www.samajalive.in
Saturday, December 13, 2025
26.1 C
Bhubaneswar

ମାଓବାଦୀଙ୍କ ଲଙ୍କାକାଣ୍ଡ : ୨ ପ୍ରୋକଲିନ୍ ଓ ୯ଟି ଗାଡି ଜାଳିଦେଲେ ଲାଲବାହିନୀ

ରାୟଗଡ଼ା/ମୁନିଗୁଡା : ରାୟଗଡ଼ା ଜିଲା ମୁନିଗୁଡ଼ା ଥାନା ଅନ୍ତର୍ଗତ ଦେଓକୁପୁଲିଛକ ସ୍ଥିତ କ୍ରସରରେ ୯ଟି ଗାଡ଼ି ନକ୍ସଲ ଜାଳିଦେଇଥିବା ଜାଳି ଦେଇଥିବା ଜଣାପଡ଼ିଛି। ଗାଡ଼ି ମଧ୍ୟରେ ଦୁଇଟି ପ୍ରୋକ୍ଲିନ, ୫ଟି ହାଇୱା ଓ ୨ଟି ଲୋଡର ରହିଛି। ଗତକାଲି ରାତିରେ ୧୦ରୁ ଅଧିକ ସଶସ୍ତ୍ର ନକ୍ସଲ ଆସି କ୍ରସରରେ ଥିବା ୯ଟି ଗାଡ଼ିରେ ନିଆଁ ଲଗାଇ ଦେବା ପରେ ଘଟଣାସ୍ଥଳରେ ଏକ ପୋଷ୍ଟର ଛାଡ଼ି ଦେଇ ଯାଇଥିଲେ। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ, ସେ ପୋଷ୍ଟରରେ ଉଲ୍ଲେଖ କରିଛନ୍ତି, ଏହି କ୍ରସର ହେବାରୁ ଏହାର ପ୍ରଭାବ ପରିବେଶ ଉପରେ ପଡ଼ୁଛି। ଛୋଟ ଛୁଆଙ୍କ କାନ ଉପରେ ପ୍ରଭାବ ପକାଉଛି ଓ ଶ୍ରମିକଙ୍କୁ ଶୋଷଣ କରାଯାଉଛି। ସେମାନେ ଆହୁରି ମଧ୍ୟ ଧମକ ଦେଇଛନ୍ତି ଯେ, ଏହି କ୍ରସରକୁ ଯେମିତି ନଷ୍ଟ କରି ଦିଆଗଲା,ସେପରି ଅନ୍ୟ କ୍ରସରରେ ସମାନ ସ୍ଥିତି ହେବ ବୋଲି ନକ୍ସଲମାନେ ଧମକ ଦେଇଛନ୍ତି। ମାଓ ପୋଷ୍ଟରରେ ବଂଶଧାରା ଘୁମୁସର ନଗାବଳୀ ଡିଭିଜନର ନାମ ରହିଛି । ଖବର ପାଇ ମୁନିଗୁଡା ପୁଲିସ ପହଞ୍ଚି ପୋଷ୍ଟରକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories