www.samajalive.in
Sunday, December 14, 2025
26.1 C
Bhubaneswar

ଯୁଗଳ କିଶୋର ଷଡ଼ଙ୍ଗୀ ପାଇବେ ବାଲ୍‌ ସାହିତ୍ୟ ପୁରସ୍କାର

ଭୁବନେଶ୍ୱର : ୨୦୨୩ ବର୍ଷ ପାଇଁ କେନ୍ଦ୍ର ସାହିତ୍ୟ ଅକାଦେମି ପକ୍ଷରୁ ବାଲ୍‌ ସାହିତ୍ୟ ଓ ଯୁବ ପୁରସ୍କାର ଘୋଷଣା କରାଯାଇଛି। ଦେଶର ମୋଟ ୨୨ଟି ଭାଷାରେ ବାଲ୍‌ ପୁରସ୍କାର ସହିତ ୨୦ଟି ଭାଷାରେ ଯୁବ ପୁରସ୍କାର ଘୋଷଣା କରାଯାଇଛି। ଓଡ଼ିଶାରୁ ଯୁଗଳ କିଶୋର ଷଡ଼ଙ୍ଗୀ ବାଲ୍‌ ସାହିତ୍ୟ ପୁରସ୍କାର  ପାଇଁ ମନୋନୀତ ହୋଇଥିବାବେଳେ ଯୁବ ପୁରସ୍କାରରୁ ବାଦ୍‌ ପଡ଼ିଛି ଓଡ଼ିଶା।
କେନ୍ଦ୍ର ସାହିତ୍ୟ ଅକାଦେମିର ସଭାପତି ମାଧବ କୌଶିକଙ୍କ ସଭାପତିତ୍ବରେ କାର୍ଯ୍ୟକାରୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା। ଜୁରିଙ୍କ ନିଷ୍ପତ୍ତି ଅନୁସାରେ ବୈଠକରେ ଶୁକ୍ରବାର ପୁରସ୍କାର ଘୋଷଣା କରାଯାଇଥିଲା।  ଓଡ଼ିଆ କ୍ଷୁଦ୍ର ଗଳ୍ପ ‘ଜେଜେଙ୍କ ଗପ ଗଣ୍ଠିଲି’ ପାଇଁ ‌ଏହାର ଲେଖକ ଡ. ଯୁଗଳ କିଶୋର ଷଡ଼ଙ୍ଗୀଙ୍କୁ ସାହିତ୍ୟ ଅକାଦେମି ବାଲ୍ ସାହିତ୍ୟ ପୁରସ୍କାର ଦିଆଯିବ। ପୁରସ୍କାର ବାବଦରେ ତାମ୍ର ଫଳକ ସହିତ ୫୦ହଜାର ଅର୍ଥରାଶି ପ୍ରଦାନ କରାଯିବ। ଯାହାକୁ ନେଇ ଲେଖକ ଖୁସି ପ୍ରକାଶ କରିବା ସହିତ ରାଜ୍ୟ ପାଇଁ  ସେ ଗୌରବ ଆଣିଛନ୍ତି। ବଲାଙ୍ଗୀର ବାସିନ୍ଦା ଡ. ଷଡ଼ଙ୍ଗୀ ୧୯୪୬ ଡିସେମ୍ବରରେ ଜନ୍ମଗ୍ରହଣ କରିଥିଲେ। ସେ ଓଡ଼ିଆ ସାହିତ୍ୟ ଭଣ୍ଡାରକୁ ଅନେକ ପୁସ୍ତକ ଭେଟି ଦେଇଛନ୍ତି। ଶିଶୁ ସାହିତ୍ୟରେ- ଆସରେ ପିଲେ ଆସ, ତୁମ ପାଇଁ ଏକାଙ୍କିକା, ଚିଠି, ତୁମ ପାଇଁ କବିତା, ଓଡ଼ିଆ ଭାଷା ସାହିତ୍ୟରେ ଜୁହାରଗୋ ମା’ ଦୁଆରସନୀ, ଗୀତି ସୁରଭି, ଅନ୍ଧାରରୁ ଆଲୁଅ ଆଦି ପୁସ୍ତକ ସହିତ କୋଶଳୀ ଭାଷାରେ  ମଧ୍ୟ ଅନେକ ପୁସ୍ତକ ରଚନା କରିଛନ୍ତି।
ଗତ ବର୍ଷ ଯୁବ ପୁରସ୍କାର ବର୍ଗରେ ଓଡ଼ିଶାରୁ ଜଣଙ୍କୁ ପୁରସ୍କାର ମିଳିଥିବାବେଳେ ଚଳିତ ବର୍ଷ ଏଥିରୁ ବାଦ୍‌ ପଡ଼ିଛି। ଯାହାକୁ ନେଇ ଯୁବ ସାହିତ୍ୟିକଙ୍କ ମଧ୍ୟରେ ଅସନ୍ତୋଷ ପରିଲକ୍ଷିତ ହୋଇଛି। ଚଳିତ ବର୍ଷ କାଶ୍ମୀର ଭାଷା ପାଇଁ କୌଣସି ପୁରସ୍କାର  ଘୋଷଣା କରାଯାଇ ନାହିଁ। ଏହାଛଡ଼ା ମଣିପୁରୀ ଭାଷା ପାଇଁ ପରେ ପୁରସ୍କାର ଘୋଷଣା କରାଯିବ ବୋଲି ଜଣାପଡ଼ିଛି।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories