www.samajalive.in
Saturday, December 13, 2025
26.1 C
Bhubaneswar

ମଣିପୁର ହିଂସା : ୧୩୫ ଗିରଫ, ୧୨ ବଙ୍କର ଧ୍ୱଂସ

ଇମ୍ଫାଲ : ମଣିପୁର ହିଂସା ଏବେ ବି ଚିନ୍ତାଜନକ ରହିଛି। ସୁରକ୍ଷା ବାହିନୀ ସ୍ଥିତି ସ୍ବାଭାବିକ କରିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରୁଥିଲେ ମଧ୍ୟ ସ୍ଥିତିରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ଆସିନାହିଁ। ସୁରକ୍ଷା ବାହିନୀ ଗତ ୨୪ ଘଣ୍ଟା ମଧ୍ୟରେ ଉଗ୍ରବାଦୀଙ୍କ ୧୨ ବଙ୍କର ଧ୍ୱଂସ କରିଛନ୍ତି। ହିଂସା ପ୍ରଭାବିତ ଅଞ୍ଚଳରେ ଉଗ୍ରବାଦୀ ଏହି ବଙ୍କର ନିର୍ମାଣ କରିଥିଲେ। ତାମେନଲୋଙ୍ଗ, ପୂର୍ବ ଇମ୍ଫାଲ, ବିଷ୍ଣୁପୁର, କାଙ୍ଗପୋକପି, ଚୁରାଚାନ୍ଦପୁର ଏବଂ କାଞ୍ଚିଂ ଜିଲାରେ ସର୍ଚ୍ଚ ଅପରେଶନ କରିଛନ୍ତି ବୋଲି ମଣିପୁର ପୁଲିସ୍ ପକ୍ଷରୁ ସୂଚନା ମିଳିଛି। ପୁଲିସର ସୂଚନାନୁସାରେ, କର୍ଫ୍ୟୁ ଉଲ୍ଲଂଘନ, ଚୋରି ଏବଂ ଅଗ୍ନିକାଣ୍ଡ ମାମଲାରେ ୧୩୫ ଜଣଙ୍କୁ ଗିରଫ କରାଯାଇଛି। ମଣିପୁରରେ ହିଂସା ଆରମ୍ଭ ହେବା ପରଠାରୁ ଏପର୍ଯ୍ୟନ୍ତ ୧୧୦୦ ଅସ୍ତ୍ରଶସ୍ତ୍ର, ୧୩୭୦୨ ଗୁଳି, ୨୫୦ଟି ବିଭିନ୍ନ ପ୍ରକାରର ବୋମା ଉଦ୍ଧାର କରାଯାଇଛି। ରାଜ୍ୟରେ ଶାନ୍ତି ଫେରାଇ ଆଣିବାରେ ସହଯୋଗ କରିବାକୁ ପୁଲିସ ସାଧାରଣ ଜନତାଙ୍କୁ ମଧ୍ୟ ଅନୁରୋଧ କରିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories