www.samajalive.in
Thursday, December 11, 2025
14.1 C
Bhubaneswar

ପିତାତଳି ସଂଘବଦ୍ଧ ଆକ୍ରମଣ ମାମଲା,୩ ଗିରଫ ଲୁଟ ଘଟଣାରେ ଥାନାରେ ୨ ଟି ମାମଲା

ଗୋପାଳପୁର,- ଗୋଳନ୍ଥରା ଥାନା ଅନ୍ତର୍ଗତ ପିତାତଳି ଗ୍ରାମରେ ସଂଘବଦ୍ଧ ଭାବେ ସରପଞ୍ଚ ଙ୍କ ଜ୍ବାଇଁ ଙ୍କୁ ଆକ୍ରମଣ ମାମଲାରେ, ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ପିତାତଳିର କେ ନରସିଂହ ମୂର୍ତ୍ତି,କେ ପୋଲେୟା ଓ ଏସ କାନକେୟା ।ଏ ବୁଧବାର ଦିନ ୨ ଥର କେ ନରସିଂହ ମୂର୍ତ୍ତି ଙ୍କ ଘରେ ରାଙ୍ଗାରାଓଙ୍କ ସମର୍ଥକ ମାନେ ପଶି ଲୁଟ ତରାଜ କରିବା ସହ‌ପ୍ରାୟ ୮୦ ତୋଳା ସୁନା ସହ ସାଢ଼େ ୮ ଲକ୍ଷ ଟଙ୍କା ଲୁଟ ସହ ଲକ୍ଷାଧିକ ଟଙ୍କା ଆସବାବପତ୍ର ଭଙ୍ଗାରୁଜା କରିଥିବା ନେଇ ନରସିଂହ ମୂର୍ତ୍ତି ଙ୍କ ବୋହୂ କେ ରେଣୁ ଅଭିଯୋଗ କରିଛନ୍ତି ।

ଏହା ସହ ଟି ଭାରତୀ ଙ୍କ ଘରେ ମଧ୍ୟ ରାଙ୍ଗାଙ୍କ ସମର୍ଥକ ମାନେ ଆସବାବପତ୍ର ଭଙ୍ଗାରୁଜା କରିବା ସହ ଘରେ ଥିବା ମହିଳାମାନଙ୍କୁ ଅସଦାଚରଣ କରିଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ବୁଧବାର ସକାଳେ ରାଙ୍ଗାରାଓଙ୍କ ଜ୍ବାଇଁ ଏସ କାମେସୁଙ୍କୁ ସଂଘବଦ୍ଧ ଆକ୍ରମଣ ପରେ ଗାଁ ରେ ୨ ପ୍ଲାଟୁନ ପୋଲିସ ଫୋର୍ସ ସହ ୨ ଜଣ ପୋଲିସ ଅଫିସର ଉପସ୍ଥିତ ରହିଥିଲେ ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories