www.samajalive.in
Monday, December 8, 2025
24.1 C
Bhubaneswar

ବାସ୍ତୁ: ଶ୍ରାବଣରେ ଘରକୁ ଆଣନ୍ତୁ ଏହି ୫ଟି ଜିନିଷ..

ସନାତନ ଧର୍ମରେ ଭଗବାନ ଶଙ୍କରଙ୍କ ପ୍ରିୟ ମାସ ଶ୍ରାବଣ ମାସ ବୋଲି ମାନ୍ୟତା ରହିଛି। ନିଷ୍ଠାର ସହ ଭଗବାନ ଶଙ୍କରଙ୍କୁ ଏହି ମାସରେ ପୂଜାର୍ଚ୍ଚନା କଲେ ମନସ୍କାମନା ପୂରଣ ହେବା ସହ ଆଶୀର୍ବାଦ ମିଳିଥାଏ। ଶ୍ରାବଣରେ ଭଗବାନ ଶଙ୍କରଙ୍କୁ ବେଲପତ୍ର, ଶମିପତ୍ର, ଦୁଦୁରା ଫୁଲ ଆଦି ଅର୍ପଣ କରିବା ଦ୍ୱାରା ଜୀବନରେ ଥିବା ଅନେକ ସମସ୍ୟା ଦୂର ହୋଇଥାଏ। ଏହା ବ୍ୟତୀତ ଶ୍ରାବଣ ମାସରେ ଏହି ୫ଟି ଜିନିଷ ଘରକୁ ଆଣିବା ଦ୍ୱାରା ଭଗବାନ ଶଙ୍କରଙ୍କ ବିଶେଷ କୃପା ମିଳିଥାଏ। ଜାଣନ୍ତୁ..

ଶ୍ରାବଣରେ ଘରକୁ ଡମ୍ବରୁ ଆଣନ୍ତୁ। ଏହା ଭଗବାନ ଶଙ୍କରଙ୍କ ପ୍ରିୟ ବାଦ୍ୟ ମଧ୍ୟରୁ ଗୋଟିଏ। ଏହାକୁ ପ୍ରଭୁ ସର୍ବଦା ନିକଟରେ ରଖିଥାଆନ୍ତି। ମାନ୍ୟତା ଅନୁଯାୟୀ, ଡମ୍ବରୁ ଧ୍ୱନିରୁ ଘରୁ ନକରାତ୍ମକ ଶକ୍ତି ଦୂର ହୋଇଥାଏ। ଘରର ବାତାବରଣ ଶୁଦ୍ଧ ରହିଥାଏ। ଶ୍ରାବଣରେ ଘରକୁ ଡମ୍ବରୁ ଆଣିବା ଦ୍ୱାରା ଜୀବନରେ ଥିବା କଷ୍ଟ ଦୂର ହୋଇଥାଏ।

- Advertisement -

ମାନ୍ୟତା ଅନୁଯାୟୀ, ଶ୍ରାବଣରେ ଘରକୁ ରୁଦ୍ରାକ୍ଷ ଆଣନ୍ତୁ। ଏହାକୁ ପୂଜା ସ୍ଥାନରେ ରଖି ପୂଜା କରିବା ସହ ପଣ୍ଡିତଙ୍କ ପରାମର୍ଶ ଅନୁଯାୟୀ ଧାରଣ କରନ୍ତୁ। ଏହାଦ୍ୱାରା ଭାଗ୍ୟରେ ସୁପରିବର୍ତ୍ତନ ହୋଇଥାଏ। ଧନସମ୍ପତ୍ତି ବୃଦ୍ଧି ହୋଇଥାଏ। ଅଭାବ ଦୂର ହୋଇଥାଏ। ଜୀବନ ସୁଖମୟ ହୋଇଥାଏ। ନକରାତ୍ମକ ଶକ୍ତି ଦୂର ହୋଇଥାଏ।

ଭଗବାନ ଶଙ୍କରଙ୍କୁ ଶମିପତ୍ର ଖୁବ୍‌‌ ପ୍ରିୟ। ପ୍ରଭୁଙ୍କୁ ଏହି ପତ୍ର ଅର୍ପଣ କରିବା ଦ୍ୱାରା ଘରେ ସର୍ବଦା ସୁଖଶାନ୍ତି ରହିଥାଏ। ଉନ୍ନତି ହୋଇଥାଏ।

ଘରେ ଗଙ୍ଗାଜଳ ରଖିବା ଖୁବ ଶୁଭଙ୍କର। ଏହାକୁ ଘରେ ପୂଜା ସ୍ଥାନରେ ରଖନ୍ତୁ। ଘରକୁ ଶ୍ରାବଣ ସୋମବାରରେ ଗଙ୍ଗାଜଳ ନିଶ୍ଚୟ ଆଣନ୍ତୁ। ଏହି ଗଙ୍ଗାଜଳକୁ ଭଗବାନ ଶଙ୍କରଙ୍କୁ ଅର୍ପଣ କରନ୍ତୁ। ଏହାଦ୍ୱାରା ସମସ୍ତ ମନସ୍କାମନା ପୂରଣ ହୋଇଥାଏ। ଘରକୁ ଗଙ୍ଗାଜଳ ଆଣିବା ଦ୍ୱାରା ଭାଗ୍ୟରେ ସୁପରିବର୍ତ୍ତନ ସହ ଘରେ ସୁଖସମୃଦ୍ଧି ପ୍ରବେଶ କରିଥାଏ।

ଶ୍ରାବଣରେ ପ୍ରଭୁଙ୍କୁ ବେଲପତ୍ର ଅର୍ପଣ କରନ୍ତୁ। ଏହାସହ ଧ୍ୟାନ ଦେବେ ବେଲପତ୍ର ଯେପରି ଖଣ୍ଡିତ ହୋଇନଥିବ। ଏହାସହ ଶ୍ରାବଣରେ ଘରକୁ ଚାନ୍ଦିର ବେଲପତ୍ର ଆଣନ୍ତୁ। ଏହାଦ୍ୱାରା ପ୍ରଭୁଙ୍କ ବିଶେଷ କୃପା ପ୍ରାପ୍ତି ହେବା ସହ ଜୀବନରେ ଥିବା କଷ୍ଟ ଦୂର ହୋଇଥାଏ। ମନସ୍କାମନା ପୂରଣ ହୋଇଥାଏ।

 

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories