www.samajalive.in
Sunday, December 14, 2025
14.1 C
Bhubaneswar

୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ଦାବିପତ୍ର ପ୍ରଦାନ

ଫୁଲବାଣୀ: କନ୍ଧମାଳ ଜିଲାର ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଆଜି ସେମାନଙ୍କ ବିଭିନ୍ନ ସମସ୍ୟା ନେଇ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ୨୦୧୩ ମସିହାରୁ ୧୦୮ ଆମ୍ବୁଲାନ୍ସରେ ଜଣେ ଇଏମ୍‌ଟି, ପାଇଲଟ ଏବଂ ଆଟେଣ୍ଡାଂଟ କାମ କରୁଛନ୍ତି। ଏହି ଦାବିରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ନିୟମିତ କରିବା ନଚେତ ୮ ଘଂଟିଆ କାର୍ଯ୍ୟରେ ସ୍ୱତନ୍ତ୍ର ପ୍ୟାକେଜ ଅନୁସାରେ ଇଏମ୍‌ଟିଙ୍କୁ ମାସିକ ୩୦ ହଜାର, ପାଇଲଟଙ୍କୁ ୨୫ ହଜାର, ଆଟେଣ୍ଡାଂଟଙ୍କୁ ୨୦ ହଜାର ସହ ଆଡଭାନ୍ସ ଲାଇଫ ସପୋର୍ଟ ଇଏମ୍‌ଟିଙ୍କୁ ୩୫ ହଜାର ଟଂକା ସରକାର ପ୍ରଦାନ କରିବା, ବାର୍ଷିକ ଦରମା ବୃଦ୍ଧି, କାର୍ଯ୍ୟକ୍ଷେତ୍ରରେ ଆକ୍ରମଣର ଶୀକାର ହେଲେ ଦୋଷୀଙ୍କ ପ୍ରତି ତୁରନ୍ତ କାର୍ଯ୍ୟାନୁଷ୍ଠାନ, ଆମ୍ବୁଲାନ୍ସ ଧୋଇବା ପାଇଁ ସୁବିଧା ସହ କର୍ମଚାରୀଙ୍କ ଲାଗି ଶୌଚାଳୟ ଏବଂ ବିଶ୍ରାମ ଗୃହ, କୌଣସି କର୍ମଚାରୀଙ୍କ ଆକସ୍ମିକ ମୃତ୍ୟୁ ହେଲେ ୨୦ ଲକ୍ଷ ଟଂକା ଅନୁକମ୍ପା ରାଶି, ଅକର୍ମଣ୍ୟ ହେଲେ ୧୦ ଲକ୍ଷ ଦେବାକୁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି।

Hot this week

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

Related Articles

Popular Categories