www.samajalive.in
Monday, December 8, 2025
24.1 C
Bhubaneswar

ପରିବା ଦରବୃଦ୍ଧିକୁ ନେଇ ସରକାରଙ୍କୁ ନିଶାଣ

ଭୁବନେଶ୍ୱର  : ରାଜ୍ୟ ସରକାରଙ୍କ ଅବହେଳା ଯୋଗୁ ପନିପରିବା ଦରବୃଦ୍ଧି ଘଟୁଛି । ବଜାର ଦର ନିୟନ୍ତ୍ରଣ କରିବାରେ ସରକାର ବିଫଳ ହୋଇଥିବା ଅଭିଯୋଗ କରିବା ସହ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଛି ପ୍ରଦେଶ କିଷାନ କଂଗ୍ରେସ।
କିଷାନ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ସମ୍ପ୍ରତି ସମଗ୍ର ରାଜ୍ୟରେ ପନିପରିବା ଦର ଆକାଶଛୁଆଁ ହୋଇଛି, ମାତ୍ର ସରକାରଙ୍କ ଏଥିପ୍ରତି ତିଳେ ମାତ୍ର ନିଘା ନାହିଁ। ବଜାର ଦର ନିୟନ୍ତ୍ରଣ କରିବାରେ ସରକାର ବିଫଳ। ୨୦୦୦ ମସିହାରେ ବିଜେଡି ସରକାରକୁ ଆସିବାବେଳେ ତାଙ୍କ ନିର୍ବାଚନ ଇସ୍ତାହାରରେ ଓଡ଼ିଶାର ପ୍ରତି ବ୍ଲକସ୍ତରରେ ଶୀତଳଭଣ୍ଡାର ପ୍ରତିଷ୍ଠା ଓ ୨୦୧୪ରେ ଚାଷ ପାଇଁ ଚାଷୀଙ୍କୁ ମାଗଣା ବିଜୁଳି ଯୋଗାଇ ଦେବାକୁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ, ତାହା ପୂରଣ କରିନାହାନ୍ତି। ଚାଷୀ ଉତ୍ପାଦନ କରୁଥିବା ପନିପରିବା ବିକ୍ରୟ ଓ ସଂରକ୍ଷଣ ପାଇଁ ସରକାର ଅଦ୍ୟାବଧି କୌଣସି ବ୍ୟବସ୍ଥା କରିନାହାନ୍ତି। ଆଳୁ ଓ ପିଆଜ ମିଶନରେ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ସତ୍ତ୍ବେ ତାହା ବିଫଳ ହୋଇଛି। ଖାଉଟି ଓ ଚାଷୀଙ୍କ ସ୍ୱାର୍ଥରକ୍ଷା ପାଇଁ ପ୍ରଦେଶ କିଷାନ କଂଗ୍ରେସ ପକ୍ଷରୁ ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ୧୧ ଜଣିଆ ପ୍ରତିନିଧି ମଣ୍ଡଳୀ ଗୁରୁବାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟି ୧୫ ଦଫା ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଓଡ଼ିଶା ସରକାର ତୁରନ୍ତ ଏହାର ସମାଧାନ କରିବାକୁ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ାଯାଇଛି । ଦାବିଗୁଡ଼ିକର ଆଶୁ ସମାଧାନ ନ ହେଲେ ଆଗାମୀ ଦିନରେ ଚାଷୀ ଆନ୍ଦୋଳନ ଜାରି ରହିବ ବୋଲି ଶ୍ରୀ ପଟ୍ଟନାୟକ ଚେତାବନୀ ଦେଇଛନ୍ତି। ଏହି ପ୍ରତିନିଧି ମଣ୍ଡଳୀରେ କିଷାନ କଂଗ୍ରେସ ନେତା ବୃନ୍ଦାବନ ଖଟେଇ, ସୁବାସ ରାଉତ, ଅରୁଣ ଜେନା, ନାରାୟଣ ପରିଡ଼ା, ବସନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories