ତିସ୍ତାଙ୍କ ଜାମିନ ନାମଞ୍ଜୁର : ଆତ୍ମସମର୍ପଣ କରିବାକୁ କୋର୍ଟଙ୍କ ନିର୍ଦେଶ

ଅହମଦାବାଦ : ଗୁଜରାଟ ହାଇକୋର୍ଟ ଶନିବାର ସମାଜସେବୀ ତିସ୍ତା ସେତାଲଭାଡଙ୍କ ନିୟମିତ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସୂଚନା ଅନୁସାରେ,  କୋର୍ଟ ତିସ୍ତାଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରି ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇବା ପରେ ସେ ଜେଲରୁ ବାହାରିଥିବାରୁ ତୁରନ୍ତ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଦାଲତ ଘୋଷଣା ପରେ ତିସ୍ତାଙ୍କ ପରାମର୍ଶ ଅନୁଯାୟୀ ୩୦ ଦିନ ପର୍ଯ୍ୟନ୍ତ ଏହି ଆଦେଶ ରଖିବାକୁ କୋର୍ଟ ମନା କରି ଦେଇଛନ୍ତି। ପ୍ରକାଶ ଯେ, ୨୦୦୨ ଗୋଧ୍ରା ଦଙ୍ଗା ମାମଲାରେ ତିସ୍ତାଙ୍କ ସମେତ ପୂର୍ବତନ ଆଇପିଏସ୍‌ ଅଫିସର ସଞ୍ଜୀବ ଭଟ୍ଟ, ପୂର୍ବତନ ଡିଜିପି ଆର୍‌ବି ଶ୍ରୀକୁମାର ଗିରଫ ହୋଇଥିଲେ।

Comments are closed.