ସାପ କାମୁଡାରେ ଆଶା କର୍ମୀଙ୍କ ମୃତ୍ୟୁ
ତିଗିରିଆ : ତିଗିରିଆ ତହସିଲ ଅନ୍ତର୍ଗତ ଗଦାଧରପୁର ଗ୍ରାମରେ ଆଶାକର୍ମୀ ଭାବେ କାର୍ଯ୍ୟରତ ଜଣେ ମହିଳାଙ୍କର ସାପ କାମୁଡାରେ ଅକାଳ ମୃତ୍ୟୁ ଘଟିଛି । ମୃତ ମହିଳା ହେଲେ ଆଶାକର୍ମୀ ଶାନ୍ତିଲତା ସ୍ବାଇଁ (୫୧)। ସୂଚନା ଅନୁସାରେ, ସୋମବାର ବିଳମ୍ବିତ ରାତିରେ ଶାନ୍ତିଲତା ଘରେ ଶୋଇଥିବା ସମୟରେ ତାଙ୍କୁ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା । ପରିବାର ଲୋକ ଏହା ଜାଣିବା ପରେ ଚିକିତ୍ସା ପାଇଁ ଆଠଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ମାତ୍ର ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
Comments are closed.