www.samajalive.in
Saturday, December 13, 2025
26.1 C
Bhubaneswar

କାଉଗୁଡା ଅଞ୍ଚଳରେ ହାତୀ ଉପଦ୍ରବ, ଆମ୍ବ ଗଛ ଭାଙ୍ଗି କଲେ ନଷ୍ଟ

ଲାଞ୍ଜିଗଡ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ବନାଞ୍ଚଳ କାଉଗୁଡା ଅଞ୍ଚଳରେ ହାତୀ ଉପଦ୍ରବ ଓ କଳାହାଣ୍ଡିର ବିଭିନ୍ନ ଅଞ୍ଚଳରେ ଜଙ୍ଗଲି ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଥିବା ବେଳେ ବିଳମ୍ବିତ ରାତିରେ ଏକ ଦନ୍ତାହାତୀ ସିକେରକୁପା ବନ ବିଭାଗ ଅଧୀନରେ ଥିବା କାଉଗୁଡା ଗାଁର କୁନ୍ତ ଶବରଙ୍କ ଆମ୍ବ ବଗିଚାରେ ପଶି ଆମ୍ବ ଗଛର ଡାହି ଭାଙ୍ଗି ନଷ୍ଟ କରିଛନ୍ତି। ଯାହା ଫଳରେ ଗଛରେ ଥିବା କୁଇଣ୍ଟାଲ ସଂଖ୍ୟକ ଆମ୍ବ ସମ୍ପୁର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। କୁନ୍ତ ବହୁ ପରିଶ୍ରମ କରି ଏହି ଆମ୍ବ ଗଛ ଲଗାଇ ଥିଲେ। ଦୁଇ ବର୍ଷ ହେଲା ଆମ୍ବ ଫଳୁଥିବା ବେଳେ ରାତିରେ ଦନ୍ତା ହାତୀ ଆସି ନଷ୍ଟ କରିବା ଫଳରେ ସେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡିଛନ୍ତି। ଖବର ପାଇ ସିକେରକୁପା ଫରେଷ୍ଟ କର୍ମଚାରୀ ମାନେ ଘଟଣା ସ୍ଥଳକୁ ଯାଇ କ୍ଷୟକ୍ଷତିର ଆକଳନ କରିଥିବା ଜଣାପଡ଼ିଛି। ଏଣୁ ତୁରନ୍ତ ବନ ବିଭାଗ ପକ୍ଷରୁ କୁନ୍ତଙ୍କୁ କ୍ଷତି ପୂରଣ ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି ।ଏ ନେଇ ବିଶ୍ୱନାଥପୁର ରେଞ୍ଜର ନରୋତ୍ତମ ମାଝୀଙ୍କୁ ପଚାରିବାରୁ ସେ କହିଲେ ଜଙ୍ଗଲରୁ ଗୋଟିଏ ହାତୀ ପଶି ଆସିଥିଲା ଏବଂ ଆମ କର୍ମଚାରୀ ଯାଇ ଘଉଡ଼ାଇ ଦେଇଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories