www.samajalive.in
Saturday, December 13, 2025
26.1 C
Bhubaneswar

ନିଜେ ପାଠ ପଢିଥିବା ସ୍କୁଲକୁ ଯାଇ ଶିକ୍ଷକ ଓ ପିଲାଙ୍କୁ ଭେଟିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର :  କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଦିନ ନିଜେ ପିଲାବେଳେ ପାଠ ପଢିଥିବା ଅନୁଗୋଳ ଜିଲ୍ଲା ତାଳଚେର ସ୍ଥିତ ହାଣ୍ଡିଧୁଆ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି । ସେ ୧୯୭୨ ମସିହାରୁ ୧୯୭୭ ମସିହା ଯାଏଁ ଏହି ସ୍କୁଲରେ ପାଠ ପଢୁଥିଲେ। ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ନିଜ ପିଲାଦିନ ସ୍କୁଲ ଯାଇ କୁନି କୁନି ଛାତ୍ରଛାତ୍ରୀଙ୍କୁ ଭେଟିବା ​​‌ସହ ସ୍କୁଲର ଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କରିଥିଲେ।

- Advertisement -

‘ହାଣ୍ଡିଧୁଆ ପ୍ରାଥମିକ ସରକାରୀ ବିଦ୍ୟାଳୟ’କୁ ଆସି ସେ ବହୁତ ଆନନ୍ଦିତ ବୋଲି ଶ୍ରୀ ପ୍ରଧାନ ଟ୍ବିଟ କରି କହିଛନ୍ତି । ଏହି ସ୍କୁଲର ତତ୍କାଳୀନ ଦୁର୍ଗା ସାର୍, ମହେଶ୍ୱର ସାର୍ ଓ ଅନ୍ୟ ଗୁରୁଙ୍କ ଠାରୁ ମିଳିଥିବା ପ୍ରେରଣା କାରଣରୁ ସେ ଆଜି ଯେଉଁଠି ବି ପହଞ୍ଚିଛନ୍ତି ତାହା ସମ୍ଭବ ହୋଇଛି  ବୋଲି କହିଛନ୍ତି । ଏହି ସ୍କୁଲ ତାଙ୍କ ପାଇଁ ମନ୍ଦିର ତୁଲ୍ୟ । ଆଜି ସ୍କୁଲର ଛାତ୍ରଛାତ୍ରୀ ଏବଂ ଶିକ୍ଷକ- ଶିକ୍ଷୟିତ୍ରୀଙ୍କୁ ଭେଟିଲା ପରେ ଅନେକ ସ୍ମୃତି ଉଜ୍ଜିବୀତ ହେଲା, ଯାହା ତାଙ୍କୁ ଆଗକୁ ବଢିବା ପାଇଁ ପ୍ରେରଣା ଯୋଗାଇବ ବୋଲି ସେ ଟ୍ବିଟରେ ଉଲ୍ଲେଖ କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories