www.samajalive.in
Saturday, December 13, 2025
26.1 C
Bhubaneswar

ଦୋସିଙ୍ଗା ବଜାରରେ ସରକାରୀ ଜମିରୁ ଜବରଦଖଲକାରୀଙ୍କୁ ଉଚ୍ଛେଦ

ଧାମରା :ଧାମରା ନିକଟସ୍ଥ ଦୋସିଙ୍ଗା ବଜାରରେ ବହୁ ବର୍ଷ ହେବ ଉଠା ଦୋକାନୀ ଏବଂ ବଜାର ବାସିନ୍ଦାମାନେ ସରକାରୀ ଜମିକୁ ଅବରୋଧ କରି ଆସୁଥିଲେ ଫଳରେ ଏହି ରାସ୍ତା ଦେଇ ସାଧାରଣ ଜନତାଙ୍କ କାରବାର ପ୍ରାୟତଃ ବନ୍ଦ ହୋଇ ଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ଅଂଚଳବାସୀ ଦୋସିଙ୍ଗା ବଜାର ଠାରେ ସରକାରୀ ଜମିକୁ ଜବରଦଖଲ କରି ରଖିଥିବା ଲୋକ ମାନଙ୍କୁ ଉଚ୍ଛେଦ କରିବାକୁ ଚାନ୍ଦବାଲି ତହସିଲଦାରଙ୍କ ନିକଟରେ ଦାବୀ କରି ଆସୁଥିଲେ। ସାଧାରଣ ଜନତାଙ୍କ ଦାବୀକୁ ଦୃଷ୍ଟିରେ ରଖି ଚାନ୍ଦବାଲି ତହସିଲଦାରଙ୍କ ନିର୍ଦେଶକ୍ରମେ ଧାମରା ରାଜସ୍ୱ ନିରୀକ୍ଷକ ତୁଷାର ରଞ୍ଜନ ମହାପାତ୍ର ୪୬ଜଣ ଅବରୋଧକାରୀଙ୍କୁ ସରକାରୀ ଜମିରୁ ହଟିଯିବା ପାଇଁ ନୋଟିସ ଜାରୀ କରିଥିଲେ।
ଧାମରା ବନ୍ଦର ଦ୍ୱାର ଦେଶରେ ହୋଇଥିବା ଦୋସିଙ୍ଗା ବଜାରରୁ ଆଜି ଅବରୋଧକାରୀଙ୍କୁ ସଂପୂର୍ଣ ହଟାଇ ଦିଆଯାଇଛି। ଆଜି ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୂତାର, ସୁପରଭାଇଜର ଦାଶରଥି ଦାସ ଆସି ଦୋସିଙ୍ଗା ବଜାର ଠାରେ ପହଂଚିବା ପରେ ଏହି ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଥିଲା। ୨ପ୍ଲାଟୁନ ଫୋର୍ସଙ୍କ ଉପସ୍ଥିତିରେ ଏହି ଉଚ୍ଛେଦ ଆରମ୍ଭ ହୋଇଥିଲା। ସକାଳ ୯ଟାରୁ ଆରମ୍ଭ ହୋଇଥିବା ଏହି ଉଚ୍ଛେଦ କାର୍ଯ୍ୟକ୍ରମ ୪ପର୍ଯ୍ୟନ୍ତ ଚାଲିବ। ତହସିଲଦାର ତଥା ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏହି ଉଛେଦ କାର୍ଯ୍ୟ ହୋଇଥିବା ବେଳେ ଆଇନ ଶୃଙ୍ଖଳା ରକ୍ଷା ପାଇଁ ଧାମରା ମେରାଇନ ଆଇ ଆଇ ସି ତୁସୀଲ ମାଝୀ, ଧାମରା ଥାନାଧିକାରୀ ଶୋଭନ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିବା ବେଳେ ଏହି କାର୍ଯ୍ୟକ୍ରମରେ ଧାମରା ରାଜସ୍ୱ ନିରୀକ୍ଷକ ତୁଷାର ରଞ୍ଜନ ମହାପାତ୍ର, କଇଥଖୋଲା ରାଜସ୍ୱ ନିରୀକ୍ଷକ ଅଜାତ ଶତ୍ରୂ ଦାସଙ୍କ ସମେତ ଧାମରା ଥାନା ଏବଂ ଧାମରା ମେରାଇନ ଥାନାର ସମସ୍ତ ଷ୍ଟାଫଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ସଂପୂର୍ଣ ହୋଇଥିଲା। ଏଠାରେ ଉଲ୍ଲେଖ ଯୋଗ୍ୟ ଏହି ବଜାରରେ ଥିବା ସମସ୍ତ ଜବରଦଖଲ କାରୀଙ୍କୁ ଉଚ୍ଛେଦ କରାଯାଇଥିବା ବେଳେ ବଜାର ମଧ୍ୟ ଭାଗରେ ଥିବା ତାରିଣୀ ମନ୍ଦିର ଏବଂ ଦୁର୍ଗାଙ୍କ ମନ୍ଦିର କର୍ମକର୍ତା ମାନେ ଆସି ମାଜିଷ୍ଟ୍ରେଟଙ୍କୁ ଲିଖିତ ଭାବେ ମନ୍ଦିରକୁ ଅନ୍ୟତ୍ର ସ୍ଥାନାନ୍ତରିତ କରି ନେବା ପାଇଁ କିଛି ସମୟ ମହଲତ ମାଗିଥିଲେ। ସମସ୍ତ ଜନସାଧାରଣଙ୍କ ଦାବୀକୁ ଦୃଷ୍ଟିରେ ରଖି ମାଜିଷ୍ଟ୍ରେଟ ମହୋଦୟ କିଛି ଦିନ ମହଲତ ଦେଇଥିବା ବେଳେ ଅନ୍ୟ ସମସ୍ତ ଜବରଦଖଲ କାରୀଙ୍କୁ ଉଚ୍ଛେଦ କରାଯାଇଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories