www.samajalive.in
Saturday, December 13, 2025
26.1 C
Bhubaneswar

ବନ୍ଧୁକ ଛାଡ଼ି କ୍ୟାମେରା ସାଥୀ ହେବେ ଗଡ଼ଚିରୋଲି ନକ୍ସଲ; ଫିଲ୍ମ ପାଇଁ ଦେଲେ ଅଡ଼ିସନ୍‌

ମୁମ୍ବଇ: ହାତରେ ବନ୍ଧୁକ ଧରି ତଥାକଥିତ ବିପ୍ଳବର ରକ୍ତାକ୍ତ ରାସ୍ତାରେ ଚାଲିଆସୁଥିବା ଆଦିବାସୀମାନଙ୍କୁ ଆମେ ନକ୍ସଲ କହୁ। କିନ୍ତୁ, ଏବେ ଏହି ନକ୍ସଲମାନଙ୍କ ପ୍ରଦର୍ଶନ ବଡ଼ ପରଦାରେ ଦେଖିବାକୁ ମିଳିବ। ଆଜ୍ଞା ହଁ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର ଏବଂ ଛତିଶଗଡ଼ର ସୀମାବର୍ତ୍ତୀ ଅଞ୍ଚଳ ଗଡ଼ଚିରୋଲିର ପୂର୍ବତନ ନକ୍ସଲ ଏବେ ଅଭିନେତା ହେବାକୁ ଯାଉଛନ୍ତି। ଯେଉଁ ଚଳଚ୍ଚିତ୍ରରେ ଏହି ପୂର୍ବତନ ନକ୍ସଲମାନେ ଅଭିନୟ କରିବେ, ତାହା ଏପରି ଏକ କୁପ୍ରଥା ଉପରେ ଆଧାରିତ, ଯେଉଁଥିରେ ମହିଳାମାନଙ୍କୁ ମାସିକ ଧର୍ମ ସମୟରେ ନିଜ ଘର ବାହାରେ ଥିବା ଝାଟମାଟି କୁଟୀରରେ ରହିବାକୁ ପଡ଼େ।

ସୂଚନାନୁସାରେ, ମରାଠୀ ସିନେମାର ଲୋକପ୍ରିୟ ଅଭିନେତ୍ରୀ ତୃପ୍ତି ଭୋଇର ଓ ନିର୍ମାତା ବିଶାଲ କପୁର ଗଡ଼ଚିରୋଲି ଜିଲାରେ ତାଙ୍କ ଚଳଚ୍ଚିତ୍ର ‘କୁମରାଘର’ ପାଇଁ ଏକ ଅଡିସନ୍ କରିଥିଲେ, ଯେଉଁଥିରେ ରାଜ୍ୟ ପୁଲିସର ଉଦ୍ୟମରେ ଆତ୍ମସମର୍ପଣ କରିଥିବା ନକ୍ସଲମାନେ ଅଂଶଗ୍ରହଣ କରିଥିଲେ। ଆତ୍ମସମର୍ପଣ କରିଥିବା ନକ୍ସଲମାନେ ଭବିଷ୍ୟତରେ ଚଳଚ୍ଚିତ୍ରରେ ଅଭିନୟ କରିବାର ସୁଯୋଗ ପାଇପାରିବେ ଏବଂ ଅଭିନୟରେ କ୍ୟାରିୟର କରିପାରିବେ ବୋଲି ନିଶ୍ଚିତ କରିବାକୁ ଏହି ପଦକ୍ଷେପ ନିଆଯାଇଛି, ଯାହା ସେମାନଙ୍କୁ ନିଜ ପାଇଁ ଏକ ନୂତନ ପରିଚୟ ସୃଷ୍ଟି କରିବାରେ ସାହାଯ୍ୟ କରିବ।

- Advertisement -

ଏହି ଚଳଚ୍ଚିତ୍ରଟି ଗଡ଼ଚିରୋଲି ଆଦିବାସୀଙ୍କ ପରମ୍ପରା ଉପରେ ଆଧାରିତ। ଫିଲ୍ମ ବିଷୟରେ ତୃପ୍ତି ଭୋଇର କହିଛନ୍ତି, ‘‘କୁମରାଘର ପରମ୍ପରା ଉପରେ ଏକ ଚଳଚ୍ଚିତ୍ର ନିର୍ମାଣ କରିବାବେଳେ ଗଡ଼ଚିରୋଲି ଜିଲାର କଳାକାରମାନଙ୍କୁ ଏଥିରେ ନେବା ମୋର ଉଦ୍ଦେଶ୍ୟ ଥିଲା, କାରଣ ଏହା ସେମାନଙ୍କ ଉପରେ ଲାଗିଥିବା ନକ୍ସଲବାଦର ଦାଗକୁ ଦୂର କରିପାରିବ ଏବଂ ଜିଲାର ଛବିକୁ ଚମକାଇବାରେ ସାହାଯ୍ୟ କରିବ। ଆମେ ଆତ୍ମସମର୍ପଣ କରିଥିବା ନକ୍ସଲମାନଙ୍କ ଅଡିସନ୍ ନେଇଛୁ, ଯେଉଁଥିରେ ଅନେକ ପ୍ରତିଭାବାନ କଳାକାରଙ୍କୁ ଚୟନ କରାଯାଇଛି।’’

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories