www.samajalive.in
Saturday, December 13, 2025
26.1 C
Bhubaneswar

ରାହୁଲଙ୍କୁ ଲାଲୁଙ୍କ ପରାମର୍ଶ : ‘ତୁରନ୍ତ ବିବାହ କର’

ପାଟନା : ତୁରନ୍ତ ବିବାହ ବନ୍ଧନରେ ଆବଦ୍ଧ ହେବାକୁ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କୁ ପରାମର୍ଶ ଦେଇଛନ୍ତି ରାଷ୍ଟ୍ରୀୟ ଜନତା ଦଳ ମୁଖ୍ୟ ଲାଲୁ ପ୍ରସାଦ ଯାଦବ। ପାଟନାରେ ବିରୋଧୀ ଦଳ ନେତାଙ୍କ ଏକ ବୈଠକ ଅନୁଷ୍ଠିତ ​ହୋଇଥିଲା। ଏହି ବୈଠକ ଶେଷ ହେବା ପରେ ଆ​ୟୋ‌ଜିତ ସାମ୍ବାଦିକ ସମ୍ମିଳନୀରେ ରାହୁଲଙ୍କୁ ଏହି ପରାମର୍ଶ ଦେଇଥିଲେ ଲାଲୁ।
ଲାଲୁ କହିଥିଲେ ବିବାହ କରିବାକୁ ରାହୁଲଙ୍କୁ ଅନେକ ବାର କହିଥିଲେ ମଧ୍ୟ ସେ ଏହାକୁ ଗୁରୁତ୍ବ ଦେଉ ନାହାନ୍ତି। ରାହୁଲ ବିବାହ କରୁନଥିବାରୁ ତାଙ୍କ ମା’ ସୋନିଆ ଗାନ୍ଧୀ ଚିନ୍ତାରେ ଅଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାହୁଲ ତୁରନ୍ତ ବିବାହ କରିନେବା ଉଚିତ୍‌। ରାହୁଲଙ୍କ ବରଯାତ୍ରୀରେ ସାମିଲ ହେବାକୁ ଇଚ୍ଛୁକ ଥିବା ଲାଲୁ କହିଥିଲେ। ଏତିସହ ଭାରତ ଯୋଡ଼ୋ ଯାତ୍ରା କରିଥିବାରୁ ରାହୁଲଙ୍କୁ ଲାଲୁ ପ୍ରଶଂସା କରିବା ସହ ବିଭିନ୍ନ ପ୍ରସଙ୍ଗରେ ମୋଦୀ ସରକାରଙ୍କୁ ସମାଲୋଚନା କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories