www.samajalive.in
Wednesday, December 10, 2025
18.1 C
Bhubaneswar

ବାହୁଡ଼ିଲେ ମହାପ୍ରଭୁ, ଆସନ୍ତାକାଲି ସୁନାବେଶ

ଡେସ୍କ: ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଶେଷ ହୋଇଛି। ଆଡପ ମଣ୍ଡପ ଲୀଳା ଶେଷ କରି ଆଜି ଶ୍ରୀମନ୍ଦିର ଅଭିମୁଖେ ବାହୁଡିଛନ୍ତି ଦାରୁବ୍ରହ୍ମ। ଗଜପତି ମହାରାଜ ଶ୍ରୀ ଦିବ୍ୟସିଂହ ଦେବ ତିନି ରଥରେ ଛେରାପହଁରା କରିବା ପରେ ରଥରେ ଚାରମାଳ ଫିଟାଯାଇ ଘୋଡା ଲଗାଯାଇଥିଲା। ନିର୍ଦ୍ଧାରିତ ସମୟ ପୂର୍ବରୁ ରଥଟଣା ଆରମ୍ଭ ହୋଇଥିଲା। ପ୍ରଥମେ ସିଂହଦ୍ୱାର ସାମ୍ନାରେ ତାଳଧ୍ୱଜ ଓ ଦର୍ପଦଳନ ରଥ ପହଞ୍ଚିଥିଲା। ପରେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ପହଞ୍ଚିଥିଲା। ତିନି ରଥକୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଭକ୍ତିର ସହ ଟାଣି ନେଇଥିଲେ। ତେବେ ମାର୍କେଟ ଛକ ନିକଟରେ ତାଳଧ୍ୱଜ ରଥର ଦଉଡ଼ି ଛିଡ଼ି ଯିବାରୁ ଜଣେ ଭୋଇ ସେବାୟତ ସମେତ ୬ ଜଣ ଆହତ ହୋଇଥିଲେ। ଅନ୍ୟପକ୍ଷରେ ରଥଟଣା ବେଳେ ଅଣନିଶ୍ୱାସୀ ହୋଇ ଜଣେ ପୁଲିସ କର୍ମଚାରୀଙ୍କ ସମେତ ୮ ଜଣ ଶ୍ରଦ୍ଧାଳୁ ଆହତ ହୋଇଥିଲେ ଓ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡିକାଲରେ ଭର୍ତ୍ତି କରାଯାଇଥିଲା।

ଆସନ୍ତାକାଲି (ଗୁରୁବାର) ରଥ ଉପରେ ପ୍ରଭୁ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରାଙ୍କୁ ବଡ ତଢାଉ ବେଶ ତଥା ସୁନାବେଶ କରାଯିବ। ମହାପ୍ରଭୁଙ୍କ ଏହି ଦୁର୍ଲଭ ଏବଂ ଆକର୍ଷଣୀୟ ବେଶ ଦର୍ଶନ କରିବାର ସୁଯୋଗ ପାଇବେ ଭକ୍ତ। ଅପରାହ୍ଣ ୫ଟାରୁ ୬ଟା ୩୦ ମଧ୍ୟରେ ରଥରେ ତିନି ଠାକୁରଙ୍କୁ ସୁନାବେଶ କରାଯିବ। ତେଣୁ ବାହୁଡାରେ ସନ୍ଧ୍ୟା ସୁଦ୍ଧା ତିନିରଥ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପହଁଞ୍ଚାଇବାକୁ ପ୍ରଶାସନ ଉଦ୍ୟମ କରୁଛି। ରଥ ପହଞ୍ଚିବା ପରେ ବଡଦାଣ୍ଡରେ ବ୍ୟାରିକେଡ୍‌ କରାଯିବ। ପ୍ରାୟ ୧୦ ଲକ୍ଷ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି। ସୁରକ୍ଷା ଦାୟିତ୍ୱରେ ୧୭୦ ପ୍ଲାଟୁନ ପୁଲିସ ବାହିନୀଙ୍କ ସମେତ ଦୁଇ ହଜାର ଅଭିଜ୍ଞ ପୁଲିସ ଅଧିକାରୀଙ୍କୁ ନିୟୋଜନ କରାଯାଇଛି।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories