www.samajalive.in
Saturday, December 13, 2025
26.1 C
Bhubaneswar

ଶାଶୁ ଓ ଦେଢଶୁରକୁ ତାଲା ପକାଇ ବୋହୂ ଫେରାର

କାମାକ୍ଷାନଗର : କଥାରେ ଅଛି ଘରକୁ ସୁନ୍ଦର ବୋହୂ। ଶାଶୁ ଶଶୁରଙ୍କ ସେବା କରିବା ପାଇଁ ଘରେ ପୁଅଟିଏ ଥିଲେ ଆମକୁ ନିତାନ୍ତ ଆବଶ୍ୟକ ପଡିଥାଏ ବୋହୂଟିଏ। ବୋହୂ ମଧ୍ୟ ନିଜ ବାପ ଘରକୁ ଭୁଲି ଶାଶୁ ଘରକୁ ନିଜ ପରିବାର ବୋଲି ଭାବି ଚଳିଥାଏ। କିନ୍ତୁ ବେଳେବେଳେ ଏଥିରେ ବ୍ୟତିକ୍ରମ ଦେଖାଯାଏ। ସେମିତି ଏକ ଅଭାବନୀୟ ଘଟଣା ଘଟିଛି ଢ଼େଙ୍କାନାଳରେ। ସୂଚନା ଅନୁସାରେ, ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା କରଗୋଳା ପଞ୍ଚାୟତ ଡଙ୍ଗାପାଳ ଗ୍ରାମର ସୁମିତ୍ରା ବେଶ୍ରା ଓ ତାଙ୍କ ବିକଳାଙ୍ଗ ବଡ ପୁଅ ପରମାନନ୍ଦ ବେଶ୍ରାଙ୍କୁ ନେଇ ସଂସାର। ସୁମିତ୍ରାଙ୍କ ସାନ ପୁଅ ପାଣିରେ ବୁଡି ମୃତ୍ୟୁ ବରଣ କରିଥିବାବେଳେ, ସ୍ବାମୀ ସନା ବେଶ୍ରା ତିନି ବର୍ଷ ହେବ ଆର ପାରିକୁ ଚାଲି ଯାଇଛନ୍ତି। ମାଆ ସୁମିତ୍ରାଙ୍କ ସାହାରା କହିଲେ ନିଜର ବିକଳାଙ୍ଗ ପୁଅ, ବୋହୂ ଓ ନାତୁଣୀ। କିଛି ବର୍ଷ ତଳେ ସୁମିତ୍ରା ବେଶ୍ରାଙ୍କ ସାନ ପୁଅ ବିରେନ୍ଦ୍ରସିଂ ବେଶ୍ରାଙ୍କୁ କାମିନୀ ବେଶ୍ରା ପ୍ରେମ ବିବାହ କରିଥିଲେ। ସ୍ବାମୀ, ଶଶୁର ଥିବା ସମୟରେ ବେଶ୍ ହସ ଖୁସିରେ ପରିବାର ଚାଲିଥିଲା। କିନ୍ତୁ ସ୍ବାମୀ, ଶଶୁର ଆର ପାରିକୁ ଚାଲି ଗଲା ପରେ ସୈତାନ୍ ବୋହୂ ଆରମ୍ଭ କରିଥିଲା ଶାଶୁ ଓ ବିକଳାଙ୍ଗ ଦେଢ଼ଶୁର ଉପରେ ନିର୍ଯାତନା। ନିଜ ଶାଶୁଙ୍କୁ ମାଡ଼ ମାରିବା ସହିତ ବିକଳାଙ୍ଗ ଦେଢ଼ଶୁରଙ୍କୁ ହିଟର (କରେଣ୍ଟ ହିଟର) ମାଧ୍ୟମରେ ମାଡ଼ ମାରି ୬ ଦିନ ହେବ ଶାଶୁ, ଦେଢ଼ଶୁରଙ୍କୁ ଘର ବାହାରୁ ତାଲା ଦେଇ ବାପାଙ୍କ ଘରକୁ ଯାଉଛି କହି ନିଜ ଝିଅକୁ ଧରି ବିଧବା ବହୁ କାମିନୀ ଫେରାର ଅଛନ୍ତି । ଗଲା କାଲି ନିଜ ପରିବାର ଲୋକେ ସୁମିତ୍ରାଙ୍କ ଘରକୁ ବୁଲି ଆସିଥିବା ସମୟରେ ଦେଖିଲେ ସୁମିତ୍ରାଙ୍କ ଘରେ ତାଲା ଝୁଲୁଛି ଓ ମାଆ ପୁଅ ନିଜର ଘର କୋଠରୀ ଭିତରେ ବନ୍ଦୀ ହୋଇ ରହିଛନ୍ତି । ପଚାରି ବୁଝିବାରୁ କାନ୍ଦି କାନ୍ଦି ସୁମିତ୍ରା ପରିବାର ଲୋକଙ୍କୁ ସବୁ କଥା କହିଥିଲେ। ବିଧବା ବହୁ କାମିନୀଙ୍କୁ ଫୋନ୍ ମାଧ୍ୟମରେ ଗ୍ରାମବାସୀ ଯୋଗାଯୋଗ କରିବାରୁ ସେ କହି ଥିଲେ ମୁଁ ଗଲେ ତାଙ୍କ ମାଆ ପୁଅଙ୍କୁ ଜୀବନରୁ ମାରିଦେବି। ଏ ସଂକ୍ରାନ୍ତରେ ପରିବାର ଲୋକେ ପଚାରି ବୁଝିବା ସହିତ କଙ୍କଡ଼ାହାଡ଼ ଥାନାରେ ନିଜର ସମ୍ପର୍କୀୟ କୁତୁଲ ବେଶ୍ରା ଅଭିଯୋଗ କରିଥିଲେ। ଖବର ପାଇ କଙ୍କଡ଼ାହାଡ଼ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମା’ ପୁଅକୁ ଉଦ୍ଧାର କରିବା ପରେ ତଦନ୍ତ ଆରମ୍ଭ କରିଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories