www.samajalive.in
Monday, December 8, 2025
24.1 C
Bhubaneswar

ଦିନେ ଚରମ ଦାରିଦ୍ର୍ୟ ସହ ଲଢ଼ୁଥିଲେ ଆଉ ଆଜି ୪ ଶହ ଦାମୀ କାରର ମାଲିକ

ବେଙ୍ଗାଲୁରୁ : କୁହାଯାଏ ଭାଗ୍ୟକୁ ନିଜ ପରିଶ୍ରମ ଏବଂ ଅଧ୍ୟବସାୟ ବଳରେ ବଦଳାଇପାରିବାର ଦମ୍‌ ରଖିଛି ମଣିଷ। ଅଜସ୍ର ପରିଶ୍ରମ ଆଉ ନିଷ୍ଠା ବଳରେ ଦାରିଦ୍ର୍ୟ ବି ହାର୍‌ ମାନିଥାଏ। ଦୁଃଖ ସମୟରେ କେହି ସାହସ ନ ଯୋଗାଇଲେ ବି ନିଜକୁ ନିଜେ ସାହସ ଦେଇ ବାଟ ଚାଲିବାକୁ ପ୍ରତିଜ୍ଞା କରନ୍ତି। ଆଉ ଭାଙ୍ଗି ନ ପଡ଼ି ଲକ୍ଷ୍ୟ ପଥରେ ଅଗ୍ରସର ହେଲେ ସଫଳତା ମିଳିଥାଏ। ଏକଥାକୁ ପ୍ରମାଣ କରି ଦେଖାଇଛନ୍ତି ବେଙ୍ଗାଲୁରୁର ରମେଶ ବାବୁ। ଯିଏ ଦିନେ ଦାରିଦ୍ର୍ୟ ସହିତ ଲଢ଼ୁଥିଲେ, ସେ ଆଜି କୋଟିପତି ଭଣ୍ଡାରି । ଯିଏ ଦିନେ ଭୋକ ଓପାସରେ ଦିନ କାଟୁଥି​‌ଲେ; ସେ ଆଜି ୪ ଶହ ଦାମୀ କାରର ମାଲିକ। ଦାରିଦ୍ର୍ୟ ସହିତ ଯୁଝୁଥିବା ମଣିଷଜଣକ ଆଜି ସମସ୍ତଙ୍କ ପାଇଁ ଆଲୋକବର୍ତ୍ତିକା । ଏଥିପାଇଁ ତାଙ୍କୁ ଅନେକ ସଂଘର୍ଷ କରିବାକୁ ପଡ଼ିଛି । ସୂଚନା ଅନୁସାରେ ରମେଶଙ୍କ ପିଲାଦିନ ଥିଲା ଖୁବ୍‌ କଷ୍ଟଦାୟକ, ଯନ୍ତ୍ରଣାଜର୍ଜରିତ। ଛୋଟବେଳୁ ତାଙ୍କ ବାପାଙ୍କ ଦେହାନ୍ତ ଘଟିଲା। ଜୀବନର ବୋଝ କ’ଣ ବୁଝିବା ଆଗରୁ ଜୀବନର ବୋଝକୁ ମୁଣ୍ଡାଇବାକୁ ପଡ଼ିଲା। ତାଙ୍କ ବାପାଙ୍କର ଥିଲା ଏକ ଛୋଟ ଭଣ୍ଡାରୀ ଦୋକାନ। ବାପାଙ୍କ ଦେହାନ୍ତ ପରେ ତାଙ୍କ ମାଆ ଭାଙ୍ଗିପଡ଼ିଲେ। ଏତେ ଛୋଟ ପିଲାକୁ ନେଇ କେମିତି ଲମ୍ବା ଜୀବନ ବିତାଇବେ; ସେଇ ଚିନ୍ତାରେ ଦିନରାତି ଘାରି ହେଲେ। ଆଉ ଶେଷରେ କୌଣସି ଉପାୟ ନ ପାଇ ଅନ୍ୟର ଘରେ ମଜୁରୀ କରି ଦି ପଇସା ରୋଜଗାର କଲେ। ନିଜେ ରମେଶ ଦୋକାନଟିକୁ ସମ୍ଭାଳିଲେ ଆଉ ଏଥିରୁ ଯାହା ରୋଜଗାର ହେଲା ମାଆ ପୁଅ କଷ୍ଟେ ମଷ୍ଟେ ଚଳିବାକୁ ଅଭ୍ୟାସ କଲେ। ଅଭ୍ୟାସ ଦିନେ ଜୀବନର ଜ୍ୟୋତି ପାଲଟିଗଲା। ସେଥିପାଇଁ ତ ଆଜି ସାରା ଦେଶରେ ରମେଶ ଚର୍ଚ୍ଚାର ବିଷୟ। ନିଜର ପରିଶ୍ରମ ଆଉ ନିଷ୍ଠା ବଳରେ ସେଇ ଛୋଟ ଦୋକାନଟି ଆଜି ସହରର ସବୁଠାରୁ ଷ୍ଟାଇଲିସ୍ ଦୋକାନ ଭାବେ ଦଣ୍ଡାୟମାନ। ଧୀରେ ଧୀରେ ତାଙ୍କ ସ୍ବପ୍ନ ସତ ହେଲା। ୧୯୯୪ ମସିହାରେ ପ୍ରଥମେ ଏକ କାର୍‌ କିଣି ତାକୁ ଭଡ଼ାରେ ଲଗାଇଲେ। ପରବର୍ତ୍ତୀ ସମୟରେ ସେ ଅନେକ ଦାମୀ ଗାଡ଼ି କିଣି ଭଡ଼ାରେ ଲଗାଇଲେ। ଟୁର୍‌ସ ଆଣ୍ଡ ଟ୍ରାଭେଲ ନାମରେ ଏକ ବ୍ୟବସାୟ ଚଳାଇଲେ। ଏଥିରେ ତାଙ୍କର ଅନେକ ଦାମୀ ଗାଡ଼ିକୁ ଭଡ଼ାରେ ଲଗାଇଲେ। ଏହି ବ୍ୟବସାୟ ମଧ୍ୟ ତାଙ୍କର ସଫଳ ହେଲା। ଆଜି ସେ ସମସ୍ତଙ୍କ ପାଇଁ ଉଦାହରଣ।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories