର୍ଯ୍ୟନ୍ତ ପ୍ରାୟ ୧୪୯ କୋଟି ଟଙ୍କା ବ୍ୟୟ ଅଟକଳରେ ଲାଇନିଙ୍ଗ ଓ ମରାମତି କାମ ଚାଲିଛି । ଆସନ୍ତା ରବି ଋତୁରେ ଏହି କାମ ସରିବା ପରେ ଆରଡି ୪୭ରୁ କେନାଲ ଶେଷ ମୁଣ୍ଡକୁ ପ୍ରାୟ ୨୨୨ କୋଟି ଟଙ୍କା ବ୍ୟୟରେ କେନାଲ ମରାମତି କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ତେବେ କେନାଲରେ ପାଣି ଛଡା ଯିବାର ୪୮ ଘଣ୍ଟା ନ ପୁରୁଣୁ କେନାଲରେ ଘାଇ ସୃଷ୍ଟି ହେଇଥିବାରୁ ଆଗକୁ ଖରିଫ୍ ଚାଷ ବେଳେ ସମସ୍ୟା ଦେଖାଦେବାର ଆଶଙ୍କା ରହିଛି।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories