www.samajalive.in
Friday, December 12, 2025
27.1 C
Bhubaneswar

ଓଟିଟିରେ ରିଲିଜ୍‌ ହେଲା ଇରଫାନଙ୍କ ଶେଷ ଚଳଚ୍ଚିତ୍ର ‘ଦି ସଙ୍ଗ୍‌ ଅଫ୍‌ ସ୍କର୍ପିୟନ୍ସ’

ମୁମ୍ବାଇ: ଅଭିନେତା ଇର୍‌ଫାନ ଖାନ ଆଉ ଏହି ଦୁନିଆରେ ନାହାନ୍ତି। କିନ୍ତୁ ତାଙ୍କ ଅଭିନୟ ଏବଂ ଚଳଚ୍ଚିତ୍ର ମାଧ୍ୟମରେ ସେ ଆଜି ବି ପ୍ରଶଂସକଙ୍କ ହୃଦୟରେ ରହିଛନ୍ତି। ଇରଫାନଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ଅଭିନେତାଙ୍କ ଶେଷ ଚଳଚ୍ଚିତ୍ର ‘ଦି ସଙ୍ଗ୍‌ ଅଫ୍‌ ସ୍କର୍ପିୟନ୍ସ’ ଓଟିଟି​‌ରେ ରିଲିଜ୍‌ ହୋଇଛି। ଏଠାରେ ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ଏପ୍ରିଲ ୨୮ରେ ଏହି ଫିଲ୍ମ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ପ୍ରାୟ ଦୁଇ ମାସ ପରେ ଏହା ଓଟିଟିରେ ପ୍ରସାରିତ ହେଉଛି।

ଅନୁପ ସିଂହଙ୍କ ନିର୍ଦ୍ଦେଶିତ ‘ଦି ସଙ୍ଗ୍‌ ଅଫ୍‌ ସ୍କର୍ପିୟନ୍ସ’ ଓଟିଟି ପ୍ଲାଟଫର୍ମ ଆମାଜନ ପ୍ରାଇମ ଭିଡିଓରେ ରିଲିଜ୍‌ ହୋଇଛି। ପ୍ରେକ୍ଷାଳୟରେ ଏହି ଚଳଚ୍ଚିତ୍ର ଦେଖିପାରି ନଥିବା ଦର୍ଶକମାନେ ଏବେ ଏହାକୁ ଓଟିଟିରେ ଉପଭୋଗ କରିପାରିବେ। ଇରଫାନଙ୍କ ସହ ‘ଦି ସିଙ୍ଗ୍‌ ଅଫ୍‌ ସ୍କର୍ପିୟନ୍ସ’ରେ ମୁଖ୍ୟ ଭୂମିକାରେ ଅଛନ୍ତି ଗୋଲଶିଫତେହ ଫରାହାନୀ। ସେମାନଙ୍କ ବ୍ୟତୀତ ୱହିଦା ରହମାନ, ଶଶାଙ୍କ ଆରୋରା, କ୍ରିତିକା ପାଣ୍ଡେ ଏବଂ ତିଳୋତ୍ତମା ଶୋମ ମଧ୍ୟ ଏହି ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।

- Advertisement -

 

Hot this week

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

Related Articles

Popular Categories