www.samajalive.in
Wednesday, December 10, 2025
26.1 C
Bhubaneswar

ଲୁହା ଚୋରାଚାଲାଣ ବେଳେ ପିକ୍‌ଅପ୍‌ ଭ୍ୟାନ ଭାଙ୍ଗିଲା; ୩ଦିନ ପରେ ଗାଡ଼ିରୁ ଲୁହା ଗାଏବ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକରେ ଲୁହା ଚୋରାଚାଲାଣ ହେଉଥିବା ବେଳେ ନାଗାବଳୀ ପୋଲ ନିକଟରେ ପିକଅପ ଭ୍ୟାନର ପଛ ଚକା ଭାଙ୍ଗି ଯିବା ବେଳେ ଗାଡି ଚାଳକ ଗାଡ଼ି ଛାଡି ଫେରାର ହୋଇଥିଲେ। ୩ଦିନ ପରେ ଉକ୍ତ ଭଙ୍ଗା ଗାଡ଼ିରୁ ଲୁହା ଚୋରି ହୋଇଥିବା ଜଣାପଡ଼ିଛି।୩ଦିନ ପର୍ଯ୍ୟନ୍ତ ରାସ୍ତା ମଝିରେ ଲୁହା ଲୋଡ଼ ସହ ଗାଡ଼ି ରହିଥିଲା। ଏହି ଗାଡ଼ି ଭାଙ୍ଗି ରାସ୍ତାରେ ରହିଥିବା ଯୋଗୁଁ ଟ୍ରାଫିକ ସମସ୍ୟା ଦେଖା ଦେଇଥିଲେ ମଧ୍ୟ ପୁଲିସ ପ୍ରଶାସନ ଦୃଷ୍ଟି ଦେଇନଥିଲେ । ଯାହା ଫଳରେ ଚୋରିରେ ଯାଉଥିବା ଲୁହା ଗାଡ଼ିରୁ ବର୍ତ୍ତମାନ ଲୁହା ଚୋରି ହୋଇଯାଇଛି । ପୁଲିସ ଜାଣିଶୁଣି ଚୋରମାନଙ୍କୁ ଲୁହା ଫେରାଇ ଦେଇଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଧାମୁଣିପଙ୍ଗା ପଞ୍ଚାୟତର ଗୁଣ୍ଡୁରୀଗୁଡାରେ ଆରଡ଼ି ବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା ୱେଲି ବ୍ରିଜ ୨୦୧୭ ମସିହାରେ ନାଗାବଳୀ ନଦୀରେ ପ୍ରଳୟଙ୍କରୀ ବନ୍ୟା ଆସି ଭାଙ୍ଗି ଯାଇଥିଲା । ଏହାର ସୁଯୋଗ ନେଇ ଲୁହା ଚୋର ବ୍ୟବସାୟୀମାନେ ବିଭିନ୍ନ ସମୟରେ ରାତ୍ରୀକାଳୀନ ପିକପ ଭ୍ୟାନରେ ନିଆଯାଉଥିଲା । ଉକ୍ତ ଗାଡ଼ିଟି ଡି.ଧର୍ମ କୁମାରଙ୍କର ବୋଲି ଜଣାପଡ଼ିଛି । ବର୍ତ୍ତମାନ ଗାଡ଼ିଟି ରାସ୍ତା ଉପରେ ଭାଙ୍ଗି ପଡ଼ି ରହିଥିବା ବେଳେ ଗାଡ଼ିରେ ଥିବା ଲୁହା ଗାଏବ ହୋଇଯାଇଛି । ଏହିପରି ଦୀର୍ଘ ୫ବର୍ଷ ହେବ ଗୁଣ୍ଡୁରୀଗୁଡା, ପାଳଖମାଣ, ପାଦୁଲୁଗୁଡା, ଖମାରୀଭଟା, ବିନିସିପୁରରେ ହୋଇଥିବା ୱେଲି ବ୍ରିଜ୍ ନାଗାବଳୀ ନଦୀରେ ଭାସି ଯାଇଥିଲା । ସରକାର ଏହାର କୌଣସି ପଦକ୍ଷେପ ନେଇନଥିବା ଯୋଗୁଁ ଚୋରମାନେ ତାହାକୁ ଚୋରାଇ ନେଇ ବିକ୍ରି କରୁଥିବା ଜଣାପଡିଛି । ଏ ସମ୍ପର୍କରେ ଥାନା ଅଧିକାରୀ ସୁମନ୍ତି ମହାନ୍ତିଙ୍କୁ ଯୋଗାଯୋଗ କଲେ କୌଣସି ଉତ୍ତର ମିଳିପାରୁନାହିଁ ।

Hot this week

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

Related Articles

Popular Categories