www.samajalive.in
Wednesday, December 10, 2025
16.1 C
Bhubaneswar

ରିଲାଏନ୍ସ ଜିଓ ପକ୍ଷରୁ ୯୯୯ ଟଙ୍କିଆ ୪ଜି ଫୋନ୍ “ଜିଓ ଭାରତ ଭି୨’ ଉନ୍ମୋଚିତ; ୨୫ କୋଟି ୨ଜି ଗ୍ରାହକଙ୍କ ଉପରେ ନଜର

 

– ୨ଜି ମୁକ୍ତ ଭାରତ ଉପରେ ଗୁରୁତ୍ୱ ଦେଇ ଆସିଛନ୍ତି ମୁକେଶ ଅମ୍ବାନି

- Advertisement -

– ଜିଓ ଭାରତ ପ୍ଲାଟଫର୍ମର ମଧ୍ୟ ଶୁଭାରମ୍ଭ

– ଅନ୍ୟ ବ୍ରାଣ୍ଡ୍‌ଗୁଡ଼ିକ ମଧ୍ୟ “ଭାରତ ଫୋନ୍‌’ ତିଆରି କରିବା ଲାଗି “ଜିଓ ଭାରତ ପ୍ଲାଟଫର୍ମ’ ବ୍ୟବହାର କରିପାରିବେ

– କାର୍ବନ କଂପାନି ପକ୍ଷରୁ ଜିଓ ଭାରତ ପ୍ଲାଟଫର୍ମକୁ ବ୍ୟବହାର ଆରମ୍ଭ କରାଯାଇଛି

– ୧୨୩ ଟଙ୍କିଆ ମାସିକ ପ୍ଲାନ୍‌, ୧୪ ଜିବି ଡାଟା ମିଳିବ

ଭୁବନେଶ୍ୱର: ରିଲାଏନ୍ସ ଜିଓ ପକ୍ଷରୁ ୪ଜି ଫୋନ୍ “ଜିଓ ଭାରତ ଭି୨’କୁ ଉନ୍ମୋଚନ କରାଯାଇଛି । ଜିଓ ଭାରତ ଭି୨ ଅତ୍ୟନ୍ତ ସୁଲଭ ମୂଲ୍ୟ ୯୯୯ ଟଙ୍କାରେ ଉପଲବ୍ଧ ହେବ । ଭାରତରେ ଥିବା ୨୫ କୋଟି ୨ଜି ଗ୍ରାହକଙ୍କ ଉପରେ କମ୍ପାନୀର ନଜର ରହିଛି, ଯେଉଁମାନେ ଏବେ ଏୟାରଟେଲ୍ ଓ ଭୋଡାଫୋନ୍ ଆଇଡିଆ ଭଳି କଂପାନିର ୨ଜି ନେଟ୍‌ୱର୍କରେ ଅଛନ୍ତି ଏବଂ ଇଣ୍ଟରନେଟ ବ୍ୟବହାରରୁ ବଂଚିତ ଅଛନ୍ତି । ରିଲାଏନ୍ସ ଜିଓ କେବଳ ୪ଜି ଓ ୫ଜି ନେଟ୍‌ୱର୍କରେ ସେବା ପ୍ରଦାନ କରୁଛି । ଜିଓ ଭାରତ ଭି୨ ଫୋନ୍ ଜରିଆରେ ୧୦ କୋଟିରୁ ଅଧିକ ୨ଜି ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ରିଲାଏନ୍ସ ଜିଓ ଲକ୍ଷ୍ୟ ରଖିଛି । ଏହି ଫୋନ ଏବେଯାଏଁ ୨ଜି ସେବାରେ ସୀମିତ ରହିଥିବା ୨୫ କୋଟିରୁ ଅଧିକ ଲୋକଙ୍କ ପାଇଁ ବାସ୍ତବରେ ଡିଜିଟାଲ ସ୍ୱାଧୀନତାର ଶୁଭାରମ୍ଭ କରିବା ସହିତ ଡିଜିଟାଲ ବୈଷମ୍ୟକୁ ଦୂର କରିବାରେ ସହାୟକ ହେବ ।

