www.samajalive.in
Wednesday, December 10, 2025
26.1 C
Bhubaneswar

ଚାଷଜମିକୁ ଯାଇଥିଲେ, ଦଳିଦେଲା ହାତୀ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ତ୍ରିଲୋଚନପୁର ପଞ୍ଚାୟତ ନିୟମଗିରି ପାହାଡ଼ର ପାଦ ଦେଶର ଥିବା ବେରେନପିଣ୍ଡା ଗ୍ରାମର ରାଇ ମାଝୀ(୫୫) ନାମକ ବ୍ୟକ୍ତିଙ୍କର ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି। ଏହି ଘଟଣାଟି ଘଟିଛି କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ରେଞ୍ଜ ଲାଞ୍ଜିଗଡ଼ ସେକ୍ସନ ବେରେନପିଣ୍ଡା ଗ୍ରାମ ଅଞ୍ଚଳରେ। ରାଇ ଶନିବାର ସନ୍ଧ୍ୟା ସମୟରେ ନିଜ ଚାଷଜମିକୁ ଯାଇ ଘରକୁ ଫେରୁଥିଲେ। ଏହାପରେ ପରିବାର ଲୋକେ ଖୋଜାଖୋଜି କରିବା ପରେ ମଧ୍ୟ ପାଇ ନଥିଲେ। ସୋମବାର ସକାଳ ୫ଟାରେ ଚାଷଜମିକୁ ଯିବା ସମୟରେ ଗାଁ ପାଖ ଆମ୍ବ ଗଛ ତଳେ ରାଇଙ୍କୁ ହାତୀ ଆକ୍ରମଣ କରିଥିବା ଦେଖିବାକୁ ପାଇଥିଲେ। ଗାଁ ପାଖ ଏକ ଗଛ ତଳେ ରାଇଙ୍କ ମୃତଦେହ କ୍ଷତ ବିକ୍ଷତ ଅବସ୍ଥାରେ ପଡିଥିବା ଦେଖିବାକୁ ମିଳିଥିଲା। ପରିବାର ଲୋକେ ଲାଞ୍ଜିଗଡ଼ ବନ କର୍ମଚାରୀଙ୍କୁ ଖବର ଦେବା ପରେ ଘଟଣା ସ୍ଥଳରେ ଫରେଷ୍ଟର ଜଗନ୍ନାଥ ନାଗଙ୍କ ସହିତ ବନ କର୍ମଚାରୀ ପହଞ୍ଚିଥିଲେ। ଖବର ପାଇ ଘଟଣାସ୍ଥଳକୁ କଳାହାଣ୍ଡି ଏସିଏଫ ପ୍ରକାଶ ଚନ୍ଦ୍ର ବାତ୍ରା ଏବଂ ବିଶ୍ୱନାଥପୁର ରେଞ୍ଜର ନରୋତ୍ତମ ମାଝୀ ଯାଇ ଘଟଣାର ତଦନ୍ତ କରିଥିଲେ। ବିଜେପୁର ପୁଲିସ ମୃତଦେହ ଜବତ କରି ଲାଞ୍ଜିଗଡ଼ରେ ବ୍ୟବଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି। ହାତୀପଲ ଅଞ୍ଚଳରେ ଘୁରି ବୁଲୁଥିବା ବେଳେ ଅଞ୍ଚଳର ଲୋକେ ଭୟଭୀତ ହେଇ ରହୁଛନ୍ତି। ପ୍ରଶାସନ ଏହାର ପ୍ରତିକାର କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories