www.samajalive.in
Monday, December 8, 2025
13.1 C
Bhubaneswar

ସ୍କୁଟି ଦୁର୍ଘଟଣାରେ ଅଙ୍ଗନବାଡ଼ି କର୍ମୀ ମୃତ; ଦିଅର ଆହତ

ଦେବଗଡ଼: ରିଆମାଳ ଥାନା ଅନ୍ତର୍ଗତ କୀର୍ତନପାଲି ଛକଠାରେ ୪୯ ନମ୍ବର ଜାତୀୟ ରାଜପଥରେ ଗୁରୁବାର ଦୁଇ ସ୍କୁଟର ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଅଙ୍ଗନବାଡ଼ି କର୍ମୀଙ୍କର ମୃତ୍ୟୁ ଘଟିଛି। ଏଥିସହ ସ୍କୁଟର ଚଳାଉଥିବା ତାଙ୍କ ଦିଅର ଆହତ ହୋଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, କୀର୍ତନପାଲି ଗ୍ରାମର ଅଙ୍ଗନବାଡି କର୍ମୀ ଗୀତାଞ୍ଜଳି ବେହେରା ଆଜି ରିଆମାଳ ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଚାଲିଥିବା ଏକ ବୈଠକରେ ଯୋଗଦେଇ ଦିନ ପ୍ରାୟ ୧ଟା ୩୦ ମିନିଟ ସମୟରେ ତାଙ୍କ ଦିଅର କିଶୋର ଚନ୍ଦ୍ର ବେହେରାଙ୍କ ସହ ନିଜର ସ୍କୁଟି(ଆକ୍ଟିଭା) ଯୋଗେ ଘରକୁ ଫେରୁଥିଲେ। ତେବେ କୀର୍ତନପାଲି ଛକଠାରେ ୪୯ ନମ୍ବର ଜାତୀୟ ରାଜପଥରେ ସମ୍ମୁଖ ପଟୁ ଆସୁଥିବା ସ୍କୁଟର ସହିତ ସେମାନଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଗୀତାଞ୍ଜଳି ଗୁରୁତର ଆହତ ହୋଇଥିବା ବେଳେ ଓ ତାଙ୍କ ଦିଅର କିଶୋର ରାସ୍ତା ଉପରକୁ ଛିଟିକି ପଡ଼ି ସାମାନ୍ୟ ଆହତ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ଉଭୟଙ୍କୁ ଛତାବର ଡାକ୍ତରଖାନାକୁ ଅଣା ଯାଇଥିବା ବେଳେ ଡାକ୍ତର ଗୀତାଞ୍ଜଳିଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ସୂଚନା ପାଇ ରିଆମାଳ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟ ଦୁର୍ଘଟଣାଗ୍ରସ୍ତ ସ୍କୁଟରକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଧକ୍କା ହୋଇଥିବା ଅନ୍ୟତମ ସ୍କୁଟରରେ ବସିଥିବା ୨ ଜଣ ଆରୋହୀ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories