ବିଏମସି ଡାକ୍ତରଖାନା ଅନ୍ଧାର: ରୋଗୀ, ଡାକ୍ତର ସଭିଏଁ ଦହଗଞ୍ଜ
ଭୁବନେଶ୍ବର: ବିଦ୍ୟୁତ ବିଭ୍ରାଟକୁ ନେଇ ରାଜ୍ୟବାସୀ ବିବ୍ରତ ଥିବା ବେଳେ ଏବେ ଡାକ୍ତରଖାନା ଭଳି ଜରୁରୀ ସେବା ଯୋଗାଉଥିବା ସ୍ଥାନ ମଧ୍ୟ ଘଣ୍ଟା ଘଣ୍ଟା ଅନ୍ଧାର ଘେରରେ ଥିବା ଦେଖିବାକୁ ମିଳିଛି। ସେ ବି ପୁଣି ରାଜ୍ୟ ରାଜଧାନୀର ଚିକିତ୍ସାଳୟରେ। ଭୁବନେଶ୍ବର ମହାନଗର ନିଗମ ଡାକ୍ତରଖାନାରେ ଶୁକ୍ରବାର ବିଦ୍ୟୁତ ବିଭ୍ରାଟ ଦେଖାଦେଇଛି। ପ୍ରାୟ ୧ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ହସ୍ପିଟାଲରେ ବିଜୁଳି ନଥିବା ଦେଖିବାକୁ ମିଳିଛି। ଅପରପକ୍ଷେ, ହସ୍ପିଟାଲରେ ଡିଜି ମେସିନ ମଧ୍ୟ ଚାଲି ପାରି ନଥିଲା। ଡିଜି ଚଲାଇବା ପାଇଁ ତେଲ ନଥିବା କର୍ମଚାରୀ ସୂଚନା ଦେଇଥିଲେ। ଫଳରେ ଦୀର୍ଘ ସମୟ ଧରି ଅନ୍ଧାର ସହ ଡାକ୍ତରଖାନାର ବୈଦ୍ୟୁତିକ ସରଞ୍ଜାମ ଓ ମେସିନ୍ଗୁଡ଼ିକ ଅଚଳ ହୋଇଯାଇଥିଲା। ରୋଗୀ ଓ ଡାକ୍ତର ସମସ୍ତେ ଦହଗଞ୍ଜ ହୋଇଥିଲେ।
Comments are closed.