ଇଣ୍ଟରନେଟରେ କାର୍ଯ୍ୟ କରୁଥିବା ବଜାରରେ ଯେତେ ସବୁ ଫୋନ ରହିଛି ସେଥି ମଧ୍ୟରେ ଜିଓ ଭାରତ ଭି୨ ଫୋନ୍‌ର ଦାମ୍ ହେଉଛି ସବୁଠୁ କମ୍ । ୯୯୯ ଟଙ୍କା ଭଳି କମ୍ ଦାମ୍‌ରେ ଉପଲବ୍ଧ ହୋଇଥିବା ଜିଓ ଭାରତ ଭି୨ ଫୋନ୍‌ର ମାସିକ ପ୍ଲାନ୍ ମଧ୍ୟ ସବୁଠୁ ଶସ୍ତା ରହିଛି । ଗ୍ରାହକମାନଙ୍କୁ ୧୨୩ ଟଙ୍କାରେ ୨୮ ଦିନର ଭାଲିଡିଟି (ବୈଧତା) ମିଳିବ । ଏହା ବ୍ୟତୀତ ଜିଓ ଭାରତ ଭି୨ ଗ୍ରାହକମାନଙ୍କୁ ମାସିକ ୧୪ ଜିବି ଡାଟା ମଧ୍ୟ ମିଳିବ । ଅର୍ଥାତ ପ୍ରତିଦିନ ଅଧା ଜିବି ଡାଟା ମିଳିବ ଯାହା ପ୍ରତିଦ୍ୱନ୍ଦ୍ୱୀ ଅପରେଟରମାନେ ପ୍ରଦାନ କରୁଥିବା ଡାଟା ତୁଳନାରେ ୭ ଗୁଣା ଅଧିକ । ଅନ୍ୟ ଅପରେଟରମାନଙ୍କ ଭଏସ୍ କଲ୍ ଓ ମାତ୍ର ୨ ଜିବି ଡାଟା ଥିବା ମାସିକ ପ୍ଲାନ୍‌ର ମୂଲ୍ୟ ୧୭୯ ଟଙ୍କା ଭଳି ଦାମ୍‌ରୁ ଆରମ୍ଭ ହେଉଛି । ସେହି ତୁଳନାରେ ଜିଓ ଭାରତ ଭି୨ ର ମାସିକ ପ୍ଲାନ୍ ଦାମ୍ ବହୁତ କମ୍ ରହିଛି । ଜିଓ ଭାରତ ଭି୨ର ବାର୍ଷିକ ପ୍ଲାନ୍ ମଧ୍ୟ ରହିଛି ଯାହାର ମୂଲ୍ୟ ୧୨୩୪ ଟଙ୍କା ରଖାଯାଇଛି ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନି ବହୁ ସାର୍ବଜନୀନ ମଂଚରେ ୨ଜି ମୁକ୍ତ ଭାରତ ପାଇଁ ଆହ୍ୱାନ ଦେଇଛନ୍ତି । ଦେଶରେ ଥିବା ୨୫ କୋଟି ୨ଜି ଗ୍ରାହକମାନଙ୍କୁ ୪ଜିରେ ସାମିଲ କରିବା ଲାଗି କଂପାନି ପକ୍ଷରୁ “ଜିଓ ଭାରତ’ ପ୍ଲାଟଫର୍ମର ମଧ୍ୟ ଶୁଭାରମ୍ଭ କରାଯାଇଛି । ୪ଜି ଫୋନ୍ ତିଆରି କରିବା ଲାଗି ଅନ୍ୟ କଂପାନିଗୁଡ଼ିକ ଏହି ପ୍ଲାଟଫର୍ମକୁ ବ୍ୟବହାର କରିପାରିବେ ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories