www.samajalive.in
Thursday, December 11, 2025
18.1 C
Bhubaneswar

ଶିକ୍ଷକ ତାଲିମ କାର୍ଯ୍ୟକ୍ରମ “ସଂପୃକ୍ତି” ଉଦଯାପିତ

ରେଙ୍ଗାଲିକ୍ୟାମ୍ପ :  ଅତାବିରା ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ଶିକ୍ଷା ଓ ତାଲିମ ପ୍ରତିଷ୍ଠାନ ବରଗଡ଼ ଆନୁକୂଲ୍ୟରେ ଚାରିଦିନିଆ ପ୍ରଧାନ ଶିକ୍ଷକଙ୍କ ନିରନ୍ତର ବୃତ୍ତିଗତ ବିକାଶ ପାଇଁ ‘ସଂପୃକ୍ତି’ ତାଲିମ୍ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ଉଦଯାପନୀ ଦିବସରେ ବ୍ଲକ ଶିକ୍ଷା ଅଧିକାରୀ ମିଶ୍ରାଣୀ କୁମ୍ଭାର ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ , ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ତପନ କୁମାର ଦାସ ଓ ବିଆରସିସି ତଥା ଏବିଇଓ କାର୍ତ୍ତିକ ବାଗ ସମ୍ମାନିତ ଅତିଥି ରୂପେ ଯୋଗଦାନ କରି ଥିଲେ । ୨୦୨୦ ଜାତୀୟ ଶିକ୍ଷାନୀତି ଉପରେ ସମତା, ଅନ୍ତନିବେଶ ଶିକ୍ଷାନୀତିକୁ ଅବଲମ୍ବନ କରି ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଉପରେ ବିଶେଷ ଗୁରୁତ୍ବ ଦେଇ ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ ଏହାକୁ ପ୍ରୟୋଗ କରିବା ପାଇଁ ତାଲିମ ଦିଆଯାଇଥିଲା। ଯାହା ଦ୍ଵାରା ଛାତ୍ରଛାତ୍ରୀ ମାନେ ପ୍ରଯୁକ୍ତି ବିଦ୍ୟା ପ୍ରତି ଆଗ୍ରହ ପ୍ରକାଶ କରିବେ ବୋଲି ତାଲିମ ଦାତା ମାନେ କହିଥିଲେ। ଏହି ତାଲିମ କାର୍ଯ୍ୟକ୍ରମରେ ବ୍ଲକର ପଚାଶ ଜଣ ପ୍ରଧାନ ଶିକ୍ଷକ- ଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଥିବା ବେଳେ ସାଧନ କର୍ମୀ ଭାବରେ ପ୍ରମୋଦ କୁମାର ମେହେର, ପୁର୍ଣ୍ଣଚନ୍ଦ୍ର ବେହେରା, ମଧୁସୂଦନ ନାଏକ ଏବଂ ସନ୍ତୋଷ କୁମାର କାଲୋ ତାଲିମ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ସିଆରସିସି ନନ୍ଦିଘୋଷ ଭୁଏ ଓ ନୃପ ଭୁଏ ସହଯୋଗ କରିଥିଲେ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories