www.samajalive.in
Monday, December 8, 2025
13.1 C
Bhubaneswar

ବିଦ୍ୟୁତ୍‌‌ ଆଘାତରେ ବାଳକ ମୃତ

ଆଠଗଡ଼: ଆଠଗଡ଼ ଥାନା ଅନ୍ତର୍ଗତ ଦୋରଡ ଗ୍ରାମରେ ଏକ ଅଭାବନୀୟ ଘଟଣାକ୍ରମରେ ଟେବୁଲ ପଙ୍ଖାରୁ ବିଦ୍ୟୁୁତ୍‌‌ ଲାଗି ଜଣେ ୯ବର୍ଷର ବାଳକ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ଦୋରଡ ପଞ୍ଚାୟତରେ ଗ୍ରାମ ରୋଜଗାର ସେବକ ଭାବେ କାର୍ଯ୍ୟରତ ସୁଶାନ୍ତ କୁମାର ସାହୁଙ୍କ ପୁଅ ସୂର୍ଯ୍ୟକାନ୍ତ (୯) ଘରେ ଏକ ବିଦ୍ୟୁତ୍‌‌ ଚାଳିତ ଟେବୁଲ ପଙ୍ଖା ଲଗାଇବାକୁ ଉଦ୍ୟମ କରୁଥିବାବେଳେ ବିଦ୍ୟୁତ୍‌‌ ଆଘାତରେ ସଂଜ୍ଞାହୀନ ହୋଇପଡ଼ିଥିଲେ। ତାଙ୍କୁ ପରିବାର ଲୋକ ତୁରନ୍ତ ଆଠଗଡ଼ ଡାକ୍ତରଖାନା ନେବା ପରେ ସେଠାରେ କାର୍ଯ୍ୟରତ ଡାକ୍ତର ପରୀକ୍ଷା ନିରୀକ୍ଷା କରି ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ସଂପର୍କରେ ଖବର ପାଇ ଆଠଗଡ଼ ବ୍ଲକର ବିଡିଓଙ୍କ ସମହିତ ସମସ୍ତ କର୍ମଚାରୀ ଶୋକାବିଭୁତ ହୋଇପଡ଼ିଥିଲେ। ପୁଲିସ ମୃତ ଦେହ ଜବତ କରି ଆଠଗଡ଼ ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଇବା ପରେ ପରିବାରକୁ ହସ୍ତାନ୍ତର କରିଥିଲେ। ବିଡିଓଙ୍କ ଅନୁରୋଧକୁ ରକ୍ଷା କରି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ତତ୍‌‌କ୍ଷଣାତ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ମୃତ ବାଳକର ପରିବାରକୁ ୩୦ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ। ମନ୍ତ୍ରୀଙ୍କ ବ୍ଲକ ପ୍ରତିନିଧି ରଞ୍ଜନ କୁମାର ଆଚାର୍ଯ୍ୟ, ଗ୍ରାମପଞ୍ଚାୟତ ସଂପ୍ରସାରଣ ଅଧିକାରୀ ଗଗନ ବିହାରୀ ଷଡଙ୍ଗୀ ଓ ବରିଷ୍ଠ ରାଜସ୍ୱ ସହକାରୀ ଚିତ୍ତରଞ୍ଜନ ମହାପାତ୍ର ସୁଶାନ୍ତଙ୍କ ଦୋରଡସ୍ଥିତ ବାସଭବନକୁ ଯାଇ ସମବେଦନା ଜଣାଇବା ସହ ଜିଲ୍ଲାପାଳ ଦେଇଥିବା ସହାୟତା ରାଶି ତାଙ୍କୁ ପ୍ରଦାନ କରିଥିଲେ।

Hot this week

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

Related Articles

Popular Categories