www.samajalive.in
Saturday, December 13, 2025
26.1 C
Bhubaneswar

ବମ୍ବେ ଆଇଆଇଟିରେ ପାଠ ପଢ଼ିବେ ଚା’ ବିକାଳିଙ୍କ ପୁଅ

ନୂଆଦିଲ୍ଲୀ: ଓମ୍‌ ପ୍ରକାଶ ହୁଡ଼ା। ଜଣେ ଛୋଟିଆ ଚା’ ଦୋକାନୀ। ରୋହତୋକ-ସୋନିପଥ ରାସ୍ତାରେ ତାଙ୍କ ଦୋକାନ। ଏଥିରୁ ଯାହା ରୋଜଗାର ହୁଏ ବହୁତ କଷ୍ଟରେ ଚଳିଯାଏ ତେଲ ଲୁଣର ସଂସାର। ଏଥିରୁ ଯାହା ରୋଜଗାର କରନ୍ତି, ସେଥିରେ ପୁଅକୁ ପାଠ ପଢ଼ାନ୍ତି ଆଉ ସଂସାର ବି ଚଳାନ୍ତି। ପୁଅ ବି ବାପାଙ୍କ ଚା’ ଦୋକାନରେ କେବେ କେବେ ଚା’ ବିକନ୍ତି। ଏଇ ସମୟରେ ସେ ଦେଖିଛନ୍ତି ବାପାଙ୍କର ଅଜସ୍ର ପରିଶ୍ରମକୁ। ଆଉ ପଣ କରନ୍ତି- ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି)ରେ ପାଠ ପଢ଼ିିବେ। ବାପାଙ୍କ ଦୁଃଖ କଷ୍ଟକୁ ଲାଘବ କରିବେ। ଦୃଢ଼ ଇଚ୍ଛାଶକ୍ତି ବଳରେ ସେ ଆଜି ସଫଳ ହୋଇଛନ୍ତି। ଅନେକ ମେଧାବୀଙ୍କୁ ପଛରେ ପକାଇ ଚହଳ ସୃଷ୍ଟି କରିଛନ୍ତି ହିମାଂଶୁ ହୁଡ଼ା(୨୩)। ଜଣେ ଚା’ ବିକାଳିଙ୍କ ପୁଅ ଆଇଆଇଆଟି ବମ୍ବେରେ ପାଠ ପଢ଼ିବାକୁ ଯୋଗ୍ୟ ବିବେଚିତ ହେବା ଏତେ ସହଜ ନୁହେଁ। ଏଥିପାଇଁ ତାଙ୍କୁ ଅଜସ୍ର ପରିଶ୍ରମ କରିବାକୁ ପଡ଼ିଛି। ସେଥିପାଇଁ କୁହାଯାଏ ଦୃଢ଼ ଇଚ୍ଛାଶକ୍ତି ଆଗରେ ଦାରିଦ୍ର୍ୟ ବାଧକ ସାଜି ପାରେନା। ଆଜି ଅର୍ଥ ଅଭାବରୁ ଯେଉଁମାନେ ଆଇଆଇଟିରେ ପାଠ ପଢ଼ିବାକୁ ବଞ୍ଚିତ ହେଉଛନ୍ତି, ସେଇମାନଙ୍କ ପାଇଁ ହିମାଂଶୁ ଆଦର୍ଶ। ଦେଶର ସମ୍ମାନଜନକ ଇଞ୍ଜିନିୟରିଂ ପ୍ରତିଷ୍ଠାନରେ ନାମ ଲେଖାଇବାର ସ୍ୱପ୍ନ ପୂରଣ କରିଛନ୍ତି। ଗ୍ରାଜୁଏଟ୍ ଆପ୍ଟିଚ୍ୟୁଡ୍ ଟେଷ୍ଟ୍ (ଗେଟ୍‌)ରେ ହୁଡା ଅଲ-ଇଣ୍ଡିଆ ରାଙ୍କ୍ ୨୦୫ ରଖି ନିଜର ସ୍ଥାନକୁ ପକ୍କା କରିଛନ୍ତି। ତାଙ୍କ ସ୍କୋର ଉପରେ ଆଧାର କରି ସେ ଉଭୟ ଆଇଆଇଟି ବମ୍ବେ ଏବଂ ଆଇଆଇଏସ୍‌ସି ବାଙ୍ଗାଲୋରରୁ ଏମ୍‌.ଟେକ୍‌ ପାଇଁ ଅଫର ମଧ୍ୟ ଆସିଛି। ପୁଅର ସ୍ବପ୍ନ ପୂରଣ ପାଇଁ ତାଙ୍କ ପିତା ଓମ ପ୍ରକାଶ ହୋଡ଼ା ୧୫ ଲକ୍ଷ ଟଙ୍କା ଋଣ କରିଥିଲେ। ପୁଅର ସ୍ବପ୍ନ ପୂରଣ କରିବାକୁ ସେ ସବୁ ବାଧାବିଘ୍ନକୁ ଫୁ କରିଦେଇଥିଲେ। ହିମାଂଶୁଙ୍କ ଘର ରୋହତକ ଜିଲାର ମୁଙ୍ଗାନ ଗ୍ରାମରେ । ପୁଅର ସଫଳତାରେ ବାପା ଆଜି ବେଶ୍‌ ଖୁସି।

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories