www.samajalive.in
Monday, December 8, 2025
17.1 C
Bhubaneswar

ଜଳ ନିଷ୍କାସନ ନାଳ ଅବରୋଧକାରୀଙ୍କୁ ଉଚ୍ଛେଦ ନେଇ ତହସିଲଦାରଙ୍କୁ ଦାବିପତ୍ର

ଧାମରା: ଧାମରା ନିକଟସ୍ଥ ଚନ୍ଦନୀପାଳଠାରେ ଥିବା ନିଷ୍କାସନ ନାଳରୁ ଅବରୋଧକାରୀଙ୍କୁ ହଟାଇବା ପାଇଁ ଅମର ନଗର ବାସିନ୍ଦା ସୋମବାର ଏହି ବାବଦରେ ଚାନ୍ଦବାଲି ତହସିଲଦାରଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି। ପ୍ରାପ୍ତ ଖବରରୁ ଜଣାଯାଇଛି, ଧାମରା ରାଜସ୍ୱ ଅଧିକାରୀଙ୍କ ଅଧିନରେ ଥିବା ଅମର ନଗର ଏବଂ ରବୀନ୍ଦ୍ର ନଗର ଗ୍ରାମର ଥିବା ଜଳ ନିଷ୍କାସନ ନାଳକୁ ବହୁ ଅବରୋଧକାରୀ ଅବରୋଧ କରି ରଖିଥିବାରୁ ୨ଗ୍ରାମରୁ ଅବ୍ୟବହୃତ ଜଳ ଏହି ନିଷ୍କାସନ ନାଳ ଦେଇ ସମୁଦ୍ରରେ ପହଞ୍ଚି ପାରୁନାହିଁ। ଫଳରେ ଟିକିଏ ବର୍ଷାରେ ଏହି ଅଂଚଳ ସଂପୂର୍ଣ୍ଣ ଜଳମଗ୍ନ ହୋଇଯାଉଛି। ଆଜି ଭଳି ଦିନରେ ଅମର ନଗର ଏବଂ ରବୀନ୍ଦ୍ର ନଗରର ବହୁ ବିଦ୍ୟାଳୟ ଏବଂ ଅଙ୍ଗନବାଡ଼ିର କୋମଳମତି ପିଲାମାନେ ଶିକ୍ଷାଦାନ ପାଇଁ ଯାଇ ନପାରି ଘରେ ବସି ରହିବା ସହ ଏହି ଅଂଚଳର ସାଧାରଣ ଜନତା ମଧ୍ୟ ରାସ୍ତା ଘାଟରେ ଯାତାୟତ କରି ପାରୁୁନାହାନ୍ତି।

ଖାତା ନଂ-୧୨୧ ଓ ପ୍ଲଟ ନଂ ୩୧୭, ୧୮୮, ୨୧୦ ଏବଂ ୩୧୫ ଦେଇ ଯାଇଥିବା ନୟନଜୋରୀକୁ ଜୋର ଜବରଦସ୍ତ ନିଜ କବଜାକୁ ନେଇ ଦଖଲ କରି ଆସୁଛନ୍ତି। ଏମିତିକି ବର୍ଷା ଦିନରେ ଅମର ନଗର ଓ ରବୀନ୍ଦ୍ର ନଗରର ସାଧାରଣ ଜନତା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପାଇଁ ଘରୁ ମଧ୍ୟ ବାହାରିବା ସମ୍ଭବ ହୋଇ ପାରୁନାହିଁ। ଏହି ପାଣି ଜମି ରହିବା ଫଳରେ ବହୁ ସମୟରେ ମହାମାରୀ ରୋଗରେ ସମସ୍ତ ଶିଶୁ ଏବଂ ଜନସାଧାରଣ ଆକ୍ରାନ୍ତ ହେଉଥିବା ଦୃଷ୍ଟାନ୍ତ ମଧ୍ୟ ଅଛି। ତୁରନ୍ତ ଏହି ନୟନଜୋରୀକୁ ଜବରଦଖଲ କାରୀଙ୍କ କବଳରୁ ହଟାଇବା ପାଇଁ ଶତାଧିକା ମହିଳା ଏବଂ ପୁରୁଷ ଆସି ଚାନ୍ଦବାଲି ତହସିଲଦାରଙ୍କୁ ଭେଟି ରାଜ୍ୟ ମୁଖ୍ୟମନ୍ତ୍ରୀ, ୫ଟି ଶଚିବ, ମୁଖ୍ୟ ଶାସନ ସଚିବ ଏବଂ ଭଦ୍ରକ ଜିଲ୍ଲାପାଳଙ୍କ ଉଦ୍ୱେଶରେ ଏକ ଦାବୀପତ୍ର ପ୍ରଦାନ କରିବା ସହ ତୁରନ୍ତ ଅବରୋଧକାରୀମାନଙ୍କୁ ନୟନଜୋରୀ ଏବଂ ସରକାରୀ ଜମିରୁ ହଟାଇବାକୁ ଅନୁରୋଧ କରିଛନ୍ତି। ଆଗାମୀ ୧୫ ଦିନ ମଧ୍ୟରେ ଏହି ଜବରଦଖଲକାରୀଙ୍କୁ ହଟା ନଗଲେ ଅମରନଗର ଗ୍ରାମବାସୀ ଆଇନକୁ ହାତକୁ ନେବା ସହ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି। ଆଜି ଏହି ଦାବୀପତ୍ର ପ୍ରଦାନ ସମୟରେ ନାରାୟଣ ଚନ୍ଦ୍ର ମହତା, ବାବାଜୀ ଦାସ, ଅନିଲ କୁମାର ଦାସ, ବିମଲ ପାତ୍ର, ସୁଶାନ୍ତ ଗିରି, ଭବେଶ ସିଂଙ୍କ ସମେତ ଶତାଧିକ ମହିଳା ଉପସ୍ଥିତ ଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories