www.samajalive.in
Monday, December 8, 2025
24.1 C
Bhubaneswar

ନଦୀକୂଳ ଅଞ୍ଚଳରେ ଘୁରି ବୁଲୁଛି ହାତୀ

ତିଗିରିଆ : ମହାନଦୀ ଉତ୍ତରକୂଳରେ ଶନିବାର ରାତିରେ ପ୍ରବେଶ କରିଥିବା ବଣୁଆ ହାତୀ ସୋମବାର ତିଗିରିଆ ବ୍ଲକ ଅନ୍ତର୍ଗତ ପୁରୁଣା ତିଗିରିଆ ପଞ୍ଚାୟତ ଚଷାଆଁରା ଓ ପାଇକିଆଁରା ଗ୍ରାମର କ୍ଷେତ ମାନଙ୍କରେ ବୁଲିବା ସହିତ ପନିପରିବା ଚାଷକୁ ନଷ୍ଟ କରିଥିବା ଜଣାପଡିଛି। ଏହା ଦେଖି ଗ୍ରାମବାସୀମାନେ ହାତୀକୁ ଘଉଡାଇବାରୁ ହାତୀଟି ନିକଟରେ ଥିବା କାଶିଆ ମୁଣ୍ଡିଆକୁ ଚାଲିଯାଇ ଥିବାବେଳେ ଏହାକୁ ନେଇ ବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।
ସୂଚନାଯୋଗ୍ୟ, ଶୁକ୍ରବାର ରାତିରେ ବାଙ୍କୀ ବୈଦେଶ୍ୱର ନିକଟବର୍ତ୍ତୀ ଜଙ୍ଗଲରୁ ୩ ଟି ହାତୀ ମହାନଦୀ ପାର ହୋଇ ଉତ୍ତର କୂଳକୁ ମୁହାଁଇ ଥିଲେ। ସେଥି ମଧ୍ୟରୁ ୨ ଟି ହାତୀ ପୁନର୍ବାର ମହାନଦୀ ପାର ହୋଇ ଫେରିଯାଇ ଥିବାବେଳେ ଗୋଟିଏ ହାତୀ ମହାନଦୀ ପଠାରେ ଅଟକି ରହିଥିଲା। ପରବର୍ତ୍ତୀ ସମୟରେ ଉକ୍ତ ହାତୀଟି ଦଳଛଡା ହୋଇ ନଦୀକୂଳ ସାନନାଉପୁଟ ଏବଂ ଶୁଣ୍ଠୀପାଳ ଠାରେ ବନ୍ଧବାଡ ନିକଟ ବଣବୁଦା ଦେଇ ପୁରୁଣା ତିଗିରିଆ ପଞ୍ଚାୟତ ଅଞ୍ଚଳକୁ ପ୍ରବେଶ କରିଛି। ବନ ବିଭାଗ ପକ୍ଷରୁ ଉକ୍ତ ହାତୀକୁ ସୁରକ୍ଷିତ ଭାବେ ଜଙ୍ଗଲ ମଧ୍ୟକୁ ଛାଡ଼ିବାକୁ ସ୍ଥାନୀୟ ଜନସାଧାରଣରେ ଦାବି ହୋଇଛି ।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories